ଲୋକଙ୍କୁ ପଥର ଫିଙ୍ଗୁଥିଲେ, ବିରୋଧ କରିବାରୁ ନାଳକୁ ଡେଇଁ ପଡ଼ିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 10, 2022

ଲୋକଙ୍କୁ ପଥର ଫିଙ୍ଗୁଥିଲେ, ବିରୋଧ କରିବାରୁ ନାଳକୁ ଡେଇଁ ପଡ଼ିଲେ ଯୁବକ

କଟକ(ଓଡ଼ିଶା ରିପୋର୍ଟର): ଗତକାଲିଠୁ ନାଳରେ ପଡ଼ି ନିଖୋଜ ଥିଲେ ଯୁବକ। ଅଗ୍ନିଶମବାହିନୀ ଖୋଜିଖୋଜି କରିବା ପରେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ଏପରି ଘଟଣା  ଘଟିଛି କଟକ ଜିଲ୍ଲା ଆନନ୍ଦରପୁର ଅଞ୍ଚଳରେ।  ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ।

ତେବେ ସ୍ଥାନୀୟ କିଛି ଲୋକଙ୍କ କହିବା ମୁତାବିକ, ଗତକାଲି ରାତିରେ ଯୁବକ ଜଣକ ନିଶାଶକ୍ତ ଅବସ୍ଥାରେ ଲୋକମାନଙ୍କୁ ପଥର ଫିଙ୍ଗୁଥିଲେ। ଲୋକେମାନେ ଯୁବକଙ୍କୁ ବିରୋଧ କରିବାରୁ ସେ ଦୌଡ଼ି ଯାଇ ନିକଟରେ ଥିବା ନାଳକୁ ଡେଇଁ ପଡ଼ିଥିଲେ।

ନାଳରେ ଜାଲି ଲାଗି ନଥିବା ଯୋଗୁ ଏପରି ଅଘଟଣ ଘଟୁଛି। ଏହାସହ ଏହି ଅଞ୍ଚଳରେ ଷ୍ଟିଟ୍ ଲାଇଟ୍ ନଥିବାରୁ ବାରମ୍ବାର ଅଘଟଣ ଘଟୁଛି ବୋଲି ଆନନ୍ଦପୁର ବାସିନ୍ଦା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ କହିଛନ୍ତି,  ଦଳ ସଫା କରିବା ପାଇଁ ଜାଲି ଖୋଲା ଯାଇଥିଲା। ଗୋଟାଏ ମାସ ସୁଦ୍ଧା ଏହି ଅଞ୍ଚଳରେ ଷ୍ଟିଟ୍ ଲାଇଟ୍ ଲାଗି ଯିବ।

 

The post ଲୋକଙ୍କୁ ପଥର ଫିଙ୍ଗୁଥିଲେ, ବିରୋଧ କରିବାରୁ ନାଳକୁ ଡେଇଁ ପଡ଼ିଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/qjHhFfA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages