ପ୍ରେମିକାଙ୍କୁ ସର୍ବସମ୍ମୁଖରେ ଗୁଳି ମାରିଲେ, ପରେ ଗାଡ଼ି ଆଗକୁ ଡେଇଁଲେ ପ୍ରେମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 28, 2022

ପ୍ରେମିକାଙ୍କୁ ସର୍ବସମ୍ମୁଖରେ ଗୁଳି ମାରିଲେ, ପରେ ଗାଡ଼ି ଆଗକୁ ଡେଇଁଲେ ପ୍ରେମିକ

ମୁମ୍ବାଇ: ପ୍ରେମିକାଙ୍କୁ ଗୁଳି କରିବା ପରେ ନିଜେ ମଧ୍ୟ ଦ୍ରୁତଗାମୀ ଗାଡ଼ି ଆଗକୁ ଡେଇଁ ପଡ଼ିଛନ୍ତି ପ୍ରେମିକ। ଏହି ଘଟଣାରେ ଉଭୟ ପ୍ରେମିକା ଓ ପ୍ରେମିକଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ପାଲଘର ଅନ୍ତର୍ଗତ ବୋଇସର ସ୍ଥିତ ଗୋଟିଏ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏପରି ଘଟଣା ଘଟଣା ଘଟିଛି। ସର୍ବସମ୍ମୁଖରେ ପ୍ରେମିକ ଜଣଙ୍କ ଗୁଳି କରିବା ପରେ ନିଜେ ମଧ୍ୟ ଗାଡ଼ି ଆଗକୁ ଡେଇଁ ଜୀବନ ହାରିଛନ୍ତି।

ପ୍ରେମିକାଙ୍କ ନାଁ ନେହା ଓ ପ୍ରେମିକଙ୍କ ନାଁ କ୍ରିଷ୍ଣା ଯାଦବ। ପୁଲିସ କହିଛି ଯେ ବୁଧବାର ଅପରାହ୍ନ ପ୍ରାୟ ୩.୩୦ରେ ନେହା ଓ କ୍ରିଷ୍ଣା ବୋଇସର ସ୍ଥିତି ଜନଗହଳୀପୂର୍ଣ୍ଣ ରାସ୍ତାରେ ପରସ୍ପରକୁ ଭେଟିଥିଲେ। କିଛି ସମୟର କଥାବାର୍ତ୍ତା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। ଟିଆଇଏମ ହସ୍ପିଟାଲ ନିକଟରେ ଉଭୟ ଯୁକ୍ତିତର୍କ କରୁଥିଲେ ମଧ୍ୟ କେହି ବି ଏଥିରେ ହସ୍ତକ୍ଷେପ କରି ନଥିଲେ।

ଶେଷରେ କ୍ରିଷ୍ଣା ନିଜ ପାଖରେ ରଖିଥିବା ଗୋଟିଏ ଦେଶୀ ବନ୍ଧୁକ ବାହାର କରି ଅତ୍ୟନ୍ତ ପାଖରୁ ନେହାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ନେହା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଏହା ଦେଖି କ୍ରିଷ୍ଣା ସେଠାରୁ ଫେରାର ହୋଇଯାଇଥିଲେ। କିନ୍ତୁ ଘଟଣାସ୍ଥଳରୁ ୫୦୦ ମିଟର ଦୂର ଯିବା ପରେ ସେ ମଧ୍ୟ ରାସ୍ତାରେ ଯାଉଥିବା ସିଆଇଏସଏଫ ଗାଡ଼ି ସାମ୍ନାକୁ ଡେଇଁ ପଡ଼ିଥିଲେ।

ଗାଡ଼ିର ବେଗ ଅଧିକ ଥିବାରୁ କ୍ରିଷ୍ଣା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ କ୍ରିଷ୍ଣା ବ୍ୟବହାର କରିଥିବା ଦେଶୀ ବନ୍ଧକକୁ ଜବତ କରିଛି। ସେହିପରି ଉଭୟଙ୍କୁ ପାଖରେ ଥିବା ପରିଚୟପତ୍ର ଠାବ ପରି ପୁଲିସ୍‌ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା। ତେବେ କାହିଁକି କ୍ରିଷ୍ଣା ଗୁଳି ଚଳାଇଥିଲେ, ସେକଥା ଜଣାପଡ଼ିନି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

The post ପ୍ରେମିକାଙ୍କୁ ସର୍ବସମ୍ମୁଖରେ ଗୁଳି ମାରିଲେ, ପରେ ଗାଡ଼ି ଆଗକୁ ଡେଇଁଲେ ପ୍ରେମିକ appeared first on Odisha Reporter.



from Odisha Reporter https://ift.tt/NMnfTp3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages