ନୂଆଦିଲ୍ଲୀ: ଦିନକୁ ଦିନ ଭାରତର ସ୍ଥିତି ବିଶ୍ୱସ୍ତରୀୟ ସର୍ଭେରେ ବେହାଲ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ଆହୁରି ତଳକୁ ଖସି ଯାଇଛି। ଏହାର ଅର୍ଥ ଭାରତରେ ଲୋକ ଠିକ୍ ଭାବେ ପେଟପୂରା ଖାଇବାକୁ ପାଉ ନାହାନ୍ତି। ଚଳିତ ବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ ନଂରେ ରହିଛି। ମୋଟ ୧୨୧ ଦେଶକୁ ନେଇ ତାଲିକା ପ୍ରକାଶ କରାଯାଇଥିବା ବେଳେ ଭାରତର ସ୍ଥିତି ଅତ୍ୟନ୍ତ ଖରାପ ରହିଛି।
୨୦୨୧ ବର୍ଷ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୧ ନଂ ସ୍ଥାନରେ ଥିଲା। ଏଥିରେ ୧୧୬ ଦେଶକୁ ନେଇ ତାଲିକା ପ୍ରକାଶ କରାଯାଇଥିଲା। ଏବେ ଦେଶ ସଂଖ୍ୟା ୧୨୧କୁ ବଢ଼ିଥିବା ବେଳେ ଭାରତ ୬ଟି ସ୍ଥାନ ତଳକୁ ଖସି ଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଠାରୁ ମଧ୍ୟ ତଳେ ରହିଛି। କ୍ଷୁଧା ଓ ଅପପୁଷ୍ଟି ସ୍ଥିତିର ଯାଞ୍ଚ କରି ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ। ଚାଇନା, ତୁର୍କୀ ଓ କ୍ୟୁଏତ ଭଳି ୧୭ଟି ଦେଶର ବିଶ୍ୱ କ୍ଷୁଧା ସୂଚକାଙ୍କର ଶୀର୍ଷ ସ୍ଥାନରେ ରହିଛନ୍ତି।
ଶନିବାର ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ କଂଗ୍ରେସ ସାଂସଦ ପି ଚିଦାମ୍ବରମ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ଅର୍ଥାତ ୨୦୧୪ ପରଠାରୁ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍କୋର ହ୍ରାସ ପାଇବାରେ ଲାଗିଛି।
ପ୍ରଧାନମନ୍ତ୍ରୀ ମୋଦି କେବେ ପିଲାମାନଙ୍କ ମଧ୍ୟରେ ଅପପୁଷ୍ଟି, କ୍ଷୁଧା, ଉଚ୍ଚତା ନ ବଢ଼ିବା ଓ ଓଜନ କମ ବା ଦୁର୍ବଳ ହେବା ସମ୍ପର୍କରେ କେବେ ଆଲୋଚନା କରିବେ? ୨୨.୪ କୋଟି ଲୋକ ଭାରତରେ ଅପପୁଷ୍ଟି ରେଖା ତଳେ ରହିଥିବା ଚିଦାମ୍ବରମ ଟ୍ୱିଟ କରି କହିଛନ୍ତି।
ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟକୁ ଆୟର୍ଲ୍ୟାଣ୍ଡରୁ ସହାୟତା ପାଉଥିବା ଏଜେନ୍ସି କନସର୍ଣ୍ଣ ୱାର୍ଲ୍ଡୱାଇଡ ଓ ଜର୍ମାନ ସଂଗଠନ ୱେଲ୍ଟ ହଙ୍ଗର ଏଚଲାଇଫ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ସେମାନେ ଭାରତର କ୍ଷୁଧା ଓ ଅପପୁଷ୍ଟି ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି। ୨୦୦୦ ମସିହାରେ ଭାରତର ସ୍କୋର ୩୮.୮ ଥିବା ବେଳେ ୨୦୧୪ରୁ ୨୦୨୨ ମଧ୍ୟରେ ଏହା ୨୮.୨ରୁ ୨୯.୧ ମଧ୍ୟରେ ରହୁଛି।
When will the Hon’ble PM address real issues like malnutrition, hunger, and stunting and wasting among children?
22.4 crore people in India are considered undernourished
India’s rank in the Global Hunger Index is near the bottom — 107 out of 121 countries
— P. Chidambaram (@PChidambaram_IN) October 15, 2022
ରିପୋର୍ଟ ମୁତାବକ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଶ୍ରୀଲଙ୍କା ୬୪, ନେପାଳ ୮୧, ବାଂଲାଦେଶ ୮୪ ଓ ପାକିସ୍ତାନ ୯୯ତମ ସ୍ଥାନରେ ରହିଛି। ଦକ୍ଷିଣ ଏସିଆର ଏକମାତ୍ର ଦେଶ ଆଫଗାନିସ୍ତାନ ହିଁ ଭାରତ ତଳେ ରହିଛି। ତାଲିକାରେ ଭାରତ ୧୦୭ ନଂ ସ୍ଥାନରେ ଓ ଆଫଗାନିସ୍ତାନ ୧୦୯ ନଂରେ ରହିଛି।
ସବୁଠାରୁ ଚିନ୍ତାର ବିଷୟ ହେଲା, ତାଲିକାରେ ସୁଦାନ,ଇଥୋପିଆ, ରାୱାଣ୍ଡା, ନାଇଜେରିଆ, କେନିୟା, ଗାମ୍ବିଆ, ନାମ୍ବିଆ, କମ୍ବୋଡିଆ, ମିଆଁମାର, ଘାନା, ଇରାକ, ଭିଏତନାମ, ଲେବାନନ, ଗୁଏନା, ୟୁକ୍ରେନ ଓ ଜମେକା ଭଳି ଦେଶ ଭାରତ ଉପରେ ରହିଛନ୍ତି।
The post ବିଶ୍ୱ କ୍ଷୁଧା ସୂଚକାଙ୍କ: ୧୦୭ ନଂକୁ ଖସିଲା ଭାରତ, ଉପରେ ନେପାଳ ଓ ପାକିସ୍ତାନ appeared first on Odisha Reporter.
from Odisha Reporter https://ift.tt/1OQrsoy
No comments:
Post a Comment