୭୭ ବର୍ଷରେ ପାଦ ଦେଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 15, 2022

୭୭ ବର୍ଷରେ ପାଦ ଦେଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ହେଉଛି ଜନ୍ମଦିନ। ଆଜି ତାଙ୍କୁ ୭୬ ପୂରି ୭୭ ଚାଲିଲା। ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ବର୍ଷିଆନ୍ ରାଜନେତା।

ନବୀନ ପଟ୍ଟନାୟକ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ଆସନ ହାତେଇଛନ୍ତି। ୨୨ ବର୍ଷ ହେଲା ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ଲଗାତର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ ରାଜନେତା।

ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ଡିସେମ୍ବର ୨୬ରେ ଗଠନ ହୋଇଥିଲା ବିଜୁ ଜନତା ଦଳ (ବିଜେଡି)। ଏହାର ନେତୃତ୍ୱ ନେଇଥିଲେ ନବୀନ ପଟ୍ଟନାୟକ। ସେହିଦିନଠାରୁ ସଫଳତାର ସହ ଆଗକୁ ଆଗକୁ ଚାଲିଥିଲେ ସେ। ପ୍ରଥମେ ସାଂସଦ, ପରେ କେନ୍ଦ୍ରମନ୍ତ୍ରୀ ଆଉ ତା’ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ। ତାଙ୍କ ଦଳ କେବେବି ପରାଜୟର ସାମ୍ନା କରିନି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉ କି ବିଧାନସଭା ଅବା ଲୋକସଭା ନିର୍ବାଚନ- ସବୁଥିରେ କାମ କରୁଛି ନବୀନଙ୍କ ଯାଦୁ।

ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପ୍ରଥମ ଥର ଗଞ୍ଜାମ ଜିଲ୍ଲାର ଆସ୍କା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ନବୀନ। ଏହାପରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନେଇଥିଲେ ଶପଥ। ଏହାପରଠୁ ପ୍ରତି ସାଧାରଣ ନିର୍ବାଚନରେ ବିଜେଡି ସଂଖ୍ୟାଗରିଷ୍ଠତା ଆଧାରରେ ସରକାର ଗଠନ କରିଚାଲିଛି। ଆଉ ଅପରାଜେୟ ରହିଛନ୍ତି ନବୀନ।

୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯିବା ପରେ ମଧ୍ୟ ବିଜେଡି ୧୪୭ ବିଧାନସଭା ଆସନରୁ ୧୦୩ ଓ ୨୧ ଲୋକସଭାରୁ ଆସନରୁ ୧୪ଟିରେ ଜିତିଥିଲା। ସେହିପରି ୨୦୧୪ରେ ବିଜେଡି ୧୧୭ ବିଧାନସଭା ଓ ୨୦ଟି ଲୋକସଭା ଆସନ ଜିତିଥିଲା। ୨୦୧୯ରେ ୧୧୨ ବିଧାନସଭା ଓ ୧୨ଟି ଲୋକସଭା ସିଟ୍ ଜିତିଥିଲା ଦଳ।

ଆଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ ରହିଛି। ନିଜ ଭାବମୂର୍ତ୍ତି ଓ ସରକାରର ଛବି ଅତୁଟ ରଖିବା, ଶାସନ ବ୍ୟବସ୍ଥାରୁ ଦୁର୍ନୀତି ହଟାଇବା ଏବଂ ୨୦୨୪ ସାଧାରଣ ନିର୍ବାଚନ ଜିତି ପୁଣି ସରକାର ଗଠନ ଇତ୍ୟାଦି ଚ୍ୟାଲେଞ୍ଜ ତାଙ୍କ ନିକଟରେ ରହିଛି। ତେବେ ଏସବୁ ଭିତରେ କିଏ ହେବ ନବୀନଙ୍କ ଉତ୍ତରାଧିକାରୀ, ତାକୁ ନେଇ ଆରମ୍ଭ ହୋଇଛି ଜୋର ଚର୍ଚ୍ଚା। କିଛି ଦିନ ତଳେ ନିଜେ ବିଜେଡି ସୁପ୍ରିମୋ ଏନେଇ ମୁହଁ ଖୋଲିଥିଲେ। ଏକ ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ ସେ କହିଥିଲେ, ଉତ୍ତରାଧିକାରୀ ନେଇ ବିଜେଡିର ନିର୍ଦ୍ଦିଷ୍ଟ ଯୋଜନା ରହିଛି। ଦଳ ଆଗକୁ ଦୀର୍ଘଦିନ ଧରି ଲୋକଙ୍କ ସେବା କରିବ। ନବୀନଙ୍କ ଏହି ଉକ୍ତି ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ହଲଚଲ୍।

The post ୭୭ ବର୍ଷରେ ପାଦ ଦେଲେ ନବୀନ appeared first on Odisha Reporter.



from Odisha Reporter https://ift.tt/ri3Nh9B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages