ହବିଷ ଡାଲମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 31, 2022

ହବିଷ ଡାଲମା

ଆବଶ୍ୟକ ସାମଗ୍ରୀମୁଗ ଡାଲି, ଓଉ, ଅଦା, ସାରୁ, ଆଳୁ,  ପାଣି କଖାରୁ, ଘିଅ, ହେଙ୍ଗୁ, ଜିରା, ତେଜପତ୍ର, ଶୁଖିଲା ଲଙ୍କା, କୋରା ନଡ଼ିଆ, ଧନିଆ ପତ୍ର ଓ ଲୁଣ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗ ଡାଲିକୁ ୧୦ ମିନିଟ୍ ଯାଏଁ ବତୁରାଇ ରଖନ୍ତୁ। ସେହି ସମୟ ମଧ୍ୟରେ ପରିବା କାଟି ଦିଅନ୍ତୁ। ଏହା ପରେ ପ୍ରେସର କୁକରରେ ବତୁରା ଡାଲି, ଓଉ, ସାରୁ, ପାଣି କଖାରୁ, ଆଳୁ  ଏବଂ ଆବଶ୍ୟକ ଅନୁସାରେ ପାଣି ଦେଇ ଏହାକୁ ଚୁଲିରେ ବସାଇ ଦିଅନ୍ତୁ। ପ୍ରେସର କୁକର ଗୋଟିଏ ସିଟି ମାରିବା ପରେ ତାକୁ  ଓହ୍ଲାଇ ଦିଅନ୍ତୁ।

ଏବେ କରେଇରେ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ ତେଜପତ୍ର, ଜିରା ଓ ହେଙ୍ଗୁ ପକାଇ ଫୁଟାନ୍ତୁ। ଏହା ପରେ ସେଥିରେ ପ୍ରେସର କୁକରରେ ଥିବା ଡାଲିକୁ ମିଶାଇ ଦିଅନ୍ତୁ। ଶେଷରେ ଅଳ୍ପ କୋରା ନଡ଼ିଆ, ଜିରା ଓ ଶୁଖିଲା ଲଙ୍କା ଗୁଣ୍ଡକୁ ତା’ ଉପରେ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ହବିଷ ଡାଲମା।

The post ହବିଷ ଡାଲମା appeared first on Odisha Reporter.



from Odisha Reporter https://ift.tt/gMAobPD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages