ନୂଆଦିଲ୍ଲୀ: ଟ୍ରାଫିକ୍ ପୁଲିସ ଏଏସ୍ଆଇକୁ ଧକ୍କା ଦେଲା ଏସ୍ୟୁଭି। କେବଳ ସେତିକି ନୁହେଁ ୫୦ ମିଟର ଯାଏଁ ରାସ୍ତାରେ ଘୋଷାଡି ମଧ୍ୟ ନେଲା। ଏହାପରେ ଚାଳକ ଟ୍ରାଫିକ ପୁଲିସ ଉପରେ ଚଢ଼ାଇଦେଲେ ଗାଡି। ରାଜଧାନୀ ଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମରେ ଘଟିଛି ଏଭଳି କିଛି ଘଟଣା।
ଗୁରୁଗ୍ରାମ ସେକ୍ଟର-୫୨ ଆମ୍ବେଦକର ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଟ୍ରାଫିକ୍ ପୁଲିସ ହରପ୍ରିତ ସିଂହ ଗାଡି ଚେକିଂ କରୁଥିଲେ। ତାଙ୍କ ସହ ଜଣେ କନଷ୍ଟେବଳ ମଧ୍ୟ ଥିଲେ। ଏହି ସମୟରେ ଏକ ସନ୍ଦିଗ୍ଧ ଏସ୍ୟୁଭି ଗାଡିକୁ ଯାଞ୍ଚ କରିବା ପାଇଁ ଟ୍ରାଫିକ ପୁଲିସ ଜଣକ ଅଟକାଇଥିଲେ। କିନ୍ତୁ ଏସ୍ୟୁଭି ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳାଇ ଟ୍ରାଫିକ ପୁଲିସକୁ ଧକ୍କା ଦେଇ ୫୦ ମିଟର ଯାଏଁ ଘୋଷାଡି ନେଇଥିଲେ।
କେବଳ ସେତିକି ନୁହେଁ ଡ୍ରାଇଭର ଜଣକ ଟ୍ରାଫିକ୍ ପୁଲିସର ଗୋଡ ଉପରେ ଗାଡି ମଧ୍ୟ ଚଢ଼ାଇ ଦେଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଟ୍ରାଫିକ ପୁଲିସ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
ଟ୍ରାଫିକ୍ ପୁଲିସ ହରପ୍ରିତ ସଂହଙ୍କ ସହ ଥିବା କନଷ୍ଟେବଳ ସେକ୍ଟର-୫୩ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ପୁଲିସ ଏସ୍ୟୁଭି ରେଜିଷ୍ଟ୍ରେସନ ନମ୍ବର ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ କହିଛି।
The post ଟ୍ରାଫିକ୍ ପୁଲିସକୁୁ ୫୦ ମିଟର୍ ଯାଏଁ ଘୋଷାଡି ନେଲା ଏସ୍ୟୁଭି appeared first on Odisha Reporter.
from Odisha Reporter https://ift.tt/IfsaTjc
No comments:
Post a Comment