ମୁଲାୟମଙ୍କ ଗାଁ ଆଗରେ ମହାନଗର ବି ଫିକା, ଖଞ୍ଜି ଦେଇଥିଲେ ସବୁ ସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 10, 2022

ମୁଲାୟମଙ୍କ ଗାଁ ଆଗରେ ମହାନଗର ବି ଫିକା, ଖଞ୍ଜି ଦେଇଥିଲେ ସବୁ ସୁବିଧା

ଲକ୍ଷ୍ମୌ: ଦିନେ ଟାଙ୍ଗରା ଭୂଇଁ ଥିବା ସୈଫାଇ ଗାଁ ଆଜି କୌଣସି ମହାନଗରଠାରୁ କମ୍‌ ନୁହେଁ। ଦିନେ ମୌଳିକ ସୁବିଧାରୁ ବହୁ ଦୂରରେ ଥିବା ଏହି ଗ୍ରାମରେ  ଆଜି ସବୁ ଅତ୍ୟାଧୁନିକ ସେବା ଉପଲବ୍ଧ। କାରଣ ଏଠାରେ ମେଡିକାଲ କଲେଜ, ସପିଙ୍ଗ ମଲ୍‌, ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ରେଳ ଷ୍ଟେଶନ, ଏୟାର ଷ୍ଟ୍ରିପ୍‌ ବି ରହିଛି। କାରଣ ସୈଫାଇରେ ଜନ୍ମ ଗ୍ରହଣ କରିଥିବା ମୁଲାୟମ ସିଂ ଯାଦବ ୩, ୩ ଥର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା ବେଳେ ନିଜ ଗାଁର ରୂପରେଖ ବଦଳାଇ ଦେଇଥିଲେ।   କ୍ଷମତାର ଶିର୍ଷରେ ରହି ବି ନିଜ ଗାଁକୁ ଭୁଲି ନ ଥିବା ମୁଲାୟମ ଏଠାରେ ସବୁ ସୁଖ ସୁବିଧା ଖଞ୍ଜି ଦେଇଥିଲେ। ଏପରିକି ଚାକଚକ୍ୟରେ କୌଣସି ମହାନଗରଠୁ କମ୍‌ ନ ଥିଲା ମୁଲାୟମଙ୍କ ଗାଁ ।

୧୯୩୯ ମସିହା ୨୨ ନଭେମ୍ବରରେ ମୁଲାୟମ ସିଂ ଯାଦବଙ୍କ ଜନ୍ମ ସୈଫାଇ ଗ୍ରାମରେ ହୋଇଥିଲା। ଧୀରେ ଧୀରେ ଉନ୍ନତିର ସୋପାନ ଚଢ଼ି ଚାଲିଥିବା ମୁଲାୟମ କିନ୍ତୁ ନିଜ ଗାଁକୁ ଭୁଲି ପାରି ନ ଥିଲେ।  ନିଜ ଗାଁରେ ମୁଲାୟମ ପ୍ରତିବର୍ଷ ସୈଫାଇ ମହୋତ୍ସବ କରୁଥିବା ବେଳେ ଏଠାରେ ବହୁ ବଡ଼ ବଡ଼ କଳାକାର ଯୋଗ ଦେଉଥିଲେ। ହେଲେ ୨୦୧୬ ମସିହାରୁ ଏହି ମହୋତ୍ସବ ବନ୍ଦ ହୋଇଯାଇଛି।

ସୈଫାଇ ଗାଁର ଦୃଶ୍ୟ ।

ସୈଫାଇ ଏପରି ଏକ ଏପରି ଗାଁ ଯେଉଁଠାରେ ଏକ ବଡ଼ ହସ୍ପିଟାଲ, ମେଡିକାଲ ୟୁନିଭରସିଟି, ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ସ୍କୁଲ, କଲେଜ, ଶପିଂ ମଲ୍‌ ଆଦି ଛିଡ଼ା ଯାଇଛି। ଭାରତ ମାନଚିତ୍ରରେ ଏପରି ଗାଁ ବିରଳ ପରି ଲାଗୁଥିବା ବେଳେ ଏହା କିନ୍ତୁ ସମ୍ଭବ ହୋଇପାରିଛି ମୁଲାୟମଙ୍କ ଗାଁ ସୈଫାଇରେ   ସମାଜବାଦୀ ପାର୍ଟିର ବିକାଶ କେବଳ ସୈଫାଇ ଗାଁରେ ହିଁ ସୀମିତ ରହି ଯାଇଛି ବୋଲି ବିରୋଧୀ କଡ଼ା ସମାଲୋଚନା କରୁଥିବା ବେଳେ ମୁଲାୟମ ତଥା ତାଙ୍କ ପୁଅ ଅଖିଳେଶ ସିଂ ଯାଦବ କିନ୍ତୁ ଏହାକୁ ଖାତିର କରୁ ନ ଥିଲେ।

ଦିନେ ଚାଷବାସ କରି ତଥା ମୁଲ ଲାଗି ପରିବାର ଚଳାଉଥିବା ଏହି ଗ୍ରାମବାସୀଙ୍କ ଜୀବନ ଆଜି ବେଶ୍‌ ଚାକଚକ୍ୟରେ ପରିପୂର୍ଣ୍ଣ। କାରଣ ନିଜ ଗାଁରେ ହିଁ ସେମାନଙ୍କୁ ମହାନଗରର ସୁବିଧା ମିଳିଯାଉଛି। ୭ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ଖଞ୍ଜି ଦେଇଛନ୍ତି ଯାଦବ ପରିବାର ।

ସୈଫାଇ ଗାଁରେ ଥିବା ଭିଲ୍ଲା ।

ଯାଦବ ପରିବାର କ୍ଷମତାକୁ ଆସିବାର ମାତ୍ର ୨ ଦଶକ ମଧ୍ୟରେ ସୈଫାଇ ଗାଁର ରୂପରେଖ ବଦଳିଗଲା। ଏହି ଗାଁରେ ୪ ଲାଇନ୍‌ ବିଶିଷ୍ଟ ରାଜ୍ୟ ରାଜପଥ ରହିଛି। ଯାହାକି ଇଟାୱାକୁ ସଂଯୋଗ କରୁଛି। ଏହି ଗାଁରେ ରେଳ ଷ୍ଟେଶନ ଥିବା ବେଳେ ଏୟାର ଷ୍ଟ୍ରିପ୍‌ ବି ରହିଛି।  ଏହାବାଦ ଏଠାରେ ଏକ ବସ୍‌ ଷ୍ଟାଣ୍ଡ ଓ ବସ୍‌ ଡିପୋ ବି  ରହିଛି।  ଏଠାରେ ୨୪ ଘଣ୍ଟା ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍‌ ଯୋଗାଣ ଓ ପାଣି ସପ୍ଲାଏ ହୋଇଥାଏ । ଏହି ଗାଁରେ ସୁଉଚ୍ଚ ଫ୍ଲାଟ ଓ ଭିଲ୍ଲା ବି ଦେଖିବାକୁ ମିଳିବ।

ସୈଫାଇରେ ଥିବା ଏୟାର ଷ୍ଟ୍ରିପ୍‌ ।

ସୈଫାଇ ଗାଁରୁ ଅଳ୍ପ ଦୂରରେ ୟୁପି ୟୁନିଭରସିଟି ଅଫ ମେଡିକାଲ ସାଇନ୍ସ ନାମକ ମେଡିକାଲ କଲେଜ ରହିଛି। ଯେଉଁଠାରେ ୨ଶହରୁ ଅଧିକ ଡାକ୍ତର ଓ ୩ଶହରୁ ଅଧିକ ନର୍ସିଂ ଷ୍ଟାଫ ନିୟୋଜିତ ଅଛନ୍ତି।  ସୈଫାଇରେ ୨ ସିନିୟର ସେକେଣ୍ଡାରୀ ସ୍କୁଲ ରହିଛି। ସେଥିମଧ୍ୟରୁ ଗୋଟିଏ ସ୍କୁଲ ମୁଲାୟମଙ୍କ ପିତା ସୁଧର ସିଂଙ୍କ ନାମରେ ନାମିତ ହୋଇଛି। ଏଠାରେ ଡିଜିଟାଲ କ୍ଲାସରୁମ୍‌, ସାଇନ୍ସ ଲ୍ୟାବ ବି ରହିଛି। ଏହାବାଦ ଅନ୍ୟ ସ୍କୁଲଟି ଅମିତାଭ ବଚ୍ଚନଙ୍କ ନାମରେ ନାମିତ ହୋଇଛି। ଏହା ୟୁପି ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ଏହାବାଦ ଏଠାରେ ଧ୍ୟାନଚାନ୍ଦ ସ୍ପୋର୍ଟ୍ସ କଲେଜ, ଫାର୍ମାସି କଲେଜ ବି ରହିଛି।

ସୈଫାଇରେ ଥିବା ମେଡିକାଲ କଲେଜ ।

ହେଲେ ମୁଲାୟମଙ୍କ ମୃତ୍ୟୁ ପରଠୁ ଏକପ୍ରକାର ନୀରବି ଯାଇଛି ସୈଫାଇ ଗାଁ । କାରଣ ଗ୍ରାମବାସୀ ନିଜ ପ୍ରିୟ ନେତାଜୀଙ୍କୁ ହରାଇ ଖୁବ୍‌ ମର୍ମାହତ ହୋଇ ପଡ଼ିଛନ୍ତି। ଆଜି ଅପରାହ୍ନ ନିଜ ଗାଁ ଶ୍ମଶାନରେ ହିଁ ସମ୍ପୂର୍ଣ୍ଣ ଭାବେ ରାଜକୀୟ ସମ୍ମାନର ସହ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ମୁଲାୟମଙ୍କ ଶେଷ ଦର୍ଶନ ନିମନ୍ତେ ଆଜି ସୈଫାଇ ଗାଁରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ନେତାଙ୍କ ଭିଡ଼ ଜମିବ । ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

The post ମୁଲାୟମଙ୍କ ଗାଁ ଆଗରେ ମହାନଗର ବି ଫିକା, ଖଞ୍ଜି ଦେଇଥିଲେ ସବୁ ସୁବିଧା appeared first on Odisha Reporter.



from Odisha Reporter https://ift.tt/0lsuIMV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages