ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଟେକ୍‌ଅଫ୍ ପୂର୍ବରୁ ବିମାନରେ ଲାଗିଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 28, 2022

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଟେକ୍‌ଅଫ୍ ପୂର୍ବରୁ ବିମାନରେ ଲାଗିଲା ନିଆଁ

ବେଙ୍ଗାଲୁରୁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଟେକ୍‌ଅଫ୍ ପୂର୍ବରୁ ବିମାନ ଇଞ୍ଜିନ୍‌ରେ ଲାଗିଲା ନିଆଁ। ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଯାତ୍ରୀବାହୀ ବିମାନରେ ଏଭଳି ଦୁର୍ଘଟଣା ଘଟିଛି। ଫଳରେ ବିମାନଟିକୁ ତୁରନ୍ତ ଦିଲ୍ଲୀ ବିମାନ ବନ୍ଦରରେ ହିଁ ଅଟକାଇ ଦିଆଯାଇଛି। ଏହି ପୂରା ଘଟଣାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ ଗତକାଲି ରାତି ୯ଟା ୪୫ ମିନିଟ୍ ସମୟରେ ଇଣ୍ଡିଗୋ ବିମାନ 6E-2131 ଦିଲ୍ଲୀରୁ ବେଙ୍ଗାଲୁରୁ ପାଇଁ ଉଡାଣ ଭରିଥିଲା। ହେଲେ ରନୱେରେ କିଛି ସମୟ ଚାଲିବା ପରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଜଣେ ଯାତ୍ରୀ ପ୍ରିୟଙ୍କା କୁମାରୀ ବିମାନରେ ନିଆଁ ଲାଗିଥିବାର ଭିଡିଓ ସେୟାର କରିଥିଲେ। ବିମାନର ଡାହାଣ ପଟ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା।

ନିଆଁ ଲାଗିଥିବା ଜାଣିବା ପରେ ପାଇଲଟ ବିମାନକୁ ଅଟକାଇ ଦେଇଥିଲେ। ଘଟଣା ସ୍ଥଳେ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ରାତି ୧୧ଟାରେ ଅନ୍ୟ ଏକ ବିମାନରେ ବେଙ୍ଗାଲୁରୁ ନିଆଯାଇଛି। ବିମାନ ଉଢାଣ ଭରିବାର ପ୍ରାୟ ୫ରୁ ୭ ସେକେଣ୍ଡ ପୂର୍ବରୁ ନିଆଁ ଲାଗିଥିବା ଜଣାପଡିବାରୁ ପାଇଲଟ ବିମାନଟିକୁ ଟେକ ଅଫ୍ କରିନଥିଲେ ଫଳରେ ଏକ ବଡ ଅଘଟଣ ଟଳିଯାଇଛି। ଏହି ବିମାନରେ ପ୍ରାୟ ୧୮୪ ଯାତ୍ରୀ ଥିଲେ।

The post ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଟେକ୍‌ଅଫ୍ ପୂର୍ବରୁ ବିମାନରେ ଲାଗିଲା ନିଆଁ appeared first on Odisha Reporter.



from Odisha Reporter https://ift.tt/iPr6Z4W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages