୧୬ ଅକ୍ଟୋବର, ରବିବାର: ସମସ୍ୟାର ସମାଧାନ ହୋଇଯିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 15, 2022

୧୬ ଅକ୍ଟୋବର, ରବିବାର: ସମସ୍ୟାର ସମାଧାନ ହୋଇଯିବ

ମେଷ:ବ୍ୟବସାୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସାହାଯ୍ୟ ପାଇବେ। ପ୍ରତିଯୋଗିତାରେ ବିଜୟୀ ହେବେ। ବିପଦରେ ପଡ଼ିପାରନ୍ତି।

ବୃଷ:ସ୍ୱାସ୍ଥ୍ୟ ସମ୍ପର୍କିତ ଚିନ୍ତା ଦୂର ହେବ। ବନ୍ଧୁଙ୍କ ସହିତ ଭେଟ ହେବ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆଶାଜନକ ଫଳପ୍ରାପ୍ତି ହେବ।

ମିଥୁନ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଅର୍ଥ ସଞ୍ଚୟ କରିବାରେ ବହୁତ ଯତ୍ନବାନ ହେବେ। ସମସ୍ୟାର ସମାଧାନ ହୋଇଯିବ। ଶତ୍ରୁମାନେ ଦୂରେଇ ଯିବେ।

କର୍କଟ:ବିଦେଶ ଯାତ୍ରାର ସୁଯୋଗ ଆସିପାରେ। ବ୍ୟବସାୟରେ ଭଲ ଲାଭ ହେବ। ବନ୍ଧୁବାନ୍ଧବଙ୍କ ଦ୍ୱାରା ସମସ୍ୟାର ସମାଧାନ ହେବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ପାଇବ।

ସିଂହ: ଆତ୍ମବିଶ୍ୱାସ ବଢ଼ିବ। ପରୀକ୍ଷା ଓ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ। ଅଫିସ୍‌ରେ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ।

କନ୍ୟା:ସାମାଜିକ କଲ୍ୟାଣ କାମରେ ନିଜକୁ ନିୟୋଜିତ କରିବେ। ଖୁସି ରହିବେ। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

ତୁଳା:ସମସ୍ତଙ୍କ ସହିତ ସୁସମ୍ପର୍କ ରଖିବେ। ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନ ଦେବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ବିଛା:କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ। ରାସ୍ତାଘାଟରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ଧନୁ:ସମ୍ପର୍କୀୟଙ୍କ ସହଯୋଗ ପାଇ ସ୍ଥଗିତ ଥିବା କାମକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ଆତ୍ମବିଶ୍ୱାସ ବଢ଼ିବ। ମାନସମ୍ମାନ ମିଳିବ। ବ୍ୟବସାୟରେ ଭଲ ଲାଭ ପାଇବେ।

ମକର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଘରର ବାତାବରଣ ଭଲ ରହିବ। ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ପଡ଼ିପାରେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ।

କୁମ୍ଭ:ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳ ହେବେ।

ମୀନ:ସାହିତ୍ୟ ଓ କଳାକ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ମାନସମ୍ମାନ ପାଇବେ। ବହୁତ ଦିନରୁ ବାକି ପଡ଼ିଥିବା ଟଙ୍କା ମିଳିଯିବ। ରାସ୍ତାରେ ଯିବାଆସିବା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

 

The post ୧୬ ଅକ୍ଟୋବର, ରବିବାର: ସମସ୍ୟାର ସମାଧାନ ହୋଇଯିବ appeared first on Odisha Reporter.



from Odisha Reporter https://ift.tt/NSlRpb8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages