ପାଟନା: ଗଙ୍ଗା ନଦୀରେ ଘଟିଛି ବୋଟ୍ ଟ୍ରାଜେଡି। ପ୍ରାୟ ୫୫ ଜଣଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡ଼ିବାରୁ ୧୦ରୁ ଊର୍ଦ୍ଧ୍ୱ ଜଣଙ୍କ ପତ୍ତା ମିଳୁନି। ଏପରି ଅଘଟଣ ଗତକାଲି ସନ୍ଧ୍ୟା ସମୟରେ ବିହାର ରାଜଧାନୀ ପାଟନା ନିକଟବର୍ତ୍ତୀ ଦାନପୁର ଅଞ୍ଚଳରେ ଘଟିଛି। ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଶାହପୁର ପୁଲିସ୍ ଷ୍ଟେଶନ ଅଧୀନ ଦାଉଦପୁର ଅଞ୍ଚଳର ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ଦାଉଦପୁର ଅଞ୍ଚଳ ଲୋକେ ପ୍ରତିଦିନ ଡଙ୍ଗାରେ ଗଙ୍ଗା ପାର୍ ହୋଇ ନଦୀର ଅପରପାର୍ଶ୍ୱକୁ ସେମାନଙ୍କ ଗାଇଙ୍କ ପାଇଁ ଚାରା ଆଣିବାକୁ ଯାଇଥାନ୍ତି। ଗତକାଲି ମଧ୍ୟ ସମାନ ଭାବେ ଏକ ଡଙ୍ଗାରେ ପ୍ରାୟ ୫୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଚାରା ଆଣିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ନଦୀ ମଝିରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଲା।
ଖବର ପାଇ ଶାହପୁର ଓ ମନେର ଥାନା ଅଧିକାରୀ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ସଙ୍ଗେ ସଙ୍ଗେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ହେଲେ ଏବେ ବି ୧୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ଏହି ଖବର ପ୍ରଚାରିତ ହେବା ପରେ ଦାଉଦପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି।
The post ଗଙ୍ଗାରେ ଓଲଟିଲା ଡଙ୍ଗା; ଗୋରୁ ଚାରା ଧରି ୫୫ ଯାତ୍ରୀ ଫେରିବା ବେଳେ ଅଘଟଣ appeared first on Odisha Reporter.
from Odisha Reporter https://ift.tt/q0vPE3D
No comments:
Post a Comment