ବ୍ୟାନ ପରେ ପିଏଫଆଇର ଟ୍ୱିଟର ଆକାଉଣ୍ଟ ଉପରେ ଲାଗିଲା ରୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 28, 2022

ବ୍ୟାନ ପରେ ପିଏଫଆଇର ଟ୍ୱିଟର ଆକାଉଣ୍ଟ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)କୁ ଭାରତ ସରକାର ୫ ବର୍ଷ ପାଇଁ ବ୍ୟାନ କରିବା ପରେ ଏବେ ଟ୍ୱିଟର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଂଗଠନର ଅଫିସଆଲ ଟ୍ୱିଟର ଆକାଉଣ୍ଟକୁ ଆଜି ସୋଶାଲ ମିଡିଆ ଫ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ପିଏଫଆଇର ଅଫିସିଆଲ ଆକାଉଣ୍ଟ @PFIofficialକୁ ୮୧ ହଜା ଲୋକ ଅନୁସରଣ କରିଥିଲେ। ଏହି ସଂଗଠନ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ଭାରତ ସରକାର ଗତକାଲି ଏହାକୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଟ୍ୱିଟର ଭାରତରେ ଏହାର ଆକାଉଣ୍ଟ ଉପରେ ରୋକ ଲଗାଇ ଦେଇଛି। ଏହାର ଅର୍ଥ ଏହି ଆକାଉଣ୍ଟ ଅକାମୀ ହୋଇଯାଇଛି।

ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପିଏଫଆଇର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ। ଏହାପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସ୍ଥାକୁ ବେଆଇନ ସଂଗଠନ ଭାବେ ନାମିତ କରିଥିଲା। ଏଥିସହ ଫିଏଫଆଇକୁ ଦେଶରେ ୫ ବର୍ଷ ପାଇଁ ବ୍ୟାନ କରାଯାଇଥିଲା। ଏହାର ସମସ୍ତ ସହଯୋଗୀ ଓ ଅନୁବନ୍ଧିତ ସଂସ୍ଥା ଉପରେ ମଧ୍ୟ ବ୍ୟାନ ଲାଗୁ କରାଯାଇଛି। ସଂଗଠନର ଆତଙ୍କବାଦୀ ଲିଙ୍କ ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ହିଂସା ସୃଷ୍ଟି କରିବା ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରିବା ପାଇଁ ପିଏଫଆଇ ବିଦେଶର ପାଣ୍ଠି ପାଇଥିବା ମଧ୍ୟ ଏନଆଇଏ ରେଡ ବେଳେ ଜଣାପଡ଼ିଥିଲା।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶନାମାରେ ପିଏଫଆଇ ଓ ଏହା ସହ ଜଡ଼ିତ ଥିବା ରେହାବ ଇଣ୍ଡିଆ ଫାଉଣ୍ଡେସନ (ଆରଆଇଏଫ), କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ (ସିଏଫଆଇ), ଅଲଇଣ୍ଡିଆ ଇମାମ୍ସ କାଉସିଲ(ଏଆଇଆଇସି), ନ୍ୟାଶନାଲ କନଫେଡେରେସନ ଅଫ୍ ହ୍ୟୁମାନ ରାଇଟ୍ସ ଅର୍ଗାନାଇଜେସନ (ଏନସିଏଚ୍‌ଆରଓ), ନ୍ୟାଶନାଲ ୱମେନ୍ସ ଫ୍ରଣ୍ଟ, ଜୁନିୟର ଫ୍ରଣ୍ଟ, ଏନପାୱାର ଇଣ୍ଡିଆ ‍ଫାଉଡେସନ ଓ କେରଳ ରେହାବ ଫାଉଣ୍ଡସେନକୁ ବେଆଇନ ସଂଗଠନ ଭାବେ ଅବିହିତ କରାଯାଉଛି। ଏହାର ଅର୍ଥ ଏବେ ଏହି ସଂସ୍ଥାଗୁଡ଼ିକ ଦେଶରେ କୌଣସି ପ୍ରକାରର କାର୍ଯ୍ୟକଳାପ କରିପାରିବେ ନାହିଁ।

ପିଏଫଆଇର ଲିଙ୍କ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନଗୁଡ଼ିକ ସହ ରହିଛି। ଏପରି କି ପିଏଫଆଇର ଏକାଧିକ ସଦସ୍ୟ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ରେ ମଧ୍ୟ ସାମିଲ ହୋଇଛନ୍ତି। ଏମାନେ ସିରିୟା, ଇରାକ ଓ ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି। ଆଇଏସ ସହ ଲିଙ୍କ ଥିବା କିଛି ପିଏଫଆଇ କ୍ୟାଡର ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ଅନେକଙ୍କୁ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।

ସୂଚନାଯୋଗ୍ୟ, ଏନଆଇଏ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ସେପ୍ଟେମ୍ବର ୨୨ରେ ଦେଶର ୧୫ଟି ରାଜ୍ୟର ୯୩ଟି ସ୍ଥାନରେ ରେଡ୍‌ କରିଥିଲା। ଏହି ସମୟରେ ପିଏଫଆଇ ସହ ଜଡ଼ିତ ପ୍ରାୟ ୧୦୬ ଜଣଙ୍କୁ ଗିରଫ କରାଯାଇଥିଲା। ଏହାପରେ ମଙ୍ଗଳବାର ୮ଟି ରାଜ୍ୟରେ ପୁଣି ଅପରେସନ କରାଯାଇଥିଲା। ଏତିକି ବେଳେ ପିଏଫଆଇର ୧୭୦ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି।

The post ବ୍ୟାନ ପରେ ପିଏଫଆଇର ଟ୍ୱିଟର ଆକାଉଣ୍ଟ ଉପରେ ଲାଗିଲା ରୋକ appeared first on Odisha Reporter.



from Odisha Reporter https://ift.tt/mBznGqu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages