୩୧ ଅକ୍ଟୋବର, ସୋମବାର: ପୁରୁଣା କାର୍ଯ୍ୟ ହଠାତ୍ ବନ୍ଦ ହୋଇପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 30, 2022

୩୧ ଅକ୍ଟୋବର, ସୋମବାର: ପୁରୁଣା କାର୍ଯ୍ୟ ହଠାତ୍ ବନ୍ଦ ହୋଇପାରେ

ମେଷ: ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି, ଏଣୁ ସତର୍କ ରହି ବ୍ୟବସାୟ କରନ୍ତୁ। ପ୍ରିୟଜନଙ୍କ ସାହାଯ୍ୟ ସହଯୋଗ ପାଇବେ। ମହିଳାମାନେ ଚିନ୍ତାଗ୍ରସ୍ତ ରହି ମାନସିକ ଅଶାନ୍ତି ପାଇବେ।

ବୃଷ: ମାନସିକ ଅଶାନ୍ତି ଦେଇ ଗତି କରିବେ। ପୁରୁଣା କାର୍ଯ୍ୟ ହଠାତ୍ ବନ୍ଦ ହେବାର ସମ୍ଭାବନା ରହିଛି। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ଏଣୁ ସତର୍କ ରୁହନ୍ତୁ ।

ମିଥୁନ: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । କିନ୍ତୁ ମାନସିକ ଚାପ ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ଆସିବ ଏବଂ ଯାତ୍ରାରେ ଶୁଭଫଳ ପାଇବେ।

କର୍କଟ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭବାନ ହେବେ। ସାମାଜିକ ମାନସମ୍ମାନ ମିଳିବ। ଶତୃମାନେ ପରାଜିତ ହେବେ। ଗୁପ୍ତଶତୃମାନେ ହଇରାଣରେ ପକାଇ ପାରନ୍ତି।

ସିଂହ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ମନ ଖୁସି ରହିବ। ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ। ବିଶିଷ୍ଚ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ, କିନ୍ତୁ ଆଘାତ ଲାଗିପାରେ।

କନ୍ୟା: ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇ ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ପାରିବାରିକ ଶାନ୍ତି ପାଇବେ ।

ତୁଳା: ଆର୍ଥିକ ସ୍ଥିତି ଆଜି ଭଲ ରହିବ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିବେ। ବିଶିଷ୍ଚ ବ୍ୟକ୍ତିଙ୍କ ସାଥିରେ ମନାନ୍ତର ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ସାଙ୍ଗରେ ବାଦବିବାଦ ଉପୁଜିପାରେ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଯେକୌଣସି ମତେ  ଅର୍ଥ ରୋଜଗାର ହେବ। କର୍ମକ୍ଷେତ୍ରରେ କିଛି ଛୋଟ ଘଟଣାକୁ ନେଇ ଅପଦସ୍ତ ହେଇପାରନ୍ତି।

ଧନୁ: ସମ୍ପର୍କୀୟଙ୍କ ସହଯୋଗ ପାଇ ସ୍ଥଗିତ ଥିବା କାମକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ଆତ୍ମବିଶ୍ୱାସ ବଢ଼ିବ। ମାନସମ୍ମାନ ମିଳିବ। ବ୍ୟବସାୟରେ ଭଲ ଲାଭ ପାଇବେ।

ମକର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଘରର ବାତାବରଣ ଭଲ ରହିବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ପଡ଼ିପାରେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ।

କୁମ୍ଭ: ଦାମ୍ପତ୍ୟ ଜୀବନ ଭଲ ରହିବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳ ହେବେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ।

ମୀନ:ସାହିତ୍ୟ ଓ କଳାକ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ମାନସମ୍ମାନ ପାଇବେ। ବହୁତ ଦିନରୁ ବାକି ପଡ଼ିଥିବା ଟଙ୍କା ମିଳିଯିବ। ରାସ୍ତାରେ ଯିବାଆସିବା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

The post ୩୧ ଅକ୍ଟୋବର, ସୋମବାର: ପୁରୁଣା କାର୍ଯ୍ୟ ହଠାତ୍ ବନ୍ଦ ହୋଇପାରେ appeared first on Odisha Reporter.



from Odisha Reporter https://ift.tt/Ztg5XAd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages