ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌ ବଦଳରେ ଦିଆଯାଇଥିଲା ପ୍ଲାଜମା, ମାଟିରେ ମିଶିବ ହସ୍ପିଟାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 25, 2022

ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌ ବଦଳରେ ଦିଆଯାଇଥିଲା ପ୍ଲାଜମା, ମାଟିରେ ମିଶିବ ହସ୍ପିଟାଲ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜର ଗ୍ଲୋବାଲ ହସ୍ପିଟାଲରେ ପ୍ଲେଟଲେଟ୍‌ ବଦଳରେ ଜଣେ ଡେଙ୍ଗୁ ରୋଗୀଙ୍କୁ ମୌସୁମୀ ଜୁସ୍‌ ଦିଆଯାଇଥିବା ଘଟଣାକୁ ନେଇ ଆକ୍ସନ ମୋଡକୁ ଆସିଛି ୟୁପି ସରକାର। ପୂର୍ବରୁ ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଉକ୍ତ ଘରୋଇ ହସ୍ପିଟାଲକୁ ଭାଙ୍ଗିବାକୁ ନୋଟିସ୍‌ ଦିଆଯାଇଛି। ବିନା ଅନୁମତିରେ ନିର୍ମିତ ଏହି ଘରୋଇ ହସ୍ପିଟାଲକୁ  ଶୁକ୍ରବାର ସୁଦ୍ଧା ଖାଲି କରିବାକୁ କୁହାଯାଇଛି।

ଡେଙ୍ଗୁ ରୋଗୀଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ପ୍ରୟାଗରାଜ ପୁଲିସ ‘ନକଲି ପ୍ଲେଟମେଟ୍‌’ ଗ୍ୟାଙ୍ଗ ଚଳାଉଥିବା ୧୦ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ପ୍ଲେଟମେଟ୍‌ ଆକାରରେ ରକ୍ତ ପ୍ଲାଜମା ବିକ୍ରି କରୁଥିବା ପୁଲିସ୍‌ ପକ୍ଷରୁ କୁହାଯାଇଥିଲା।  ପ୍ରାରମ୍ଭିକ ଯାଞ୍ଚ ପରେ  ଅକ୍ଟୋବର ୨୦ରେ  ସ୍ୱାସ୍ଥ୍ୟ ବିଭାଗ  ଏହି ହସ୍ପିଟାଲକୁ ସିଲ୍ କରି ଦେଇଥିଲା। ଏହାପରେ ପ୍ରୟାଗରାଜ ବିକାଶ ପ୍ରାଧିକରଣ ପକ୍ଷରୁ ଏହି ବିଲଡିଂକୁ ବେଆଇନ ବୋଲି ଦର୍ଶାଯିବା ସହ ଏହାକୁ ମାଟିରେ ମିଶାଇବା ନିମନ୍ତେ   ନୋଟିସ ଜାରି କରାଯାଇଛି ।

ନୋଟିସରେ ଏହା କୁହାଯାଇଛି ଯେ ସେପ୍ଟେମ୍ବର ୩ ତାରିଖରେ ଉକ୍ତ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା।  ହେଲେ ହସ୍ପିଟାଲ ପକ୍ଷରୁ କୌଣସି ଜବାବ ଦିଆଯାଇନି । ପରବର୍ତ୍ତୀ ପଦକ୍ଷେପ ସ୍ୱରୁପ ଏହି ହସ୍ପିଟାଲ ଦ୍ୱାରା ପରିଚାଳିତ ଘରୋଇ ନର୍ସିଂହୋମକୁ ଆସନ୍ତା ୨୮ ତାରିଖ ସୁଦ୍ଧା ଖାଲି କରିବାକୁ ନୋଟିସ ଜାରି କରାଯାଇଛି।

ପ୍ରୟାଗ ବିକାଶ ବିକାଶ ପ୍ରାଧିକରଣର ଅଧିକାରୀମାନେ କହିଛନ୍ତି ଯେ, ଗ୍ଲୋବାଲ ହସ୍ପିଟାଲ ଏବଂ ଟ୍ରମା ସେଣ୍ଟର ଯେଉଁ ବିଲଡିଂରେ ଚାଲିଛି ତାହା ବେଆଇନ ଭାବ ନିର୍ମିତ ହୋଇଛି। ନିର୍ମାଣ ପୂର୍ବରୁ ଏନେଇ  କୌଣସି ଅନୁମତି ନିଆଯାଇ ନାହିଁ ।   ଏହି ଡାକ୍ତରଖାନା ପ୍ରୟାଗରାଜର ଜାଲୱା ଅଞ୍ଚଳର ବିମାନବନ୍ଦର ନିକଟରେ ଅବସ୍ଥିତ।

ଏନେଇ ଧରପଗଡ଼ ହେବା ପରେ  ଅକ୍ଟୋବର ୨୧ରେ ପୁଲିସ୍‌ ଏହି ମାମଲାରେ  ଜଡିତ ଏକ ଗ୍ୟାଙ୍ଗର ୧୦ ଜଣଙ୍କୁ ଗିରଫ କରିଥିଲା।  ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରୟାଗରାଜର ବରିଷ୍ଠ ପୁଲିସ୍‌ ଅଧିକାରୀ  କହିଥିଲେ, ମୃତ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟମେଟ୍‌ ବଦଳରେ ମୌସୁମୀ ଜୁସ୍‌ ଦିଆଯିବା କଥା ଭୁଲ୍‌। ତାଙ୍କୁ  ପ୍ଲେଟମେଟ୍‌  ବଦଳରେ ପ୍ଲାଜମା ଦିଆଯାଇଥିଲା, ଏଥିନିମନ୍ତେ ତାଙ୍କ ପରିବାର ନିକଟରୁ ଚଢ଼ା ଦର ହାସଲ କରାଯାଇଥିଲା ।

ଏଥିସହ ଅଧିକାରୀ କହିଛନ୍ତି, ଏହି ଗ୍ୟାଙ୍ଗର ସଦସ୍ୟ ଯେକୌଣସି ପ୍ରକାରେ ହସ୍ପିଟାଲର ବ୍ଲଡ ବ୍ୟାଙ୍କରୁ ପ୍ଲାଜମା ସଂଗ୍ରହ କରିନେଉଥିଲେ। ଏହାପରେ ସିରିଜ ମାଧ୍ୟମରେ ଏହାକୁ ବାହାର କରି ବିଭିନ୍ନ ପ୍ଲାକେଟରେ ଭର୍ତ୍ତି କରି ଚଢ଼ା ଦରରେ ବିକ୍ରି କରୁଥିଲେ। ସିରିଞ୍ଜ ଦ୍ୱାରା ଟଣା ଯିବାରୁ ଏହା ବହୁ କ୍ଷେତ୍ରରେ ସଂକ୍ରମିତ ହୋଇଯାଉଥିଲା । ଫଳରେ ଅକାଳରେ ବହୁ ଡେଙ୍ଗୁ ରୋଗୀ ଆଖି ବୁଜି ଦେଉଛନ୍ତି।

The post ଡେଙ୍ଗୁ ରୋଗୀଙ୍କୁ ପ୍ଲେଟଲେଟ୍‌ ବଦଳରେ ଦିଆଯାଇଥିଲା ପ୍ଲାଜମା, ମାଟିରେ ମିଶିବ ହସ୍ପିଟାଲ appeared first on Odisha Reporter.



from Odisha Reporter https://ift.tt/OgL7wNE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages