ଶୁଣିଲେନି ପଡ଼ୋଶୀ, ସ୍ୱାମୀ ପାଇଁ ସମାଧୀ ଖୋଳିଲା ସ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 15, 2022

ଶୁଣିଲେନି ପଡ଼ୋଶୀ, ସ୍ୱାମୀ ପାଇଁ ସମାଧୀ ଖୋଳିଲା ସ୍ତ୍ରୀ

ଚମ୍ପୁଆ(ଦୀପକ କୁମାର ଶତପଥୀ):  ପତ୍ନୀଙ୍କ ଆଖି ଆଗରେ ଆଖି ବୁଜିଦେଲେ ଜ୍ୱର ପୀଡ଼ିତ ସ୍ୱାମୀ। ସ୍ୱାମୀର ମୃତଦେହ ଆଖି ଆଗରେ ପଡ଼ିଥିବା ଦେଖି  କୋହ ସମ୍ଭାଳି ପାରିଲେନି ପତ୍ନୀ। ହେଲେ ମୃତଦେହ ଉଠାଇବା  ଦୂରର କଥା ସାନ୍ତ୍ୱନା ଦେବାକୁ ବି କେହି ଆଗେଇ ଆସିଲେନି। ଶେଷରେ ଆଖିର ଲୁହକୁ ପୋଛି କୋହକୁ ସମ୍ଭାଳିଲେ ପତ୍ନୀ। ଆଉ ପ୍ରକୃତିସ୍ଥ ହୋଇ ନିଜ ହାତରେ ନିଜ ସ୍ୱାମୀଙ୍କ ପାଇଁ ସମାଧୀ ଖୋଳିଲେ । ପାଖପଡ଼ୋଶୀ ଦେଖଣାହାରୀ ସାଜିଥିବା ବେଳେ ନିଜ ସ୍ୱାମୀଙ୍କୁ ନିଜେ ହିଁ ସମାଧୀ ଦେଲେ ପତ୍ନୀ। ଏପରି ହୃଦୟ ବିଦାୟକ ଘଟଣା କେନ୍ଦୁଝର ଜିଲ୍ଲା  ଚମ୍ପୁଆ ବ୍ଲକ ବଡ଼ ନଈ ଗାଁରେ  ଘଟିଛି।  ସମ୍ପନ୍ନ କଲେ ପତ୍ନୀ। ଏପରି ହୃଦୟ ବିଦାୟକ ଘଟଣା କେନ୍ଦୁଝର ଜିଲ୍ଲା  ଚମ୍ପୁଆ ବ୍ଲକ ବଡ଼ ନଈ ଗାଁରେ  ଘଟିଛି। ମୃତକ ହେଲେ ନଈ ଗାଁରେ ଭଞ୍ଜ ମୁଣ୍ଡା ।

ଭଞ୍ଜ ମୁଣ୍ଡାଙ୍କୁ ଜ୍ୱର ହେବାରୁ ଜ୍ୱର ପ୍ରଥମେ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ତ୍ରୀ କତି ମୁଣ୍ଡା । ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗତ ରାତିରେ ଆଖି ବୁଜିଲେ ଭଞ୍ଜ ମୁଣ୍ଡା।

ସ୍ୱାମୀଙ୍କ ମୃତଦେହକୁ ଗାଁକୁ ଆଣିବାକୁ କତି ମୁଣ୍ଡାଙ୍କୁ ଆମ୍ବୁଲାନ୍ସ ମିଳିଲାନି। ଫଳରେ ସେ ଧାରଉଧାର କରି ୧୫ଶହ ଟଙ୍କା ଯୋଗାଡ଼ କରି  ସ୍ୱାମୀଙ୍କ  ମୃତଦେହକୁ ଭଡ଼ାଗାଡ଼ିରେ ଗାଁକୁ ଆଣିଥିଲେ । ଏହାପରେ ବି ତାଙ୍କ ଦୁର୍ଦ୍ଦଶା ସରି ନ ଥିଲା।

ମୃତଦେହ ଗାଁରେ ପହଞ୍ଚିବା ପରେ ଶବସତ୍କାର କରିବାକୁ ଧରାଛୁଆଁ ଦେଲେନି ଗ୍ରାମବାସୀ । ଫଳରେ ନିରୂପାୟ କତି ନିଜ ଘର ଆଗରେ ସମାଧୀ ଖୋଳିଲେ କତି ମୁଣ୍ଡା।  ଏହାପରେ ନିଜେ ହିଁ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ଉକ୍ତ ସମାଧୀରେ ପୋତି ଦେଇଥିଲେ। କତି ମୁଣ୍ଡାଙ୍କର କୌଣସି ସନ୍ତାନ ନଥିବା ବେଳେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକୁଟିଆ ହୋଇ ପଡ଼ିଛନ୍ତି।

ଏଭଳି ଜଣେ ଅସହାୟ ମହିଳାଙ୍କ ଦୁଃଖ ସମୟରେ କେହି ସହାୟତା ନ କରି ଦେଖଣାହାରୀ ସାଜିବା ବାସ୍ତବରେ ସାମାଜିକ ବ୍ୟବସ୍ଥା ଉପରେ ଏକ ଶକ୍ତ ଚାପୁଡ଼ା  ବ୍ୟକ୍ତିଙ୍କୁ କେହି ସହାୟତା କରିନଥିବା ଘଟଣା ଆମ ସାମାଜିକ ବ୍ୟବସ୍ଥା ଉପରେ ଛିଡ଼ା କରିଛି ବିରାଟ ପ୍ରଶ୍ନବାଚୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

 

The post ଶୁଣିଲେନି ପଡ଼ୋଶୀ, ସ୍ୱାମୀ ପାଇଁ ସମାଧୀ ଖୋଳିଲା ସ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/gL1zVo2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages