ଟିଆରଏସ୍‌ର ୪ ବିଧାୟକଙ୍କ ସାଂଘାତିକ ଅଭିଯୋଗ- ଆମକୁ ଶହେ କୋଟି ଲେଖା ଯାଚୁଛି ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 26, 2022

ଟିଆରଏସ୍‌ର ୪ ବିଧାୟକଙ୍କ ସାଂଘାତିକ ଅଭିଯୋଗ- ଆମକୁ ଶହେ କୋଟି ଲେଖା ଯାଚୁଛି ବିଜେପି

ହାଇଦ୍ରାବାଦ: ପୁଣି ବିଜେପି ନାଁରେ ଆସିଛି ଘୋଡ଼ା ବେପାର ପରି ସାଂଘାତିକ ଅଭିଯୋଗ । ମହାରାଷ୍ଟ୍ର, ପଞ୍ଜାବ, ଦିଲ୍ଲୀରେ ପୂର୍ବରୁ ବିଜେପି ନାଁରେ ଏପରି ଅଭିଯୋଗ ଆସିଥିବା ବେଳେ ଏଥର କିନ୍ତୁ ଏପରି ଅଭିଯୋଗ କରିଛନ୍ତି ତେଲେଙ୍ଗାନାର ଶାସକ ଦଳ ଟିଆରଏସ୍‌ର କିଛି ବିଧାୟକ । ଏପରିକି ସେମାନଙ୍କୁ ପ୍ରଲୋଭିତ କରି ବିଜେପି ପକ୍ଷରୁ କିଣିବାକୁ ଚେଷ୍ଟା କରାଯାଉଥିବା ପୁଲିସ୍‌ ନିକଟରେ ଅଭିଯୋଗ ହୋଇଛି। ପୁଲିସ୍‌ ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୫ କୋଟି ଜବତ କରିଥିବା ଜଣାଯାଇଛି।  କେସିଆର ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ଦଳ ବଦଳାଇବା ପାଇଁ  ସେମାନଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଛି।

ଆଗକୁ ତେଲେଙ୍ଗାନାର ମୁନୁଗୋଡ଼େ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଏବେଠୁ ବିଜେପି ନିଜ ଗେମ୍‌ ଖେଳିବା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି।

ଟିଆରଏସ୍‌ର ୪ ବିଧାୟକଙ୍କ ଅଭିଯୋଗ ଅନୁଯାୟୀ,  ଦଳ ବଦଳ ନିମନ୍ତେ ସେମାନଙ୍କୁ ମୁଣ୍ଡ ପିଛା ଶହେ କୋଟିର ଅଫର ଦିଆଯାଇଥିଲା। ଖବର ପାଇ ପୁଲିସ୍‌ ବୁଧବାର ସନ୍ଧ୍ୟାରେ ଅଜିଜ ନଗରସ୍ଥିତ ଏକ  ଫାର୍ମହାଉସରେ ଚଢ଼ାଉ କରି ୩ ଜଣଙ୍କୁ ଅଟକ ରଖିଛି।

ଟିଆରଏସ୍‌ ପକ୍ଷରୁ ଅଭିଯୋଗ କରାଯାଇଛି, ବିଜେପି ପକ୍ଷରୁ ପାଟଇର ୪ ଏମଏଲଏଙ୍କୁ ଟ୍ରାପ୍‌ କରିବାକୁ ଚେଷ୍ଟା କରାଯାଉଛି। ଫଳରେ ଆସନ୍ତା ୩୧ ତାରିଖରେ ପାର୍ଟିର ଅଧ୍ୟକ୍ଷ ଜେପି ନଡ୍ଡା ମୁନୁଗୋଡ଼େ ପ୍ରଚାର ପାଇଁ ଆସିବା ବେଳେ ସେମାନଙ୍କୁ ଦଳରେ ସାମିଲ କରାଯାଇଥାନ୍ତା। ଏହି ବିଧାୟକମାନେ ହେଲେ ଗୋଭାଲ ବଳରାଜ, ରୋହିତ ରେଡ୍ଡି, ହର୍ଷବର୍ଦ୍ଧନ ରେଡ୍ଡି ଓ ରେଗାକାନ୍ତା ରାଓ ।

ଘଟଣାସ୍ଥଳରୁ କେତେ ପରିମାଣର ଟଙ୍କା ମିଳିଛି ସେ ନେଇ ବରିଷ୍ଠ ପୁଲିସ୍‌ ଅଧିକାରୀ ମୁହଁ ଖୋଲି ନାହାନ୍ତି। ହେଲେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ଏକ କାର୍‌ ସହ ସେଥିରେ ପ୍ରାୟ ୧୫ କୋଟି ଜବତ ହୋଇଛି।

ସେମାନଙ୍କୁ ଦଳ ବଦଳ ନିମନ୍ତେ ଟଙ୍କା ଯଚା ଯାଉଥିବା ଟିଏରଏସ୍‌ ବିଧାୟକମାନେ ପୁଲିସ୍‌କୁ ସୂଚନା ଦେଇଥିଲେ। ଏହାପରେ ପୁଲିସ୍‌ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିବା ବେଳେ ତେଲେଙ୍ଗାନା ପୁଲିସ୍‌ କମିଶନର କହିଛନ୍ତି।

ପୁଲିସ୍‌ ଗତକାଲି ସନ୍ଧ୍ୟାରେ ବିଧାୟକ ରୋହିତ ରେଡ୍ଡିଙ୍କ ଫାର୍ମ ହାଉସରେ ରେଡ କରିଥିଲା। ଉକ୍ତ ସମୟରେ ସେଠାରେ ଟିଆରଏସ୍‌ର ୪  ବିଧାୟକଙ୍କ ସହ ବିଜେଡିର ୩ ମଧ୍ୟସ୍ତି ଆଲୋଚନା କରୁଥିବା ଦେଖିବାକୁ ପାଇଥିଲା। ଏହାପରେ ପୁଲିସ୍‌ ସେଠାରେ ବିଧାୟକଙ୍କ ସହ ଥିବା ୩ ଜଣ ଦିଲ୍ଲୀର ସତିଶ ଶର୍ମା, ହାଇଦ୍ରାବାଦର  ନନ୍ଦ କୁମାର ଓ ତିରୁପତିର ଡି. ସିମହାୟାଜୀଙ୍କୁ ଗିରଫ କରିଛି। ପୁଲିସ୍‌ ରେଡ ପରେ ୪ ବିଧାୟକ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ବାସଭବନକୁ ପଳାଥିବା ଜଣାଯାଇଛି।

ଏନେଇ ଟିଆରଏସ୍‌ ପକ୍ଷରୁ କୁହାଯାଇଛି,  ଆଗକୁ ମୁନୁଗୋଡ଼େ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଟିଆରଏସ୍‌ ବହୁମତ ହାସଲ କରିବ । ଏହା ଜାଣି ବିଜେପି ବିଚଳିତ ହୋଇପଡ଼ିଛି। ତେଣୁ ବିଧାୟକଙ୍କୁ କିଣିବାକୁ ହୀନ ଚକ୍ରାନ୍ତ କରୁଛି।

ବିଜେପି ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯିବା ସହ ଏହା ଏକ ପଲଟିକାଲ ଡ୍ରାମା ବୋଲି କୁହାଯାଇଛି। ଏନେଇ ଦଳର ପୂର୍ବତନ ବିଧାୟକ ରାମଚନ୍ଦ୍ର ରାଓ କହିଛନ୍ତି, ବିଜେପି ପକ୍ଷରୁ ଏପରି କିଛି ଚକ୍ରାନ୍ତ କରାଯାଇ ନାହିଁ। ଉକ୍ତ ଫାର୍ମ ହାଉସ୍‌ରେ ବିଧାୟକଙ୍କ ସହ ଥିବା ୩ ଜଣ ବିଜେପିର ବୋଲି କୌଣସି ପ୍ରମାଣ ନାହିଁ। ବିଜେପି ଏହି ଘଟଣାକୁ ବଡ଼ ଆକାର ଦେବାକୁ ଚାହୁଁଛି।

The post ଟିଆରଏସ୍‌ର ୪ ବିଧାୟକଙ୍କ ସାଂଘାତିକ ଅଭିଯୋଗ- ଆମକୁ ଶହେ କୋଟି ଲେଖା ଯାଚୁଛି ବିଜେପି appeared first on Odisha Reporter.



from Odisha Reporter https://ift.tt/87fo6wZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages