ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ଆଜି ରାଜରାଜେଶ୍ୱରୀ ବେଶ। ସଂଧ୍ୟାରେ ଆଜି ଆଳତି ସହ ଧ୍ୱଜାରୋହଣ ଅନୁଷ୍ଠିତ ହେବ। ମନ୍ଦିର ଚୂଡ଼ାରେ ଲାଗିଥିବା ପତାକା ବା ଧ୍ୱଜାକୁ ପରିବର୍ତ୍ତନ କରାଯାଇ ନୂଆ ଧ୍ୱଜା ଲାଗିବ।
ପରମ୍ପରା ଅନୁଯାୟୀ, କୁମାର ପୂର୍ଣ୍ଣିମା ଦିନ ମା’ ସମଲେଶ୍ୱରୀଙ୍କର ରାଜ ରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ। ଆଜି ଅପରାହ୍ନ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ ରାଜ ରାଜେଶ୍ୱରୀ ବେଶ ପାଇଁ ଦର୍ଶନ ବନ୍ଦ ରହିବ। ୪ଟା ୩୦ରୁ ରାଜରାଜେଶ୍ୱରୀ ବେଶ ଦର୍ଶନ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ସଂଧ୍ୟା ୭ଟା ୩୦ ରୁ ରାତି ୯ଟା ୩୦ ଯାଏ ଧ୍ୱଜାରୋହଣ ଲାଗି ସାଧାରଣ ଦର୍ଶନ ବନ୍ଦ ରହିବ। ପରେ ରାତି ୯ଟା ୩୦ରୁ ୧୧ଟା ଯାଏ ରାଜରାଜେଶ୍ୱରୀ ବେଶ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ।
The post ଆଜି ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମା’ ସମଲେଇ appeared first on Odisha Reporter.
from Odisha Reporter https://ift.tt/TfamM8n
No comments:
Post a Comment