ଲସ ଆଞ୍ଜେଲ୍ସ: ଆଉ ନାହାନ୍ତି ପ୍ରସିଦ୍ଧ ରାପର କୋଲ୍ଲିଓ। ୫୯ ବର୍ଷ ବୟସରେ କୋଲ୍ଲିଓଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି। ହେଲେ ତାଙ୍କର ମୃତ୍ୟୁ କେମିତି ଘଟିଲା, ସେକଥା ସାର୍ବଜନୀନ କରାଯାଇନାହିଁ। ଆମେରିକା ରାପର କୋଲ୍ଲିଓ ୧୯୯୫ ଗୀତ ଗ୍ୟାଙ୍ଗଷ୍ଟାସ ପାରାଡାଇଜ ପାଇଁ ବେଶ ଖ୍ୟାତି ଅର୍ଜନ କରିଥିଲେ।
ଗ୍ରାମୀ ପୁରସ୍କାର ଜିତିଥିବା ରାପର କୋଲ୍ଲିଓଙ୍କ ପ୍ରକୃତ ନାଁ ହେଉଛି ଆରଟିସ ଲେଓନ ଲଭେୟ ଜୁନିୟର। ୫୯ ବର୍ଷୀୟ କୋଲ୍ଲିଓ ଆମେରିକା ଲସ ଆଞ୍ଜେଲ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ମ୍ୟାନେଜର ତଥା ବନ୍ଧୁ ଜାରେଜ ପୋସେ ନିଶ୍ଚିତ କରିଛନ୍ତି।
ସେ କହିଛନ୍ତି, ବୁଧବାର କୋଲ୍ଲିଓଙ୍କୁ ଜଣେ ବନ୍ଧୁକ ବାଥରୁମରେ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
୮୦ ଦଶକରେ କୋଲ୍ଲିଓ କାର୍ଲିଫର୍ଣ୍ଣିଆରୁ ନିଜର ରାପର କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଦୀର୍ଘ ବର୍ଷ ଧରି ତାଙ୍କୁ କୌଣସି ପ୍ରକାରର ସଫଳତା ମିଳି ନଥିଲା। ୧୯୯୫ରେ ତାଙ୍କ ଦ୍ୱାରା ରିଲିଜ ହୋଇଥିବା Gangsta’s Paradise ହିଟ୍ ହେବା ପରେ ସେ ରାତାରାତି ଷ୍ଟାର ବନି ଯାଇଥିଲେ।
ବିଶ୍ୱର ବିଭିନ୍ନ ସ୍ଥାନରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସେବେଠାରୁ କୋଲ୍ଲିଓ ଗୋଟିଏ ପରେ ଗୋଟିଏ ହିଟ୍ ରାପ ଗୀତ ବିଶ୍ୱବାସୀଙ୍କୁ ଭେଟି ଚାଲିଥିଲେ। Gangsta’s Paradise ପାଇଁ ତାଙ୍କୁ ୧୯୯୬ ମସିହାରେ ଗ୍ରାମୀ ଆୱାର୍ଡ ମିଳିଥିଲା। କୋଲ୍ଲିଓଙ୍କ Gangsta’s Paradise ୧୬ଟି ଦେଶର ୧ ନଂ ଗୀତ ହେବାର ରେକର୍ଡ କରିଥିଲା। ଏଥିସହ ବିଲବୋର୍ଡସର ନଂ ୧ ଗୀତର ମାନ୍ୟତା ମଧ୍ୟ ପାଇଥିଲା।
The post ପରପାରିରେ ରାପର କୋଲ୍ଲିଓ appeared first on Odisha Reporter.
from Odisha Reporter https://ift.tt/9KzJ6dh
No comments:
Post a Comment