ଥାନାର ଦ୍ୱାରସ୍ଥ ହେଲେ ଅନୁଭବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 15, 2022

ଥାନାର ଦ୍ୱାରସ୍ଥ ହେଲେ ଅନୁଭବ

କଟକ (ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଅନୁଭବ। ସେ କଟକ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏନେଇ ଏତଲା ଦେଇଛନ୍ତି।

ଏତଲାରେ ଅନୁଭବ ଦର୍ଶାଇଛନ୍ତି ଯେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ନାଁରେ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଡୋନେସନ ମାଗୁଛି। ଏହି ଫେକ୍ ଏକାଉଣ୍ଟରେ ଲକ୍ଷେ ୯୪ ହଜାର ଫଲୋଅର ଅଛନ୍ତି।

ଅନୁଭବ ଆହୁରି ଉଲ୍ଲେଖ କରିଛନ୍ତି ଯେ ଫେକ୍ ଆକାଉଣ୍ଟ ଖୋଲି ଥିବା ବ୍ୟକ୍ତି ତାଙ୍କୁ ବ୍ଲକ୍‌ କରି ଦେଇଥିବାରୁ ସେ କୌଣସି ପୋଷ୍ଟ ଦେଖିପାରୁ ନାହାନ୍ତି। ଏହା ସହିତ ଫେସ୍‌ବୁକ୍‌ରେ ମଧ୍ୟ ତାଙ୍କ ନାଁରେ ଏକ ଫେକ୍ ଆଉଣ୍ଟ ଖୋଲା ଯାଇଥିବା ସେ ଦର୍ଶାଇଛନ୍ତି।

ତୁରନ୍ତ ଉକ୍ତ ଫେକ୍ ଆକାଉଣ୍ଟ ଗୁଡ଼ିକୁ ବନ୍ଦ କରିବା ସହିତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁଭବ ମହାନ୍ତି ତାଙ୍କ ଏତଲାରେ ଲେଖିଛନ୍ତି।

The post ଥାନାର ଦ୍ୱାରସ୍ଥ ହେଲେ ଅନୁଭବ appeared first on Odisha Reporter.



from Odisha Reporter https://ift.tt/h38B6wM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages