କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ମହାବିରୋଡ୍ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଘାଘରାମୁଣ୍ଡା ଗାଁ ଖେସରା ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁକୁ ନେଇ ଫରେଷ୍ଟର ସରୋଜ କୁମାର ବେହେରା ଓ ଫରେଷ୍ଟ ଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟ ଅବହେଳା ପାଇଁ ଢେଙ୍କାନାଳ ଡିଏଫ୍ଓ ପ୍ରକାଶଚାନ୍ଦ ଗୋଗିନେନୀ ଏହି ଦୁଇ କର୍ମଚାରୀଙ୍କୁ ନିଳମ୍ବନ କରିଛନ୍ତି।
ଡିଏଫ୍ଓ କହିଛନ୍ତି, ଉକ୍ତ ଅଞ୍ଚଳରେ ଯେମିତି ପାଟ୍ରୋଲିଂ ହେବା କଥା ସେମିତି ହୋଇନଥିଲା। ସେମାନେ ସବୁଦିନେ ପାଟ୍ରୋଲିଂରେ ଯାଉ ନଥିଲେ। ଅଗଷ୍ଟ ୨୬ ତାରିଖରୁ ୱାର୍ଣ୍ଣିଂ ଦିଆଯାଇଥିଲେ ମଧ୍ୟ ଫରେଷ୍ଟର ତାହାକୁ ଖାତିର କରି ନଥିଲେ। ସେଥିପାଇଁ ସଂପୃକ୍ତ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ଏହା ସହିତ ସେମାନଙ୍କ ସ୍ଥାନରେ ଆଉ ଜଣେ ଫରେଷ୍ଟର ଓ ଫରେଷ୍ଟଗାର୍ଡଙ୍କୁ ସେଠାରେ ନିଯୁକ୍ତ କରାଯିବ।
ଗତ ମାସ ୨୮ ତାରିଖରେ ଏହି ହାତୀଟିର ମୃତ୍ୟୁ ଘଟିଥିଲା। ବିଦ୍ୟୁତ୍ ଚାର୍ଜିତ ଫାଶରେ ପଡ଼ି ହାତୀଟିର ଜୀବନ ଯାଇଥିଲା। ମୃତ ହାତୀକୁ ୨୫ ବର୍ଷ ହୋଇଥିଲା।
The post ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ appeared first on Odisha Reporter.
from Odisha Reporter https://ift.tt/USy20Cc
No comments:
Post a Comment