ଖାଡ଼ଗେ ନା ଥରୁର୍, ଆଜି ଖୋଲିବ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 18, 2022

ଖାଡ଼ଗେ ନା ଥରୁର୍, ଆଜି ଖୋଲିବ ଭାଗ୍ୟ

ନୂଆଦିଲ୍ଲୀ: ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ନୂଆ ସଭାପତି।  ଅଣ ଗାନ୍ଧି ପରିବାରରୁ ହେବେ ଦଳର ସଭାପତି। ଖାଡ଼ଗେ ନାଁ ଥରୁର୍ କିଏ ହେବେ କଂଗ୍ରେସର ନୂଆ  ମୁଖିଆ। ସେ ସମ୍ପର୍କରେ ଆଜି ସ୍ପଷ୍ଟ ହେବ। ନୂଆ କଂଗ୍ରେସ ସଭାପତି ନେଇ ହୋଇଥିବା ଭୋଟରେ ଆଜି ଗଣତି ହେବ । କଂଗ୍ରେସ ମୁଖ୍ୟାଳୟରେ ଆଜି ଦିନ ୧୦ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ୯ ହଜାର ୯୧୫ କଂଗ୍ରେସ ନେତା ଭୋଟ୍ ଦେଇଥିଲେ।

ସେସବୁକୁ ଆଜି ଗଣତି କରାଯାଇ ମଧ୍ୟାହ୍ନ ପରେ ଫଳାଫଳ ଘୋଷଣା କରାଯିବ।  ବିଜୟ ରେସ୍‌ରେ ସବୁଠୁ ଆଗରେ ରହିଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ । ୧୯୯୮ରୁ ଲଗାତାର ଭାବେ ସୋନିଆ ଗାନ୍ଧି ଓ ପରେ ପୁଅ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହୋଇଥିଲେ । ୨୦୧୪, ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ, ଦଳରେ ଅସ୍ଥିରତା, ସଂଗଠନ ଦୁର୍ବଳ ଭଳି ଅନେକ ସମସ୍ୟାରେ ଘେରି ରହିଛି କଂଗ୍ରେସ । କୁହାଯାଉଛି, ନୂଆ ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସକୁ ମିଳିପାରେ ସଞ୍ଜିବନୀ । ବାଲଟ୍‌ ବକ୍ସଗୁଡ଼ିକ ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ପହଞ୍ଚିବା ପରେ ତାହାକୁ ଷ୍ଟ୍ରଙ୍ଗ୍‌ରୁମ‌୍‌ରେ ରଖାଯାଇଛି । ଭୋଟ୍‌ ଗ୍ରହଣ ପାଇଁ ପୂରା ଦେଶରେ ୩୬ଟି ପୋଲିଂ ଷ୍ଟେସନରେ ୬୭ଟି ବୁଥ୍‌ ହୋଇଥିଲା। ଦଳର ୯୫୦୦ ଜଣ ପ୍ରତିନିଧି ଏଥିପାଇଁ ଭୋଟ ଦେଇଛନ୍ତି। ଭୋଟ ପ୍ରତିଶତ ୯୬ ପ୍ରତିଶତ ଥିବା ବେଳେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଥିଲା।

ନୂଆଦିଲ୍ଲୀସ୍ଥିତି ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ପି ଚିଦମ୍ବରମଙ୍କ ସମେତ ୮୭ ଜଣ ଭୋଟ ଦେଇଥିଲେ। ସଭାପତି ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।

The post ଖାଡ଼ଗେ ନା ଥରୁର୍, ଆଜି ଖୋଲିବ ଭାଗ୍ୟ appeared first on Odisha Reporter.



from Odisha Reporter https://ift.tt/YMILN3S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages