କଳ୍ପନା କହିଲେ ସେହି କାଳ ରାତିର କାହାଣୀ, ସବୁ କିଛି ଲୁଟି ନେଲା ୯୯ ବାତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 28, 2022

କଳ୍ପନା କହିଲେ ସେହି କାଳ ରାତିର କାହାଣୀ, ସବୁ କିଛି ଲୁଟି ନେଲା ୯୯ ବାତ୍ୟା

କୋଣାର୍କ(ସଞ୍ଜୟ ପତି): ୧୯୯୯ ମହାବାତ୍ୟାରେ ଉଜୁଡି ଯାଇଥିଲା ପୂରା ଗାଁ। ଆଖି ଆଗରେ ଭାସିଯାଇଥିଲା ପୂରା ପରିବାର। ସମୁଦ୍ରର ଉଚ୍ଚ ଢେଉରେ ନିଜେ ଭାସି ଯାଇ ଗଛରେ ଲାଖି ଯାଇଥିଲେ। ଦୁଇଦିନ ପରେ ନୂଆ ଜୀବନ ପାଇଲେ କଳ୍ପନା ବେହେରା। ମହାବାତ୍ୟାରେ ପୂରା ପରିବାର ହରାଇ ୨୨ ବର୍ଷ ଧରି ଏବେ ନିସଙ୍ଗ ଜୀବନ କାଟୁଛନ୍ତି କଳ୍ପନା ମାଉସୀ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ମଧୁପୁରୁ ଗାଁର କଳ୍ପନା ବେହେରା। ପରିବାର କହିଲେ ସ୍ୱାମୀ ବୁଦ୍ଧେଶ୍ୱର, ଶ୍ୱଶୁର, ଦୁଇବର୍ଷର ଝିଅ, ଆଠ ମାସର ପୁଅ, ଦେଢଶୁର, ଯାଆ ଓ ପୁତୁରା। ସମୁଦ୍ର ତଟ ନିକଟରେ ବସବାସ କରନ୍ତି। ନଈରୁ ମାଛ ମାରି ଗାଈ ଗୋରୁ ରଖି ଜୀବିକା ନିର୍ବାହ କରୁଥିଲେ। ୧୯୯୯ ମସିହା  ଅକ୍ଟୋବର ୨୯ ତାରିଖ ରାତି। ପ୍ରବଳ ବର୍ଷା ହେଲା। ପରେ ପ୍ରବଳ ବେଗରେ ପବନ ବୋହିଲା। ସମସ୍ତେ ବିଚଳିତ ହେଉଥିଲେ। ବର୍ଷା ଓ ପବନ ହେଉଛି କଣ କରିବା? ସେହି ଚିନ୍ତାରେ ରହୁଥିଲେ ରାତିରେ ଅନିଦ୍ରା ରହିଥିଲେ। କଳ୍ପନାଙ୍କ କୁନି ପୁଅ ଓ ଝିଅ କିଛି ବୁଝି ପାରୁନଥିଲେ। ଘର ବଙ୍ଗଳାରେ ଖେଳୁଥିଲେ। ଧୀରେ ଧୀରେ ପବନର ବେଗ ବଢ଼ିଲା। ଭୟଙ୍କର ଗର୍ଜନ କରୁଥିଲା ସମୁଦ୍ର। ରାତିରେ ଜୀବନ ବିକଳରେ ଘର ଛାଡ଼ିବା ପାଇଁ ସମସ୍ତେ ନିଷ୍ପତ୍ତି ନେଲେ। ହେଲେ ସମ୍ଭବ ହେଲା ନାହିଁ। ଦୁଃଖ କଷ୍ଟେ ରାତି ବିତିଗଲା।

ସକାଳ ହେଲା ସ୍ଥିତି ଆହୁରି ଭୟଙ୍କର ହେଲା। ସମସ୍ତେ ଡଙ୍ଗାରେ ପଳାଇବାକୁ ଚେଷ୍ଟା କରୁଥିଲେ। ହଠାତ୍‌ ତାଳଗଛ ଉଚ୍ଚର ଜୁଆଡ଼ ମାଡି ଆସିଲା। ଆଉ ଡଙ୍ଗାଟି ଓଲଟି ପଡ଼ିଲା। ସମସ୍ତେ ସେହି ପାଣିରେ ଭାସିଗଲେ। ସ୍ୱାମୀ, ପୁଅ, ଝିଅ, ଦେଢ଼ଶୁର, ଯାଆ, ପୁତୁରା ଓ ଶ୍ୱଶୁର ସମସ୍ତେ ସମୁଦ୍ର ପାଣିରେ ଭାସିଗଲେ। ହେଲେ କଳ୍ପନା ଭାସିଯାଇ ଗୋଟିଏ ଗଛରେ ଅଟକିଗଲେ। ଦୁଇ ଦିନ ପରେ ତାଙ୍କୁ ଉଦ୍ଧାର କଲେ ଉଦ୍ଧାରକାରୀ ଦଳ। ସେତେବେଳେ ତାଙ୍କର ଚେତା ନଥିଲା। ଚେତା ଫେରିଲା ବେଳକୁ ମେଡ଼ିକାଲ୍‌ ବେଡ଼ରେ ଥିଲେ।

ମହାବାତ୍ୟାର ଆଁ’ରୁ ଜୀବନ ପାଇବା ପରେ ପରିବାର ଓ ଆତ୍ମିୟସ୍ୱଜନକୁ ଖୋଜିଲେ କଳ୍ପନା। ହେଲେ କାହାରିକୁ ପାଇନଥିଲେ। ସ୍ୱାମୀ, ପୁଅ, ଝିଅ, ଦେଢ଼ଶୁର, ଯାଆ, ପୁତୁରା ଓ ଶ୍ୱଶୁରଙ୍କ ଖୋଜଖବର ପାଇଲେ ନାହିଁ। ସାହି ପଡ଼ିଶାଙ୍କର ମଧ୍ୟ ଦେଖା ମିଳିଲା ନାହିଁ। ମାଟିରେ ମିଶି ଯାଇଥିଲା ପୂରା ଗାଁ। ନିଜ ଝାଟି ମାଟିର କୁଡ଼ିଆଟି ନିଶ୍ଚିନ ହୋଇଯାଇଥିଲା। ଖୋଲା ଆକାଶ ତଳେ ପୁଣି ଥରେ ନୂଆ ଜୀବନ ଆରମ୍ଭ କଲେ କଳ୍ପନା। ଗଢ଼ିଲେ ଆଉ ଝାଟିମାଟିର ଇନ୍ଦ୍ରମହଲ।

ପ୍ରତିବର୍ଷ ଅକ୍ଟୋବର ମାସ ଆସିଲେ କଳ୍ପନା ମାଉସୀଙ୍କର ମନେ ପଡେ ମହାବାତ୍ୟାର ସେହି କରାଳ ରୂପ। ଆଉ ନିଶବ୍ଦ ରାତିରେ ସମୁଦ୍ରର ସେହି ଭୟଙ୍କର ଶବ୍ଦ ଆଜି ବି କାନ ଓ ମନ ଭିତରେ ଗୁଞ୍ଜରିତ ହେଉଛି। ୨୯ ତାରିଖରେ ଅଥୟ ହୋଇପଡ଼ନ୍ତି କଳ୍ପନା ମାଉସୀ। ରାତିରେ ତାଙ୍କର ନିଦ ହେଉନାହିଁ। ୨୨ ବର୍ଷର ନିସଙ୍ଗ ଜୀବନରେ ଏକ ପୋଷା କୁକୁର ଓ ଗାଈ ତାଙ୍କର ସାଥୀ ପାଲଟିଛନ୍ତି।

The post କଳ୍ପନା କହିଲେ ସେହି କାଳ ରାତିର କାହାଣୀ, ସବୁ କିଛି ଲୁଟି ନେଲା ୯୯ ବାତ୍ୟା appeared first on Odisha Reporter.



from Odisha Reporter https://ift.tt/MgjFkDy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages