ଗୁଜରାଟ ଝୁଲା ପୋଲ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 30, 2022

ଗୁଜରାଟ ଝୁଲା ପୋଲ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି

ନୂଆଦିଲ୍ଲୀ: ଗୁଜରାଟ ଝୁଲ। ପୋଲ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରବିବାର ସନ୍ଧ୍ୟାରେ ମୋର୍ବିର ମାଚ୍ଛୁ ନଦୀରେ ବହୁ ପୁରୁଣା ଝୁଲା ପୋଲ ଛିଡି ଯିବାରୁ ଏହି ଅଘଟଣ ଘଟିଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବାରେ ବୋଲି ଆଶଙ୍କା କରାଯାଉଛି।

ସେପଟେ ଦୁର୍ଘଟଣା ପରେ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୯ ଜଣ ଏବେବି ଚିକିତ୍ସାଧୀନ ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ଆର୍ମି, ନେଭି ଓ ଏୟାରଫୋର୍ସ ତିନି ସେନାର ଶତାଧିକ ଯବାନ ସାମିଲ ଅଛନ୍ତି। ବାୟୁସେନା ପକ୍ଷରୁ ଗରୁଡ଼ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ରାତିସାରା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ନିକଟରେ ଏହି ଝୁଲା ପୋଲର ମରାମତି ପରେ ଯାତାୟତ ଆରମ୍ଭ ହୋଇଥିଲା। ଗତକାଲି ଛଠ୍ ପର୍ବ ପାଳନ ପାଇଁ ଏଠି ଲୋକେ ଏକାଠି ହୋଇଥିଲେ। ଏକାସଙ୍ଗେ ଶତାଧିକ ଲୋକ ପୋଲ ଉପରେ ପ୍ରବେଶ କରିବାକୁ ଏହି ଅଘଟଣ ଘଟିଛି । ପୋଲ ତଳେ ନଦୀରେ ୧୫ ଫୁଟରୁ ଅଧିକ ଉଚ୍ଚର ପାଣି ପ୍ରବାହିତ ହେଉଥିଲା। ‌ନଦୀକୁ ଖସିପଡ଼ିଥିବା ଏବଂ ପୋଲରେ ଅଟକି ରହିଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର ପାଇଁ ଚିତ୍କାର କରିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ପୋଲ ଭୁଶୁଡ଼ିବା ବେଳେ ବ୍ରିଜ୍ ଉପରେ ପ୍ରାୟ ୫୦୦ ଲୋକେ ଥିଲେ। ମୃତକଙ୍କ ମଧ୍ୟରେ ୫୦ରୁ ଅଧିକ ମହିଳା ଓ ଶିଶୁ ଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି।

ଆହତଙ୍କୁ ଚିକିତ୍ସା କରିବା ଲାଗି ରାଜକୋଟ ସିଭିଲ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳ ଅନୁଧ୍ୟାନ ପରେ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ହଜାର ଲେଖାଏଁ ଟଙ୍କା ଦେବେ।

ମୋର୍ବି ମୁନିସିପାଲ କମିଶନର ସନ୍ଦିପ ସିଂ ଝାଲା କହିଛନ୍ତି ଯେ, ଉକ୍ତ ପୋଲ ସର୍ବସାଧାରଣଙ୍କ ପାଇଁ ଗତ ୨୬ ତାରିଖ ଖୋଲା ଯାଇଥିଲା। କିନ୍ତୁ କୌଣସି ସରକାରୀ ଅନୁମତି ନିଆଯାଇନଥିଲା। ଫଳରେ ଏଭଳି ଅଘଟଣା ଘଟିଥିଲା ବୋଲି ସେ କହିଛନ୍ତି।

The post ଗୁଜରାଟ ଝୁଲା ପୋଲ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/b1xpsNM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages