ବାଗ୍ଦାଦ: ଫୁଟ୍ବଲ୍ ଷ୍ଟାଡିୟମ୍ ନିକଟରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଇରାକ୍ର ରାଜଧାନୀ ବାଗ୍ଦାଦ୍ରେ ଏହି ଦୁର୍ଘଟଣା ଘଟିଛି।
ମିଡିଆ ରିପୋର୍ଟ ମୁତାବକ, ଫୁଟ୍ବଲ୍ ମ୍ୟାଚ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଛି। ମୃତକ ଓ ଆହତଙ୍କ ମଧ୍ୟରେ ଫୁଟ୍ବଲ୍ ଖେଳାଳି ମଧ୍ୟ ସାମିଲ ଅଛନ୍ତି। ଷ୍ଟାଡିୟମ ନିକଟରେ ଥିବା ଏକ ଗ୍ୟାସ୍ ଟ୍ୟାଙ୍କରରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଇଛି। ଏହା ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଘରର କାଚ ଝରକା ଓ କବାଟ ସବୁ ଭାଙ୍ଗି ଯାଇଛି। ଏଥିସହ ଘଟଣାସ୍ଥଳରେ ଥିବା ଅନେକ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
#UPDATE | Baghdad explosion: Death toll in an explosion near a football stadium in Baghdad, Iraq rises to 10 while more than 20 have been injured. Victims were playing football in their neighbourhood stadium, Reuters reported
— ANI (@ANI) October 29, 2022
ଇରାକ ରାଷ୍ଟ୍ରପତି ଅବଦୁଲ ଲତିଫ ରସିଦ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଥିପାଇଁ ଦାୟୀ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ନିଶ୍ଚିତ କଠୋର ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି।
ସେପଟେ ନିରାପତ୍ତା ବଳର କମାଣ୍ଡର୍ ଅହମଦ୍ ସଲିମ୍ କହିଛନ୍ତି, ଏହା ଆତଙ୍କବାଦ ଆକ୍ରମଣ ନୁହେଁ, ଏକ ଦୁର୍ଘଟଣା।
The post ଫୁଟ୍ବଲ୍ ଷ୍ଟାଡିୟମ୍ ନିକଟରେ ବିସ୍ଫୋରଣ, ୧୦ ମୃତ appeared first on Odisha Reporter.
from Odisha Reporter https://ift.tt/cXFYm6Q
No comments:
Post a Comment