ଆଜିଠୁ ଟି-୨୦ ବିଶ୍ୱକପ୍‌, ଭାଗ ନେବେ ୧୬ ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 15, 2022

ଆଜିଠୁ ଟି-୨୦ ବିଶ୍ୱକପ୍‌, ଭାଗ ନେବେ ୧୬ ଦେଶ

ନୂଆଦିଲ୍ଲୀ: ଆଜିଠୁ ଫଟାଫଟା କ୍ରିକେଟ୍। ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-ଟ୍ୱେଣ୍ଟି କ୍ରିକେଟ୍‌ର ଅଷ୍ଟମ ସଂସ୍କରଣ । ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦେଶ ଭାଗ ନେବେ । ଆସନ୍ତା ନଭେମ୍ବର ୧୩ ତାରିଖ ଯାଏଁ ଏହି ଟି-ଟ୍ୱେଣ୍ଟି କ୍ରିକେଟ୍ ଚାଲିବ।

ଆଜିଠୁ ପ୍ରଥମ ରାଉଣ୍ଡ ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୨ ତାରିଖରୁ ଖେଳାଯିବ ସୁପର ୧୨ ରାଉଣ୍ଡ। ଆଇସିସିର ମାନ୍ୟତା ଭିତରେ ଭାରତ, ଅଷ୍ଟ୍ରେଲିଆ, ପାକିସ୍ଥାନ ସମେତ ୮ ଟି ଦେଶ ସୁପର ୧୨ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି । ପ୍ରଥମ ରାଉଣ୍ଡରେ ଦୁଇଟି ଗ୍ରୁପରେ ୮ ଟି ଦଳ ରହିଛନ୍ତି। ଦୁଇଟି ଗ୍ରୁପ୍‌ରୁ ଦୁଇଟି ଲେଖାଏଁ ଶ୍ରେଷ୍ଠ ଟିମ ସୁପର ୧୨ ପାଇଁ ଉତୀର୍ଣ୍ଣ ହେବେ। ଭାରତ ତା’ର ଅଭିଯାନ ୨୩ ତାରିଖରେ ପାକିସ୍ତାନ ବିପକ୍ଷରେ ମେଲ୍‌ବର୍ଣ୍ଣରେ ଆରମ୍ଭ କରିବ।

ଆଜି ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ସକାଳ ସାଢେ ୯ଟାରେ ଆରମ୍ଭ ହେବ ମ୍ୟାଚ। ଉଭୟ ଦେଶ ଗତବର୍ଷ ସୁପର୍‌-୧୨ ଖେଳିଥିବାରୁ ନିଶ୍ଚିତ ଚାପରେ ରହି‌ବେ। ପ୍ରଥମ ରାଉଣ୍ଡ୍ ଲାଗି ଗ୍ରୁପ୍ ‘ଏ’ରେ ଶ୍ରୀଲଙ୍କା, ନେଦରଲାଣ୍ଡସ୍‌, ନାମିବ୍ୟା, ୟୁଏଇ ଏବଂ ଗ୍ରୁପ୍ ‘ବି’ରେ ୱେଷ୍ଟଇଣ୍ଡିଜ୍, ସ୍କଟଲାଣ୍ଡ୍ , ଜିମ୍ବାୱେ, ଆୟର୍ଲାଣ୍ଡ ରହିଛନ୍ତି। ଉଭୟ ଗ୍ରୁପ୍‌ରୁ ଶୀର୍ଷ ୨ ଦେଶକୁ ନେଇ ମୋଟ ୪ ଦଳ ସୁପର୍ ୧୨ ପର୍ଯ୍ୟାୟକୁ ଯିବା ପରେ ଶନିବାରଠାରୁ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ।

ପୂର୍ବରୁ ଖେଳାଯାଇଥିବା ୭ଟି ଟି-୨୦ ବିଶ୍ୱକପରୁ ୨୦୦୭ରେ ଭାରତ ପ୍ରଥମ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲା। ୱେଷ୍ଟିଇଣ୍ଡିଜ ଦୁଇଥର ବିଜୟୀ ହୋଇଥିବା ବେଳେ ଭାରତ ସମେତ ପାକିସ୍ତାନ, ଇଂଲଣ୍ଡ, ଆଷ୍ଟ୍ରେଲିଆ, ଶ୍ରୀଲଙ୍କା ଥରେ ଲେଖାଏଁ ଟାଇଟଲ ହାସଲ କରିଛନ୍ତି।

The post ଆଜିଠୁ ଟି-୨୦ ବିଶ୍ୱକପ୍‌, ଭାଗ ନେବେ ୧୬ ଦେଶ appeared first on Odisha Reporter.



from Odisha Reporter https://ift.tt/oUg1WIF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages