୯ ଜଣଙ୍କ ମୃତ ଦେହ ଉଦ୍ଧାର, ଏବେବି ୨୨ ପର୍ବତାରୋହୀ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 6, 2022

୯ ଜଣଙ୍କ ମୃତ ଦେହ ଉଦ୍ଧାର, ଏବେବି ୨୨ ପର୍ବତାରୋହୀ ନିଖୋଜ

ଡେରାଡୁନ୍‌: ଉତ୍ତରାଖଣ୍ଡର ଉତ୍ତରକାସୀ ଜିଲ୍ଲାରେ ଭୟଙ୍କର ହିମସ୍ଖଳନ ଘଟି ୯ ଜଣଙ୍କର ମୃତ୍ୟୁ ଘଟିଛି। ‘ଦ୍ରୌପଦୀ କା ଡାଣ୍ଡା’ ପାହାଡ଼ରେ ଏହି ହିମସ୍ଖଳନ ଘଟିଥିବା ଏଠିକାର ପର୍ବତାରୋହୀ ନେହରୁ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ଏବେ ବି ୨୨ ଜଣ ପର୍ବତାରୋହୀ ନିଖୋଜ ଥିବା ଜଣାପଡ଼ିଛି।  ଅକ୍ଟୋବର ୪ଏବଂ ୫ ତାରିଖରେ ଉଦ୍ଧାର ହୋଇଥିବା ୯ଟି ମୃତ ଦେହକୁ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ବର୍ତ୍ତମାନ ସୁଦ୍ଧା ଆହୁରି ୨୨ ଜଣ ଟେନିଂ ଛାତ୍ରଛାତ୍ରୀ ଉକ୍ତ ପାହାଡ଼ରେ ଫସିଛନ୍ତି।  ଉଦ୍ଧାର କାର୍ଯ୍ୟରେ ଏନଡିଆରଏ, ଏସଡିଆରଏଫ ଏବଂ ଆଇଟିବିପିର ସୁରକ୍ଷା କର୍ମୀମାନେ ନିୟୋଜିତ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ମୃତ ଦେହ ଗୁଡ଼ିକୁ ଦ୍ରୌପଦୀ କା ଡାଣ୍ଡା ପାହାଡ଼ରୁ ହେଲିକପ୍ଟର ଯୋଗେ ମତାଲି ହେଲିପ୍ୟାଡ ନିକଟକୁ ଅଣାଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଟ୍ୱିଟ୍‌ କରି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ନିମନ୍ତେ ସେନା ସହୟତା ମାଗିଥିଲେ। ରାଜନାଥ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସହାୟତା କରିବା ଲାଗି ପ୍ରତିଶ୍ରୁତି ଦେଇଥିବା ସେ ଲେଖିଥିଲେ। ପ୍ରାୟ ୧୬,୦୦୦ ଫୁଟ ଉପରେ ଏହି ଦୁର୍ଘଟଣା ଘଟିଛି।  ଗୁଲମାର୍ଗ, ଜମ୍ମୁ ଏବଂ କଶ୍ମୀରର ଏକ ଗବେଶଣା ଟିମ୍‌ ସେନାକୁ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି।

ଅନ୍ୟପଟେ ପାଗ ଭୀଷଣ ଖରାପ ଥିବାରୁ ଦ୍ରୌପଦୀ କା ଡାଣ୍ଡା ପାହାଡ଼ରେ ପର୍ବତାରୋହଣ କାର୍ଯ୍ୟକ୍ରମକୁ ୩ ଦିନ ପାଇଁ ବନ୍ଦ ରଖାଯାଇଛି।  ମୃତକଙ୍କ ମଧ୍ୟରେ ୨ ଜଣ ପ୍ରଶିକ୍ଷକ ଏବଂ ଅନ୍ୟମାନେ ଟ୍ରେନିଂ ପିଲା ଥିବା  ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ  ପର୍ବତାରୋହୀ ଭାବେ ଜାତୀୟସ୍ତରରେ ରେକର୍ଡ଼ କରିଥିବା ସବିତା କଂସଓ୍ଵାଲ ଅଛନ୍ତି।  ସେ ମାତ୍ର ୧୬ ଦିନରେ ମାଉଣ୍ଟ ଏଭରେଷ୍ଟ ଏବଂ ମାଉଣ୍ଟ ମକାଲୁ ଚଢି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ମଙ୍ଗଳବାର ଉତ୍ତରକାଶୀରେ ନେହେରୁ ପର୍ବତାରୋହୀ ସଂସ୍ଥା(ଏନଆଇଏମ)ର ପ୍ରଶିକ୍ଷଣପ୍ରାପ୍ତ ପର୍ବତାରୋହୀ ଏବଂ ପ୍ରଶିକ୍ଷକଙ୍କ ଦଳ ହିମସ୍ଖଳନର ଶିକାର ହୋଇଥିଲେ।

The post ୯ ଜଣଙ୍କ ମୃତ ଦେହ ଉଦ୍ଧାର, ଏବେବି ୨୨ ପର୍ବତାରୋହୀ ନିଖୋଜ appeared first on Odisha Reporter.



from Odisha Reporter https://ift.tt/aMSINdm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages