ପୁଲିସ୍‌ ମିତ୍ରଙ୍କ ଦବଙ୍ଗଗିରି; ଫାଷ୍ଟଫୁଡ ଦୋକାନୀଙ୍କୁ ପକାଇଲେ ଖଣ୍ଡା ଚୋଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 18, 2022

ପୁଲିସ୍‌ ମିତ୍ରଙ୍କ ଦବଙ୍ଗଗିରି; ଫାଷ୍ଟଫୁଡ ଦୋକାନୀଙ୍କୁ ପକାଇଲେ ଖଣ୍ଡା ଚୋଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବାକୁ ପୁଲିସ୍‌ ମିତ୍ର ସାଜିଥିବା ଯୁବକ ଦେଖାଉଛନ୍ତି ଦବଙ୍ଗଗିରି । ଖାଇବା ଦେବାରେ ବିଳମ୍ବ ହେବାରୁ ଫାଷ୍ଟଫୁଡ ଦୋକାନୀଙ୍କୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିବାକୁ ପଛାଉ ନାହାନ୍ତି। ଏପରି ଅଭାବନୀୟ କାଣ୍ଡ ରାଜଧାନୀ ଛାତି ଉପରେ ବିଚ୍‌ ରାସ୍ତାରେ ଘଟିଥିବା ବେଳେ ପୁଲିସ୍‌ ଚୁପ୍‌ ବସିଛି। ଏପରି ଜଣେ ପୁଲିସ୍‌ ମିତ୍ରଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ଆଣିଛନ୍ତି  ଜଣେ ଫାଷ୍ଟଫୁଡ୍ ଦୋକାନୀ ଜୀବନ ଜ୍ୟୋତି।

ଜୀବନ ଜ୍ୟୋତିଙ୍କର ମଞ୍ଚେଶ୍ୱର ଚକେଇସିଆଣି ଶନିଶ୍ଚର ବଜାର ନିକଟରେ ଏକ ଫାଷ୍ଟଫୁଡ୍ ଦୋକାନ ରହିଛି। ଗତକାଲି ଜଣେ ପୁଲିସ୍‌ ମିତ୍ରଙ୍କ ସହ ଆଉ କିଛି ଯୁବକ ତାଙ୍କ ଦୋକାନକୁ ଖାଇବାକୁ ଆସିଥିଲେ। ହେଲେ ଖାଇବାକୁ ଦେବାକୁ ବିଳମ୍ବ ହେବାରୁ ସେମାନେ ତାଙ୍କୁ ଖଣ୍ଡାରେ ଚୋଟ ପକାଇଥିବା ଅଭିଯୋଗ କରିଛନ୍ତି ଜୀବନ ଜ୍ୟୋତି ।

ଏନେଇ ସେ କହିଛନ୍ତି, ଜଣେ ଯୁବକ ନିୟମିତ ଖାଇବାକୁ ଆସୁଥିବା ବେଳେ ନିଜକୁ ପୁଲିସ୍‌ ମିତ୍ର ବୋଲି କହି ଟଙ୍କା ଦେଇ ନ ଥାନ୍ତି। ଗତକାଲି ସେ ନିଜ ସାଙ୍ଗମାନଙ୍କ ସହ ଆସି ଚାଉମିନ ଅର୍ଡର କରିଥିଲେ। ମାତ୍ର ଖାଇବାକୁ ଦେବାକୁ ବିଳମ୍ବ ହେବାରୁ ଉତ୍ତ୍ୟକ୍ତ ହୋଇ  ସେମାନେ ଖଣ୍ଡାରେ ମୋତେ ଚୋଟ ପକାଇଥିଲେ। ପ୍ରାଣ ବିକଳରେ ଦୌଡ଼ିବାରୁ ସେମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ମୋ’ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।

ଏନେଇ ପିସିଆରକୁ ଫୋନ୍‌ କରିବାରୁ ଘଣ୍ଟାଏ ପରେ ପୁଲିସ୍‌ ପହଞ୍ଚିଥିଲା। ସେତେବେଳକୁ ସେମାନେ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ରେ ଅଭିଯୋଗ କଲେ କିଛି ଫରକ ପଡ଼ିବନି ବୋଲି ବି ଧମକ ଦେଇ ଯାଇଥିଲେ।

ଜୀବନଜ୍ୟୋତି  ଏନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି । ତେବେ ପୁଲିସ୍‌ ପ୍ରକୃତ ଦୋଷୀକୁ ନଧରି ଓଲଟି ତାଙ୍କ ବନ୍ଧୁଙ୍କୁ ଧରି  ଅଟକ ରଖିଥିବା ଅଭିଯୋଗ କରିଛନ୍ତି ଜୀବନ ଜ୍ୟୋତି । ଏନେଇ ମଞ୍ଚେଶ୍ୱର ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

The post ପୁଲିସ୍‌ ମିତ୍ରଙ୍କ ଦବଙ୍ଗଗିରି; ଫାଷ୍ଟଫୁଡ ଦୋକାନୀଙ୍କୁ ପକାଇଲେ ଖଣ୍ଡା ଚୋଟ appeared first on Odisha Reporter.



from Odisha Reporter https://ift.tt/P0t1hXk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages