ମୋର୍ବି ଟ୍ରାଜେଡି ପରେ ଧବଳେଶ୍ୱର ଝୁଲାପୋଲକୁ ନେଇ ପଶିଲା ଚେତା, ଥରକେ ୨୦୦ ଯାତ୍ରୀଙ୍କୁ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 30, 2022

ମୋର୍ବି ଟ୍ରାଜେଡି ପରେ ଧବଳେଶ୍ୱର ଝୁଲାପୋଲକୁ ନେଇ ପଶିଲା ଚେତା, ଥରକେ ୨୦୦ ଯାତ୍ରୀଙ୍କୁ ଅନୁମତି

କଟକ (ଓଡ଼ିଶା ରିପୋର୍ଟର):ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡିବା ପରେ ଚେତିଲା ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ରେ ପ୍ରସିଦ୍ଧ ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବାରୁ ଯାତ୍ରୀଙ୍କର ଯିବାଆସିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଧବଳେଶ୍ୱର ଝୁଲା ପୋଲ ଉପରେ ଏକାବେଳେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା କରିବା ପାଇଁ ଅନୁମତି ଦିଆଯାଇଥିବା ଆଠଗଡ଼ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବା ଯାଞ୍ଚ ପରେ ଜଣାପଡ଼ିଥିଲା। ଝୁଲାପୋଲରେ ୬୦୦ ଲୋକ ଆଗରୁ ଯିବାଆସିବା କରୁଥିଲେ। ଝୁଲା ପୋଲର କ୍ଷମତା କମିଥିବାରୁ ଥରକେ୨୦୦ ଯାତ୍ରୀଙ୍କୁ ଯିବା ଆସିବା କରିବା ପାଇଁ ଅନୁମତି ଦିଆଯାଇଛି।

ଉପ ଜିଲ୍ଲାପାଳ ଆହୁରି କହିଛନ୍ତି, ଦିନକରେ ଝୁଲା ପୋଲରେ ୧୫ରୁ ୨୦ହଜାର ଲୋକ ଯାତାୟାତ କରିପାରିବେ। କେବଳ ବଡ଼ଓଷା ବ୍ରତଧାରୀମାନେ ଧବଳେଶ୍ୱର ଆସି ଦର୍ଶନ କରନ୍ତୁ। ସାଧାରଣ ଭକ୍ତମାନେ ନ ଆସନ୍ତୁ, ସେମାନେ ପରେ ଧବଳେଶ୍ୱର ଆସି ଦର୍ଶନ କରିପାରିବେ। ଯେଉଁମାନେ ଧବଳେଶ୍ୱର ଆସୁଛନ୍ତି ଶାନ୍ତିଶୃଙ୍ଖଳା ସହ ଦଶର୍ନ କରନ୍ତୁ, ପୁଲିସର ନିର୍ଦ୍ଦେଶ ମାନି ଚଳନ୍ତୁ।

ବଡ଼ଓଷା ସମୟରେ ଧବଳେଶ୍ୱରରେ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ। ଏହି ସମୟରେ ଭକ୍ତମାନଙ୍କୁ ଝୁଲା ପୋଲ ସହ ଡଙ୍ଗାରେ ମଧ୍ୟ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯାଇଥିବା ଆଠଗଡ଼ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗତକାଲି କୋଲକାତାର ଏକ ଟିମ୍ ଆସି ପୋଲର ସୁରକ୍ଷା ନେଇ ଯାଞ୍ଚ କରିଥିଲେ। ଟିମ୍‌ ଯାଞ୍ଚ ପରେ ଧବଳେଶ୍ଵରଙ୍କ ଝୁଲାପୋଲ ସେତୁର କ୍ଷମତା କମିଥିବା ସୂଚନା ଦେଇଥିଲେ। ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା।

କାର୍ତ୍ତିକ ମାସ ଚାଲିଥିବାରୁ ଧବଳେଶ୍ୱରରେ ଭକ୍ତଙ୍କ ଭିଡ଼ ଜମୁଛି। ଆଜି କାର୍ତ୍ତିକ ମାସର ଶେଷ ସୋମବାର ହୋଇ ଥିବାରୁ ବହୁସଂଖ୍ୟାର ଭକ୍ତ ବାବାଙ୍କ ଦର୍ଶନ ପାଇଁ ପହଞ୍ଚିଛନ୍ତି। ଭୋରରୁ ଦ୍ୱାରଫିଟା ସହ ମଙ୍ଗଳଆଳତୀ ପରେ ସର୍ବସାଧାରଣ ଦର୍ଶନ ଚାଲିଛି। ପୋଲ ଉପରେ ଥରକେ ୨୦୦ ଲେଖାଏଁ ଶ୍ରଦ୍ଧାଳଙ୍କୁ ଛଡ଼ାଯାଉଛି।

ଗୁଜରାଟର ମୋର୍ବିର ମାଚ୍ଛୁ ନଦୀରେ ବହୁ ପୁରୁଣା ଝୁଲା ପୋଲ ଛିଡି ଯିବାରୁ ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ଛଟ୍ ପୂଜା ପାଇଁ ମାଛୁ ନଦୀରେ ଥିବା ଝୁଲା ପୋଲ ପାର ହେଉଥିବା ବେଳେ ତାହା ଅଚାନକ ଭୁଶୁଡି ପଡିଥିଲା।

 

 

The post ମୋର୍ବି ଟ୍ରାଜେଡି ପରେ ଧବଳେଶ୍ୱର ଝୁଲାପୋଲକୁ ନେଇ ପଶିଲା ଚେତା, ଥରକେ ୨୦୦ ଯାତ୍ରୀଙ୍କୁ ଅନୁମତି appeared first on Odisha Reporter.



from Odisha Reporter https://ift.tt/Lw6i1ES

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages