ପୁଣି ବର୍ଷା ଯୋଗୁ ଧୋଇଗଲା ମ୍ୟାଚ୍‌, ୨ନଂରେ ପହଞ୍ଚିଲା ଆୟର୍ଲ୍ୟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 28, 2022

ପୁଣି ବର୍ଷା ଯୋଗୁ ଧୋଇଗଲା ମ୍ୟାଚ୍‌, ୨ନଂରେ ପହଞ୍ଚିଲା ଆୟର୍ଲ୍ୟାଣ୍ଡ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ପ୍ରଭାବିତ ହେବାରେ ଲାଗିଛି। ବର୍ଷା ଯୋଗୁ ଦକ୍ଷିଣ ଆଫ୍ରିକା ଜିତିବା ମ୍ୟାଚ୍‌ରେ ଜିମ୍ବାୱେ ସହ ପଏଣ୍ଟ ବାଣ୍ଟିଥିଲା। ସେହିପରି ଇଂଲଣ୍ଡ ଡିଏଲଏସ୍‌ ମେଥଡ ଯୋଗୁ ଆୟର୍ଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା। ଏହାବାଦ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚ୍‌ ବର୍ଷା ଯୋଗୁ ଖେଳା ନ ଯିବାରୁ ଉଭୟ ଦଳପ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଥିଲେ।

ଏହିକ୍ରମରେ ଆଜି ମଧ୍ୟ ମେଲବର୍ଣ୍ଣରେ ବର୍ଷା ଯୋଗୁ ଆଉ ଗୋଟିଏ ମ୍ୟାଚ୍‌ ଧୋଇ ହୋଇଯାଇଛି। ଆଜି ଐତିହାସିକ ମେଲବର୍ଣ୍ଣରେ ଆଫଗାନିସ୍ତାନ ଓ ଆୟର୍ଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯିବାର ଥିଲା। ହେଲେ ବର୍ଷା ଲାଗି ରହିବାରୁ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି।

ଏହି ଗ୍ରାଉଣ୍ଡରେ ଆଉ କିଛି ସମୟ ପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯିବାର ଅଛି। କିନ୍ତୁ ଏ ମ୍ୟାଚ୍‌କୁ ବି ବର୍ଷା ପ୍ରଭାବିତ କରିବାର ଆଶଙ୍କା ପ୍ରକାଶ ପାଇଛି। ବର୍ଷା ଯୋଗୁ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ବାତିଲ ହେଉଥିବାରୁ ଫ୍ୟାନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଯଦି ଅଷ୍ଟ୍ରେଲିଆରେ ଏମିତି ବର୍ଷା ଲାଗି ରହୁଛି, ତା’ହେଲେ ସଂରକ୍ଷିତ ଦିବସର ବ୍ୟବସ୍ଥା କରାଯାଉ ନଚେତ ଅନ୍ୟ କୌଣସି ସ୍ଥାନକୁ ବିଶ୍ୱକପର ମ୍ୟାଚ୍‌ ଗୁଡ଼ିକ ସ୍ଥାନାନ୍ତରିତ କରାଯାଉ ବୋଲି କିଛି ଲୋକ ସୋଶାଲ ମିଡିଆରେ ମତ ଦେବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ବର୍ଷା ଯୋଗୁ ଆଫଗାନ ଓ ଆୟର୍ଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍‌ ବାତିଲ ହେବାରୁ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଏହି ପଏଣ୍ଟ ବଳରେ ଆୟର୍ଲ୍ୟାଣ୍ଡ ସୁପର ୧୨ ଗ୍ରୁପ ୧ ପଏଣ୍ଟ ଟେବୁଲର ୨ନଂ ସ୍ଥାନରେ ପହଞ୍ଚି ଯାଇଛି।

୨ଟି ମ୍ୟାଚ୍‌ରୁ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ବିଜୟ ଓ ଗୋଟିଏ ବାତିଲ ସହ ୩ ପଏଣ୍ଟ ପାଇ ୧ନଂ ସ୍ଥାନରେ ଥିବା ବେଳେ ଆୟର୍ଲ୍ୟାଣ୍ଡ ୩ଟି ମ୍ୟାଚ୍‌ରୁ ଗୋଟିଏ ପରାସ୍ତ, ଗୋଟିଏ ବିଜୟ ଓ ଗୋଟିଏ ବାତିଲ ସହ ସମାନ ୩ ପଏଣ୍ଟ ପାଇ ୨ନଂରେ ରହିଛି।

୩ନଂରେ ଥିବା ଶ୍ରୀଲଙ୍କା ୨ଟି ମ୍ୟାଚ୍‌ ଖେଳିଛି। ଦଳ ଗୋଟିଏରେ ହାରିଛି ଓ ଗୋଟିଏରେ ଜିତିଛି। ୪ର୍ଥରେ ଥିବା ଇଂଲଣ୍ଡ ମଧ୍ୟ ୨ଟି ମ୍ୟାଚ୍‌ରୁ ଗୋଟିଏ ଜିତିଛି ଓ ଗୋଟିଏ ବର୍ଷା ଯୋଗୁ ହାରିଛି।

ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବି ୨ଟି ମ୍ୟାଚ୍‌ରୁ ଗୋଟିଏ ହାରିଛି ଓ ଗୋଟିଏ ଜିତିଛି। ଏହାର ରନରେଟ୍‌ ବିଯୁକ୍ତରେ ରହିଥିବାରୁ ଦଳକୁ ପଏଣ୍ଟ ଟେବୁଲର ୫ମଂ ସ୍ଥାନରେ ରହିବାକୁ ପଡ଼ିଛି।

ସବୁଠାରୁ ଶେଷରେ ଅର୍ଥାତ ୬ନଂ ସ୍ଥାନରେ ଆଫଗାନିସ୍ତାନ ୨ ପଏଣ୍ଟ ସହ ରହିଛି। ଦଳର ଦୁଇଟି ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହେଲାଣି। ସେହିପରି ଦଳ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ହାରିଥିଲା।

ଆଜି ଯଦି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯିବ, ତା’ହେଲେ ପଏଣ୍ଟ ଟେବୁଲରେ ରୋମାଞ୍ଚ ଆହୁରି ଆସିବ ବୋଲି କୁହାଯାଉଛି।

The post ପୁଣି ବର୍ଷା ଯୋଗୁ ଧୋଇଗଲା ମ୍ୟାଚ୍‌, ୨ନଂରେ ପହଞ୍ଚିଲା ଆୟର୍ଲ୍ୟାଣ୍ଡ appeared first on Odisha Reporter.



from Odisha Reporter https://ift.tt/IFpfLZx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages