ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ଏକ କଂସା,ପିତଳ,ଷ୍ଟିଲ ସାମଗ୍ରୀ ବୋଝେଇ ଏକ ମିନି ଟ୍ରକରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନାରୁ ମାତ୍ର ୨୦୦ ମିଟର ଦୂରରେ ଥିବା କଇଥସାହିର ମସଜିଦ ନିକଟରେ। ନିଆଁରେ ମିନି ଟ୍ରକ୍ ସହ ପ୍ରାୟ ୧୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଏନେଇ ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି।
ସବୁଦିନ ପରି ସାପ୍ତାହିକ ହାଟ ସାରି ଜଣେ ବ୍ୟବସାୟୀ କଇଥସାହିର ମସଜିଦ ନିକଟରେ ମିନି ଟ୍ରକ୍ରେ ଲକ୍ଷାଧିକ ଟଙ୍କାର କଂସା,ପିତଳ, ଷ୍ଟିଲ ଓ ତମ୍ବା ସାମଗ୍ରୀ ରଖି ଘରକୁ ଯାଆନ୍ତି। ଗତକାଲି ମଧ୍ୟ ଯାଇଥିଲେ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ଟ୍ରକରେ ନିଆଁ ଲଗାଇ ଦେଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ଟ୍ରକ୍ରେ ଥିବା ବାସନକୁସନ ଗୁଡ଼ିକ ପୋଡ଼ି ନଷ୍ଟ ହୋଇଯାଇଥିଲା। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ।
ତେବେ କିଏ ଟ୍ରକ୍ରେ ନିଆଁ ଲଗାଇଲା ତାର କାରଣ ଜଣାପଡ଼ି ନାହିଁ। ଏନେଇ ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ଟ୍ରକ୍ରେ ଡ୍ରାଇଭର କିମ୍ବା ହେଲପର କେହି ନଥିଲେ।
The post କଂସା, ପିତଳ ବୋଝେଇ ଟ୍ରକ୍କୁ ଜାଳିଦେଲେ appeared first on Odisha Reporter.
from Odisha Reporter https://ift.tt/u80VTsH
No comments:
Post a Comment