ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିସାରିଛି। ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ୍ ଗୋଆ ପୁଲିସ ଆଖରେ ନିଜ ଦୋଷ ସ୍ୱୀକାର କରିଥିବା ଜଣାପଡିଛି। ତେବେ ସୋନାଲିଙ୍କ ପରିବାର ଲୋକେ କିନ୍ତୁ ଗୋଆ ପୁଲିସର ତଦନ୍ତରେ ଖୁସି ନାହାନ୍ତି। ଏଥିପାଇଁ ଏବେ ସେମାନେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ଗୋଆ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଏନେଇ ସୋନାଲିଙ୍କ ପୁତୁରା ବିକାଶ ସୂଚନା ଦେଇଛନ୍ତି।
ମଙ୍ଗଳବାର ଦିନ ହାଇକୋର୍ଟରେ ପରିବାର ପକ୍ଷରୁ ଏକ ପିଟିସନ ଦାଖଲ କରାଯିବ। ଏହା ବ୍ୟତୀତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ମଧ୍ୟ ଲେଖାଯାଇଛି। ପରିବାର ଲୋକଙ୍କ କହିବା ମୁତାବକ, ଗୋଆ ପୁଲିସ ନିଜ ସମୟ ନଷ୍ଟ କରୁଛି। ସିବିଆଇ ତଦନ୍ତକୁ ନେଇ ଗୋଆ ସରକାର ମଧ୍ୟ ଚିନ୍ତିତ ନାହାନ୍ତି। ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମଗାଯାଇଛି।
ଯଦି ପୂରା ଘଟଣାର ଗୁରୁତର ସହ ତଦନ୍ତ କରାଯାଇଥାନ୍ତା, ତେବେ ଅଭିଯୁକ୍ତ ସୁଧୀରଙ୍କୁ ଗୋଆ ପୁଲିସ ନିଜ ସହ ଆଣିଥାନ୍ତା। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଗୋଆ ପୁଲିସ ଏହି ସବୁ କରୁଛି। ଗୋଆ ପୁଲିସ ଆମକୁ ସମର୍ଥନ କରୁନାହିଁ। ଏହା ପଛରେ ରାଜନୈତିକ ଚାପ ରହିଥିବା ସନ୍ଦେହ ହେଉଛି। ତେଣୁ ବର୍ତ୍ତମାନ ମାମାଲର ସିବିଆଇ ତଦନ୍ତ ପାଇଁ ଗୋଆ ହାଇକୋର୍ଟକୁ ଯିବୁ ବୋଲି ପରିବାର ଲୋକେ କରିଛନ୍ତି।
Sonali Phogat death case| Hisar, Haryana: Goa Police is not doing proper investigation… I think political influence is also behind this, so now we will move to Goa High Court demanding a Central Bureau of Investigation (CBI) probe: Vikas Singhmar, nephew of Sonali Phogat (03.9) pic.twitter.com/BVK1LmGvmW
— ANI (@ANI) September 4, 2022
ଅନ୍ୟପକ୍ଷରେ ଅଭିଯୁକ୍ତ ସୁଧୀର ସ୍ୱୀକାର କରିଛନ୍ତି ଯେ ସୋନାଲିଙ୍କୁ ସୁଚିନ୍ତିତ ଭାବେ ଡ୍ରଗ୍ସର ଓଭରଡୋଜ୍ ଦିଆଯାଇଥିଲା। ସୁଧୀର ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଏଥିପାଇଁ ସୁଖବିନ୍ଦରଙ୍କ ସାହାଯ୍ୟ ନେଇଥିଲେ। ଗୋଆ ପୁଲିସର ଟିମ୍ ଗତ ଚାରି ଦିନ ଧରି ହରିୟାଣାର ହିସାରରେ ଅଛି। ସେଠାରୁ ଗୋଆ ପୁଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିବା କୁହାଯାଉଛି।
ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ‘ଆମେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଗୁପ୍ତ ରିପୋର୍ଟ ପଠାଇଛୁ। ମୋର ପୁଲିସ୍ ଟିମ୍ ଦ୍ୱାରା କରାଯାଇଥିବା ତଦନ୍ତରେ ମୁଁ ସନ୍ତୁଷ୍ଟ। ଏହି ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି। ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ।’
ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୩ ତାରିଖରେ ସୋନାଲି ଫୋଗଟଙ୍କ ଗାଆରେ ମୃତ୍ୟୁ ହୋଇଥିଲା। ପ୍ରଥମେ ହୃଦ୍ଘାତ ଓ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା। ଏହି ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ସୁଧୀର ଓ ସୁଖବିନ୍ଦର ଗୋଆ ପୁଲିସର ହେପାଜତରେ ଅଛନ୍ତି।
The post ସୋନାଲି ମୃତ୍ୟୁ ମାମଲା: ହାଇକୋର୍ଟ ଯିବେ ପରିବାର ଲୋକେ appeared first on Odisha Reporter.
from Odisha Reporter https://ift.tt/Yskvm64
No comments:
Post a Comment