ରୁଷ ସେନା କ୍ୟାମ୍ପ ଉପରେ ଆତଙ୍କୀ ହମ୍‌ଲା, ୧୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 15, 2022

ରୁଷ ସେନା କ୍ୟାମ୍ପ ଉପରେ ଆତଙ୍କୀ ହମ୍‌ଲା, ୧୧ ମୃତ

ମସ୍କୋ: ଶୁକ୍ରବାର ୟୁକ୍ରେନ୍ ଉପରେ ଆଉ ଆକ୍ରମଣ କରିବନି ବୋଲି ଘୋଷଣା କରିଥିବା ରୁଷକୁ ଲାଗିଛି ଜୋରଦାର ଝଟ୍‌କା। ଯୁଦ୍ଧ ଭିତରେ ରୁଷ ସେନା କ୍ୟାମ୍ପ ଉପରେ ହୋଇଛି ଆତଙ୍କୀ ହମ୍‌ଲା। ବନ୍ଧୁକଧାରୀମାନେ ରୁଷ ସେନା ଉପରକୁ ଆଖିବୁଜା ଗୁଳିମାଡ କରିଛନ୍ତି। ଏଥିରେ ୧୧ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ବେଲଗୋରଡ ଅଞ୍ଚଳରେ ଲାଇଭ୍ ଫାୟାର ଟ୍ରେନିଂ ସେଣ୍ଟରରେ ଏହି ଆକ୍ରମଣ ହୋଇଛି। ରୁଷ ପ୍ରତିରକ୍ଷାମନ୍ତ୍ରାଳୟ ଏହି ସୂଚନା ଦେଇଛି।

ସୂଚନା ମୁତାବକ, ୟୁକ୍ରେନ୍ ବିରୋଧରେ ଲଢ଼ିବାକୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ। ଏମାନେ ରୁଷ ସେନାରେ ଭଲିଣ୍ଟିଅର ଭାବେ କାମ କରୁଥିଲେ। ବନ୍ଧୁକ ଚାଳନ ପାଇଁ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ଚାଲିଥିବା ବେଳେ ଉକ୍ତ ବ୍ୟକ୍ତି ଦ୍ୱୟ ସ୍ୱେଚ୍ଛାକୃତ ଭାବେ ଟ୍ରେନିଂ ସେଣ୍ଟରକୁ ଆସିଥିଲେ। ୟୁକ୍ରେନ ବିରୋଧୀ ସ୍ୱତନ୍ତ୍ର ସେନା ଅପରେସନରେ ମିଶିବାକୁ ଇଚ୍ଛା ପ୍ରକାଶ କରି ସେ ଟ୍ରେନିଂ ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଏକ ବନ୍ଧୁକରେ ଟ୍ରେନିଂ ନେଉଥିବା ରୁଷ ସେନା ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହାର ପ୍ରତି ଜବାବରେ ରୁଷ ସେନା ମଧ୍ୟ ଏହି ଦୁଇ ବ୍ୟକ୍ତିଙ୍କ ଉପରେ ଗୁଳିମାଡ କରିଥିଲେ।

ମନ୍ତ୍ରାଳୟର ସୂଚନା ଅନୁସାରେ, ଦୁଇଜଣ ଶୁଟର ପୂର୍ବତନ ଶୋଭିଏତ ରିପବ୍ଲିକର ନାଗରିକ ବୋଲି ଜଣାପଡ଼ିଛି। ତେବେ ଆକ୍ରମଣ ପରେ ଦୁଇ ଶୁଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ଉଲ୍ଲେଖଯୋଗ୍ୟ, ୟୁକ୍ରେନ ସହ ଯୁଦ୍ଧ ଲଢ଼ିବାକୁ ସାଧରଣ ନାଗରିକଙ୍କୁ ମଧ୍ୟ ସେନାରେ ସାମିଲ ହେବାକୁ ରୁଷ ଘୋଷଣା କରିଥିଲା। ନିକଟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୩ଲକ୍ଷ ସେନାଙ୍କୁ ଯୁଦ୍ଧକୁ ପଠାଇବା ପାଇଁ ମଧ୍ୟ ଘୋଷଣା କରିଥିଲେ। ତେବେ ପୁଟିନଙ୍କ ଏହି ନିଷ୍ପତ୍ତିକୁ ରୁଷରେ ଜୋରଦାର ବିରୋଧ କରାଯାଇଥିଲା। ଅନେକ ଲୋକେ ଦେଶ ଛାଡି ଚାଲିଯାଇଥିବା ବେଳେ ଆଉ କିଛି ନିଜକୁ ଆଘାତ ପହଞ୍ଚାଇ ନିଜ ହାତ ଭାଙ୍ଗି ଦେଇଥିବା ଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା।

The post ରୁଷ ସେନା କ୍ୟାମ୍ପ ଉପରେ ଆତଙ୍କୀ ହମ୍‌ଲା, ୧୧ ମୃତ appeared first on Odisha Reporter.



from Odisha Reporter https://ift.tt/pIbJFiu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages