ଶୋଭାଯାତ୍ରା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୬ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 8, 2022

ଶୋଭାଯାତ୍ରା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୬ ମୃତ

ଲକ୍ଷ୍ନୌ: ଶୋଭାଯାତ୍ରା ବେଳେ ଅଘଟଣ। ହାଇଭୋଲ୍‌ଟେଜ୍‌ ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ୬ଜଣଙ୍କ ଜୀବନ। ଏଭଳି କିଛି ଅଘଟଣ ଘଟିଛି ଉତ୍ତରପ୍ରଦେଶର ବହରାଇଚ ମାସୁକପୁରାରେ ବାରାଫତଙ୍କ ଶୋଭାଯାତ୍ରା ବେଳେ। ଏହି ଦୁର୍ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଶୋଭାଯାତ୍ରା ବେଳେ କିଛି ଲୋକ ବିଦ୍ୟୁତ ସଂସ୍ପର୍ଶରେ ଆସିବା ପରେ ଆତଙ୍କ ଖେଳିଯାଇଥିଲା। ଭୋର ୪ଟା ବେଳେ ଏହି ଶୋଭାଯାତ୍ରା ବାହାର କରାଯାଇଥିଲା। ଏହି ସମୟରେ, ଏକ ଠେଳା ଗାଡି ଉପରେ ଥିବା ଲୁହା ରଡ ୧୧ ହଜାର ଭୋଲ୍ଟ ସଂସ୍ପର୍ଶରେ ଆସିଥିଲା। ଏହାପରେ ଏହି ଲୁହା ରଡ୍‌କୁ ଶୋଭଯାତ୍ରାରେ ସାମିଲ ହୋଇଥିବା କିଛି ଲୋକେ ଛୁଇଁ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାର ମୃତ୍ୟୁ ହୋଇଛି।

ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଡିଏମ ଏବଂ ଏସପି ମଧ୍ୟ ଆହତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଦୁର୍ଘଟଣା ପରଠାରୁ ଗାଁରେ ଶୋକର ଛାୟା ଖେଳିଯାଇଛି। ସେପଟେ ଉତ୍ତରପ୍ରଦେଶ ମୁଖ୍ରମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ଦେଇ ଦୁଃଖ ପ୍ରକାଶ କରିଛନ୍ତି। ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଏଥିଲାଗି ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

The post ଶୋଭାଯାତ୍ରା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୬ ମୃତ appeared first on Odisha Reporter.



from Odisha Reporter https://ift.tt/d3lAqF6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages