ଇଚ୍ଛା ପୂରଣ କଲେ ସ୍ୱାମୀ, ହେଲେ ସନ୍ଦେହରେ ଜୀବନ ହାରିଲେ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 18, 2022

ଇଚ୍ଛା ପୂରଣ କଲେ ସ୍ୱାମୀ, ହେଲେ ସନ୍ଦେହରେ ଜୀବନ ହାରିଲେ ପତ୍ନୀ

ମାଲକାନଗିରି( ଜିତେନ୍ଦ୍ର ବେଉରା): ପରସ୍ପର ପ୍ରତି ବିଶ୍ୱାସ ଓ ଭଲ ପାଇବାରେ ବନ୍ଧା ସ୍ୱାମୀସ୍ତ୍ରୀ ସମ୍ପର୍କ । ହେଲେ ଥରେ ସନ୍ଦେହ ପଶିଗଲେ ସମ୍ପର୍କରେ ସୃଷ୍ଟି ହୁଏ ଫାଟ । ଟଳମଳ ହୁଏ ବିଶ୍ୱାସ, ଫଳରେ ଘଟିଯାଏ ଅଘଟଣ । ଏପରି ଏକ ଅଘଟଣ ଘଟିଛି ମାଲକାନଗିରି ଜିଲ୍ଲା ଏମ୍‌ଭି -୧୪ ଗାଁରେ ।

ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ପଶିଗଲା ଫାଇନାନ୍ସ ନାମକ ସନ୍ଦେହ । ଦାମୀ ମୋବାଇଲ ପାଇଁ ସ୍ତ୍ରୀ ଜିଦ୍‌ ଆଗରେ ହାରିଗଲେ ସ୍ୱାମୀ। ଆଉ ଫାଇନାନ୍ସରେ ମନପସନ୍ଦର ମୋବାଇଲ କିଣି ସ୍ତ୍ରୀଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିଲେ। ହେଲେ ଫାଇନାନ୍ସ କିସ୍ତି ଶେଷ ହେବା ବେଳକୁ ପୂରା ଘଟଣା ଜାଣିପାରିଲେ ସ୍ତ୍ରୀ। ଆଉ କଥା ଲୁଚାଇବା ଅଭିଯୋଗରେ ପିଇଦେଲେ ବିଷ । ଏପରି ସାମାନ୍ୟ ଦାମ୍ପତ୍ୟ କହଳକୁ ନେଇ ସ୍ତ୍ରୀ ଜଣକ ନିଜ ଜୀବନ ହାରିଥିବା ବେଳେ ଏହା ଦେଖି ସ୍ୱାମୀଙ୍କ ଅବସ୍ଥା ବି ଗୁରୁତର ରହିଛି। ମୃତା ମହିଳାଜଣକ ହେଉଛନ୍ତି ଏମ୍‌ଭି -୧୪ ଗାଁର କହ୍ନାଇଙ୍କ ପତ୍ନୀ ଜ୍ୟୋତି ।

ସୂଚନା ଅନୁଯାୟୀ, ପ୍ରାୟ ଦେଢ ବର୍ଷ ତଳେ କହ୍ନାଇ ଓ ଜ୍ୟୋତି ବିବାହ କରିଥିଲେ। କିଛି ଦିନ ପୂର୍ବେ ଜ୍ୟୋତି ଏକ ଦାମୀ ମୋବାଇଲ ପାଇଁ ଜିଦ୍‌ କରିବାରୁ କହ୍ନାଇ ଫାଇନାନ୍ସରେ ମୋବାଇଲ କିଣି ପତ୍ନୀଙ୍କୁ ଉପହାର ଦେଇଥିଲେ। ହେଲେ ଫାଇନାନ୍ସ ସମ୍ପର୍କରେ ସେ ପତ୍ନୀଙ୍କୁ କିଛି ଜଣାଇ ନ ଥିଲେ।

କହ୍ନାଇ ଫାଇନାନ୍ସ ଟଙ୍କା ଶୁଝିଦେବା ପରେ ଶେଷ ଦସ୍ତଖତ ପାଇଁ ଫାଇନାନ୍ସ କର୍ମଚାରୀ ଘରକୁ ଯାଇଥିଲେ। ଏହି ସମୟରେ କହ୍ନାଇ ଘରେ ନ ଥିବା ବେଳେ ଜ୍ୟୋତି ଏହାକୁ ବିଶ୍ୱାସ କରି ପାରି ନ ଥିଲେ। ଏପରିକି ଫୋନ୍‌ କରି କହ୍ନାଇଙ୍କ ସହ ପାଟିତୁଣ୍ଡ କରିଥିଲେ। କେବଳ ଫାଇନାନ୍ସ କଥା ଲୁଚାଇଛ, ନା ଆଉ କ’ଣ ଲୁଚାଇଛ ବୋଲି ପଚାରିଥିଲେ। କହ୍ନାଇ ନିଜ ସଫେଇ ଦେଲେ ବି ସେ ଆଉ ତାଙ୍କୁ ବିଶ୍ୱାସ କରି ପାରି ନ ଥିଲେ।

ଏପରିକି କହ୍ନାଇ ଘରକୁ ଫେରିବା ପରେ ତାଙ୍କ ସମ୍ମୁଖରେ ବିଷ ପିଇ ଦେଇଥିଲେ ଜ୍ୟୋତି । ଏହାଦେଖି କହ୍ନାଇ ଅଚେତ ହୋଇ ପଡ଼ିଥିଲେ।   ପରିବାର ଲୋକେ ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ଜ୍ୟୋତିଙ୍କୁ ମୃତ ଘୋଷଣା କରିଥିଲେ। କହ୍ନାଇଙ୍କର ଚିକିତ୍ସା ଚାଲିଛି।

ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ପୁଲିସ୍‌ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

The post ଇଚ୍ଛା ପୂରଣ କଲେ ସ୍ୱାମୀ, ହେଲେ ସନ୍ଦେହରେ ଜୀବନ ହାରିଲେ ପତ୍ନୀ appeared first on Odisha Reporter.



from Odisha Reporter https://ift.tt/FeGWhVI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages