ପାଟଣାଗଡ଼(କରୁଣାକର ବୁଡ଼େକ): ବାହାର ରାଜ୍ୟକୁ ଚଲାଣ ବେଳେ ୫ ଶିଶୁ ସମେତ ୧୫ ଦାଦନ ଶ୍ରମିକ ଉଦ୍ଧାର। ଉଦ୍ଧାର ଶ୍ରମିକମାନେ ଖପ୍ରାଖୋଲ ଭାନପୁର ଏବଂ ପାଇକମାଲ ଥାନା ନୀଳାପଥର ଗାଁର ବୋଲି ଜଣାପଡୁଛି। ଖପ୍ରାଖୋଲ ପୁଲିସ ଆଜି ଏମାନଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ୨ ଦଲାଲଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ବେଲପଡା ଥାନା ଜମଜୁରୀ ଗାଁର ବିଶ୍ୱନାଥ ତାଣ୍ଡି ଓ ଧୂବଲେଶ୍ୱର ସାହୁ। ତେବେ ଏହା ସ୍ପଷ୍ଟ କରିଛି ପାଟଣାଗଡ଼ ଉପଖଣ୍ଡ ଅଞ୍ଚଳର ଗରିବ ଲୋକଙ୍କୁ ପ୍ରଲୋଭିତ କରାଯାଇ ବାହାର ରାଜ୍ୟକୁ ଦାଦନ ଖଟିବା ନିମନ୍ତେ ଚାଲାଣ କରାଯାଉଛି।
ଦାଦନ ସର୍ଦ୍ଧାର ଠାରୁ ବଇନା ନେଇଥିବାରୁ ଶ୍ରମିକମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ପୁଲିସ କହିଛି। ଅନ୍ୟପଟେ ଦାଦନ ଶ୍ରମିକମାନଙ୍କୁ ପୁଲିସ ପଚରାଉଚରା କରିବା ପରେ ଘରକୁ ଛାଡ଼ି ଦେଇଛି। ଏନେଇ ଖପ୍ରାଖୋଲ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ଜେନା ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଧଣ୍ଡାମୁଣ୍ଡା ହାଇସ୍କୁଲ ଛକ ଠାରେ ପୁଲିସ ପାଟ୍ରୋଲିଂ କରିଥିବା ବେଳେ ୫ ଶିଶୁ ସମେତ ୧୫ ବ୍ୟକ୍ତି ଯାଉଥିବା ଦେଖିଥିଲେ। ସନ୍ଦେହ ହେବାରୁ ପୁଲିସ କର୍ମଚାରୀ ସେମାନଙ୍କୁ ପଚରାଉଚରା କରିଥିଲେ। ଏହି ସମୟରେ ସେମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉ ପୁଲିସ ଜାଣିପାରିଥିଲା। ତେଣୁ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ପରେ ସେମାନଙ୍କୁ ଚାଲାଣ କରିବାରେ ହାତ ଥିବା ୨ ଦଲାଲଙ୍କୁ ଧରିଥିଲା।
The post ଚଲାଣ ବେଳେ ୫ ଶିଶୁ ସମେତ ୧୫ ଶ୍ରମିକ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/inXwhzO
No comments:
Post a Comment