ଆବଶ୍ୟକ ଉପକରଣ: ସାଗୁ ଦାନା, କ୍ଷୀର, ଚିନି, ଗୁଜରାତି ଗୁଣ୍ଡ, ଘିଅ, ଡ୍ରାଏ ଫ୍ରୁଟସ୍।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍ରେ ଏକ ପ୍ୟାନ୍ ବସାନ୍ତୁ। ଏହା ସାମାନ୍ୟ ଗରମ ହେବା ପରେ ସେଥିରେ ସାଗୁ ଦାନା ପକାଇ ୧୦ ମିନିଟ୍ ପର୍ଯ୍ୟନ୍ତ ହାଲକା ଫ୍ରାଏ କରନ୍ତୁ। ଏହା କ୍ରିପସି ହୋଇଯିବା ପରେ ଗ୍ୟାସ୍କୁ ବନ୍ଦ କରି ଦିଅନ୍ତୁ। ଏହାପରେ ଏହାକୁ ଏକ ପାତ୍ରରେ ବାହାର କରି ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏହାକୁ ଗ୍ରାଇଣ୍ଡିଂ କରି ଭଲ ପାଉଡର ପ୍ରସ୍ତୁତ କରି ଦିଅନ୍ତୁ।
ଏହାପରେ ଏକ ପ୍ୟାନ୍ରେ କ୍ଷୀର ଗରମ କରନ୍ତୁ। ଏହାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ। କ୍ଷୀର ଆସ୍ତେ ଆସ୍ତେ ଗାଢା ହୋଇଯିବା ପରେ ସେଥିରେ ଚିନିକୁ ମିଶାନ୍ତୁ। ଏହା ଭଲ ଭାବେ ମିଶିଯିବା ପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ।
ଏହାପରେ ଆଉ ଏକ ପ୍ୟାନ୍ରେ ଘିଅ ନେଇ ସେଥିରେ ସାଗୁ ଦାନା ପାଉଡରକୁ ପକାଇ ସିମ୍ରେ ଭଲ ଭାବେ ଭାଜନ୍ତୁ। ଏହା ହାଲକା ବାଦାମୀ ରଙ୍ଗର ହୋଇଯିବା ପରେ ସେଥିରେ କ୍ଷୀର, ଚିନିର ମିଶ୍ରଣକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ। ଏହା ଉପରେ ଗୁଜରାତି ଗୁଣ୍ଡ ପକାନ୍ତୁ। ଏହାପରେ ଏହାକୁ ଏକ ପ୍ଲେଟରେ ବାହାର କରି ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏହା ଉପରେ ଡ୍ରାଏ ଫ୍ରୁଟସ୍ ପକାଇ ସଜାଇ ଦିଅନ୍ତୁ। ଏହାପରେ ନିଜ ଇଚ୍ଛା ମୁତାବକ ପିସ୍ରେ କାଟି ସର୍ଭ କରନ୍ତୁ।
The post ସାଗୁ ଦାନା ବର୍ଫି appeared first on Odisha Reporter.
from Odisha Reporter https://ift.tt/hAoXJ6D
No comments:
Post a Comment