ଜୁଆର ମାଡରେ ଭାଙ୍ଗିଗଲା ଅସ୍ଥାୟୀ ବନ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 25, 2022

ଜୁଆର ମାଡରେ ଭାଙ୍ଗିଗଲା ଅସ୍ଥାୟୀ ବନ୍ଧ

ପୁରୀ(ଓଡ଼ିଶା ରିପୋର୍ଟର): ଜୁଆର ମାଡ଼ରେ ଭାଙ୍ଗିଗଲା ପୁରୀ- କୋଣାର୍କ ଚନ୍ଦ୍ରଭାଗା କୂଳରେ ହୋଇଥିବା ଅସ୍ଥାୟୀ ବନ୍ଧ  । ଚନ୍ଦ୍ରଭାଗା କୂଳରେ ଆସ୍ଥାୟୀ କାଠ ଦିଆଯାଇ ବାଲିବସ୍ତା ବନ୍ଧ ତିଆରି ହୋଇଛି। ତେବେ ଅମାବାସ୍ୟାରେ ଜୁଆର ମାଡ ଏହି ବନ୍ଧର କିଛି ଅଂଶ ସମୁଦ୍ର ଗର୍ଭକୁ ଭାସିଯାଇଛି । ଫଳରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରୋଡ଼  ବିପଦକୁ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇଛି ।

ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଅଧିକ ଜୁଆର ସୃଷ୍ଟି ହେବ । ଅସ୍ଥାୟୀ ବନ୍ଧ ଏବେଠୁ ଜୁଆର ମାଡ଼ରେ ଭାଙ୍ଗି ଯାଇଥିବା ବେଳେ ଆଗକୁ ସ୍ଥିତି ଅଧିକ ସଙ୍ଗୀନ ହୋଇପାରେ ବୋଲି ଆଶଙ୍କ ସୃଷ୍ଟି ହୋଇଛି । ସେତେବେଳେ ବନ୍ଧ କେତେ ସୁରକ୍ଷିତ ରହିବ ତାକୁ ନେଇ ଉଠିଛି ପ୍ରଶ୍ନ । ତେଣୁ ଏବେଠୁ ଯୁଦ୍ଧକାଳୀନ ଭିତ୍ତିରେ ବାଲି ପକାଯାଇ ବନ୍ଧ ମରାମତି କାମ ଚାଲିଥିବା ଦେଖିବାକୁ ମିଳୁଛି।

ସମୁଦ୍ର ଜୁଆରରେ ଭାଙ୍ଗିଗଲା ଅସ୍ଥାୟୀ ବନ୍ଧ ।

ସୂଚନାଯୋଗ୍ୟ, ବେଧଡ଼କ ବାଲି ଚୋରା ଚାଲାଣ ଯୋଗୁଁ କିଛି ଦିନ ତଳେ ଏହି ସ୍ଥାନରେ ଗାର୍ଡ ୱାଲ ଭାଙ୍ଗିଯାଇଥିଲା । ପରେ ପ୍ରଶାସନ ପକ୍ଷରୁ  ଅସ୍ଥାୟୀ ବନ୍ଧ ନିର୍ମାଣ କରାଯାଇଥିଲା। ଏବେ ଜୁଆର ମାଡି ଆସିବା ପରେ ଅସ୍ଥାୟୀ ବାଲିବସ୍ତା ବନ୍ଧ ସମୂଦ୍ର ଗର୍ଭରେ । ଫଳରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରୋଡ଼ ପ୍ରତି ବିପଦ ଆଶଙ୍କାକୁ ଟାଳି ହେବନି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି ।

The post ଜୁଆର ମାଡରେ ଭାଙ୍ଗିଗଲା ଅସ୍ଥାୟୀ ବନ୍ଧ appeared first on Odisha Reporter.



from Odisha Reporter https://ift.tt/BvVc74i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages