ଭଞ୍ଜନଗର(ଓଡ଼ିଶା ରିପୋର୍ଟର): କେରଳରେ ଦୁଇ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଗଂଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁରର ସୁଶାନ୍ତ ନାୟକ ଓ କୁସନଗାଡ଼ିଆର ଶଙ୍କର ନାୟକ। ଛାତ ଭୁଶୁଡ଼ି ପଡ଼ିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୁଶାନ୍ତ ଓ ଶଙ୍କର କାମ କରିବାକୁ କେରଳର ଏଣ୍ଣାକୁଲମ ଯାଇଥିଲେ। ଗତକାଲି ସକାଳେ ଗାନ୍ଧି ଛକରେ ଏକ ନିର୍ମାଣାଧୀନ କୋଠାର କାମ ଚାଲିଥିଲା। ଉଭୟ ଅନ୍ୟ ଶ୍ରମିକଙ୍କ ସହ କାମ କରୁଥିଲେ। ହଠାତ୍ ଛାତଟି ଭୁଶୁଡ଼ି ପଡ଼ିଥିଲା। ଅନ୍ୟ ଶ୍ରମିକଙ୍କ ସହ ସୁଶାନ୍ତ ଓ ଶଙ୍କର ମାଟି ତଳେ ଚାପି ହୋଇ ଯାଇଥିଲେ। ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ସୁଶାନ୍ତ ଓ ଶଙ୍କରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେମାନଙ୍କର ମୃତଦେହ ଗାଁକୁ ଆଣିବାରେ ସାହାଯ୍ୟ କରିବାକୁ ପରିବାର ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଉଭୟଙ୍କ ମୃତ୍ୟୁପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
The post କେରଳରେ ଦୁଇ ଓଡ଼ିଆ ଶ୍ରମିକ ମୃତ, କାମ କରୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଛାତ appeared first on Odisha Reporter.
from Odisha Reporter https://ift.tt/siwOfD5
No comments:
Post a Comment