ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଗୌରୀ ଲଙ୍କେଶଙ୍କ ମା’ ଓ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 7, 2022

ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଗୌରୀ ଲଙ୍କେଶଙ୍କ ମା’ ଓ ଭଉଣୀ

ବେଙ୍ଗାଲୁରୁ: କଂଗ୍ରେସର ଭାରତ ଯୋଡ଼ା ଯାତ୍ରା ଆଜି କର୍ଣ୍ଣାଟକର ତୁମକୁରୁ ଜିଲ୍ଲା ମାୟାସନ୍ଦ୍ରାରୁ ଆରମ୍ଭ ହୋଇଛି । ଆଜି ସକାଳେ କଂଗ୍ରେସ ନେତା ସ୍ଥାନୀୟ ଲୋକଙ୍କୁ ଭେଟି ଆଲୋଚନା କରିବା ପରେ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରାବେଳେ ଆଜି ସ୍ଥାନୀୟ ନେତା ଓ କର୍ମୀମାନେ ସାମିଲ ହୋଇଛନ୍ତି । ରାହୁଲଙ୍କ ଯାତ୍ରାକୁ ତାମିଲନାଡୁ, କେରଳ ପରେ କର୍ଣ୍ଣାଟକରେ ଭଲ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ଗତକାଲି ମାଣ୍ଡ୍ୟା ଜିଲ୍ଲାରେ ପଦଯାତ୍ରା ବେଳେ ସ୍ୱର୍ଗୀୟ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ମାଆ  ଓ ଭଉଣୀ ରାହୁଲଙ୍କ ସହ ପଦଯାତ୍ରା କରିଥିଲେ । କନ୍ୟାକୁମାରୀରୁ କାଶ୍ମୀର ଯାଏ ହେବାକୁ ଥିବା ଏହି ଭାରତ ଯୋଡ଼ୋ ଯାତ୍ରା ୩୦ ଦିନ ପୂରଣ କରିଛି । ଏହାସହ ତିନି ରାଜ୍ୟରେ ୭୦୦ କିଲୋମିଟର ଅତିକ୍ରମ କରିସାରିଛି।  ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା ଭାରତ ଯୋଡ଼ୋ ଯାତ୍ରା।  ଆଉ ୧୨୦ ଦିନ ଏହି ଯାତ୍ରା ଚାଲିବ । ବେରୋଜଗାରୀ, ଦରବୃଦ୍ଧି ଓ ଧାର୍ମିକ ଧ୍ରୁବୀକରଣ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଏହି ଭାରତ ଯୋଡ଼ୋ ଯାତ୍ରା କରାଯାଉଛି।

The post ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଗୌରୀ ଲଙ୍କେଶଙ୍କ ମା’ ଓ ଭଉଣୀ appeared first on Odisha Reporter.



from Odisha Reporter https://ift.tt/OWu6YG8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages