ଦାରୁଠେଙ୍ଗରେ ଅଳିଆ ବୋଝେଇ ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 29, 2022

ଦାରୁଠେଙ୍ଗରେ ଅଳିଆ ବୋଝେଇ ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ଆଜି ସକାଳେ ଘଟିଛି ଏକ ଦୁଃଖଦ ଘଟଣା। ଏକ ଅଳିଆ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ରାମଚନ୍ଦ୍ର ଗାଗରାଇ (୪୬)। ସେ ସାଇକେଲ୍‌ରେ ଯାଉଥିବା ବେଳେ ଅଳିଆ ବୋଝେଇ କରି ନେଉଥିବା ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଦାରୁଠେଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କଟକ-ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଏହା ପୂର୍ବରୁ ଦାରୁଠେଙ୍ଗରେ ଅଳିଆ ବୋଝେଇ ଗାଡ଼ି ଧକ୍କାରେ ଆଉ ଜଣଙ୍କ ଜୀବନ ଯାଇଥିଲା। ତେଣୁ ଆଜିର ଘଟଣା ପରେ ଦାରୁଠେଙ୍ଗବାସୀ ତାତି ଯାଇଛନ୍ତି।

ରାସ୍ତା ଅବରୋଧ କରିଥିବା କେତେକ ଲୋକେ କହିଛନ୍ତି ଯେ ଏହା ଏକ ଦୁର୍ଘଟଣା ନୁହେଁ। ଏହା ଏକ ହତ୍ୟାକାଣ୍ଡ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଅଳିଆ ଉଠାଇବା ପାଇଁ ନିୟୋଜିତ ହୋଇଥିବା ଗାଡ଼ି ଗୁଡ଼ିକରେ ଫିଟ୍‌ନେସ୍ ନାହିଁ। ସେହିପରି ତାଲିମ ନେଇ ନଥିବା ଲୋକେ ଏଗୁଡ଼ିକୁ ଚଲାଉଛନ୍ତି। ବିଏମ୍‌ସି ଜାଣିଶୁଣି ଏମିତି କରି ଦାରୁଠେଙ୍ଗରେ ଜଣେ ପରେ ଜଣେ ଲୋକଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଛି।

ଅନ୍ୟ କିଛି ଆନ୍ଦୋଳନକାରୀ କହିଛନ୍ତି, ଆଜି ଏଠାକୁ ଜିଲ୍ଲାପାଳ, ମେୟର, ବିଏମ୍‌ସି କମିଶନର ପ୍ରମୁଖ ଆସିବେ। ସେମାନେ ଏଭଳି ଅଘଟଣକୁ ରୋକିବା ନିମନ୍ତେ ବିହିତ ପଦକ୍ଷେପ ନେବେ। ନହେଲେ ଆମେ ଏଠାରୁ ଉଠିବୁ ନାହିଁ। ଏହା ସହିତ ଆନ୍ଦୋଳନକାରୀମାନେ ଧମକ ଦେଇଛନ୍ତି ଯେ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଆଉ ବିଏମ୍‌ସିର ଅଳିଆ ପକାଇବାକୁ ଦିଆଯିବ ନାହିଁ। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ।

ଅନ୍ୟପକ୍ଷରେ ଏହି ଘଟଣା ନେଇ ବିଏମ୍‌ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

The post ଦାରୁଠେଙ୍ଗରେ ଅଳିଆ ବୋଝେଇ ଟ୍ରକ୍ ଧକ୍କାରେ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/PNmiV27

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages