ମୁମ୍ବାଇ: ବଲିଉଡକୁ ଲାଗିଛି ଝଟକା। ବଲିଉଡର ଆଗ ଧାଡ଼ିର ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫ ଆଉ ନାହାନ୍ତି। ବୁଧବାର ରାତିରେ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି।
୮୦ ଓ ୯୦ ଦଶକରେ ବହୁ ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶକ ଥିଲେ ଇସ୍ମାଇଲ ଶ୍ରଫ । ସେ ‘ଅହିସ୍ତା ଅହିସ୍ତା’, ‘ବୁଲନ୍ଦୀ’, ‘ଥୋଡି ସି ବେବଫାଇ’, ‘ସୂର୍ଯ୍ୟା ଜେସି’ ପରି ଫିଲ୍ମର ନିର୍ଦ୍ଦେଶକ ଭାବେ ସେ ନିଜ ଛାପ ଛାଡ଼ି ଯାଇଛନ୍ତି। ତାଙ୍କ ପ୍ରକୃତ ନାମ ଏସ୍ .ବି ଇସ୍ମାଇଲ ଥିବା ବେଳେ ବଲିଉଡରେ କିନ୍ତୁ ସେ ଇସ୍ମାଇଲ ଶ୍ରଫ ନାମରେ ପରିଚିତ ଥିଲେ।
ଇସ୍ମାଇଲ ଶ୍ରଫଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲିଉଡର ବହୁ ଆଗ ଧାଡ଼ିର ଅଭିନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । ଗୋବିନ୍ଦାଙ୍କ ଡେବ୍ୟୁ ଫିଲ୍ମ ‘LOVE-86’କୁ ଇସ୍ମାଇଲ ଶ୍ରଫ ହିଁ ଡାଇରେକ୍ଟ କରିଥିଲେ। ଏନେଇ ଗୋବିନ୍ଦା କହିଛନ୍ତି, ଏହି ଖବର ଶୁଣି ମୁଁ ଖୁବ୍ ମର୍ମାହତ, ଇସ୍ମାଇଲ ଶ୍ରଫଙ୍କ ସହ ମୁଁ କ୍ୟାରିଅର ଆରମ୍ଭ କରିଥିଲି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତିରେ ରଖନ୍ତୁ।
ଏହାସହ ସେ କହିଛନ୍ତି, ସେ ମୋତେ କେବଳ କାମ ଦେଇ ନ ଥିଲେ, ମୋ ଉପରେ ଭରସା କରିଥିଲେ। ସେ ମୋ’ ଜୀବନରେ ଏପରି ଜଣେ ମଣିଷ ଯିଏ କି ମୋ ଉପରେ ଆଖି ବୁଜି ବିଶ୍ୱାସ କରିଥିଲେ । ମୋର ଫିଲ୍ମ ଜ୍ଞାନ ଥିବାର ଆଭାସ ସେ ହିଁ ପ୍ରଥମେ ପାଇପାରିଥିଲେ। ମୋତେ ଷ୍ଟାର କରିବା ପଛରେ ତାଙ୍କର ବହୁତ ଅବଦାନ ରହିଛି।
ରାଜେଶ ଖନ୍ନା, ଧର୍ମେନ୍ଦ୍ର, ରାଜ କୁମାର, ଶବନା ଆଜବୀ, ପଦ୍ମିନୀ କୋହ୍ଲାପୁରୀଙ୍କ ପରି ବହୁ ଆଗ ଧାଡ଼ିର କଳାକାର ମଧ୍ୟ ଇସ୍ମାଇଲ ଶ୍ରଫଙ୍କ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ମୃତ୍ୟୁ ବଲିଉଡକୁ ଶକ୍ତ ଝଟକା ଦେଇଛି।
The post ବଲିଉଡକୁ ଝଟକା: ଆଉ ନାହାନ୍ତି ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫ appeared first on Odisha Reporter.
from Odisha Reporter https://ift.tt/lryzp9N
No comments:
Post a Comment