ଲଣ୍ଡନ: ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ଦାୟିତ୍ୱ ନେବା ପରେ ଆଉ ଜଣେ ଭାରତୀୟ ବଂଶୋଭବ ସାଂସଦ ତାଙ୍କ ସରକାରରେ ପ୍ରବେଶ କରିଛନ୍ତି। କଞ୍ଜରଭେଟିଭ ପାର୍ଟିର ସାଂସଦ ସୁଏଲା ବ୍ରାବରମନଙ୍କୁ ସୁନକଙ୍କ କ୍ୟାବିନେଟରେ ବ୍ରିଟେନର ଗୃହ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି। ଲିଜ୍ ଟ୍ରସଙ୍କ ଶାସନ କାଳରେ ୬ ଦିନ ପୂର୍ବରୁ ଇସ୍ତଫା ଦେଇଥିବା ସୁଏଲା ଏବେ ସୁନକଙ୍କ ସରକାରରେ ସାମିଲ ହୋଇଛନ୍ତି।
ସରକାରୀ ନିୟମ ଉଲ୍ଲଂଘନ କରିଥିବା କହି ଅକ୍ଟୋବର ୧୯ ରେ ବ୍ରିଟେନର ଗୃହ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସୁଏଲା। ସେ ନିଜ ଇସ୍ତଫା ତତ୍କାଳୀନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ନିକଟକୁ ପଠାଇଦେଇଥିଲେ। ଏହାପରେ ଲିଜ୍ ଟ୍ରସ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ସୁନକ ସମ୍ଭାଳିଛନ୍ତି ପ୍ରଧାନମନ୍ତ୍ରୀ ଗାଦି।
ଲିଜ ଟ୍ରସଙ୍କ ଶାସନ କରିବାର କ୍ଷମତା ଉପରେ ସନ୍ଦେହ ସୃଷ୍ଟି କରି ସୁଏଲା କହିଥିଲେ, “ଭୋଟରଙ୍କୁ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତିକୁ ଆମେ ଭଙ୍ଗ କରିଛୁ। ନିର୍ବାଚନୀ ଘୋଷଣାପତ୍ରରେ ଥିବା ପ୍ରତିଶ୍ରୁତି ତୁଲାଇବାରେ ଏହି ସରକାରର ଦକ୍ଷତା ଉପରେ ମୋର ସନ୍ଦେହ ହେଉଛି, ଯାହାକୁ ନେଇ ମୁଁ ଗଭୀର ଚିନ୍ତିତ ବୋଲି ।
ସୂଚନାଯୋଗ୍ୟ, ପ୍ରବାସୀଙ୍କ ପାଇଁ ଜାରି କରାଯିବାକୁ ଥିବା ନିୟମ ସଂକ୍ରାନ୍ତ ସରକାରୀ ଦସ୍ତାବିଜକୁ ଲିକ୍ କରିବା ଅଭିଯୋଗରେ ସୁଏଲା ଫସିଥିଲେ। ବ୍ରିଟିଶ ଅଧିକାରୀମାନେ କହିଛନ୍ତି ଯେ ସୁଏଲା ସରକାରୀ ଦସ୍ତାବିଜ୍କୁ ନିଜର ସାଥୀ ସାଂସଦଙ୍କୁ ବ୍ୟକ୍ତିଗତ ଇ-ମେଲରୁ ପଠାଇଥିଲେ। ଏହା ସାର୍ବଜନୀନ ହେବା ପୂର୍ବରୁ ଗୃହମନ୍ତ୍ରୀ ହିସାବରେ ସେ ଏହାକୁ ଲିକ୍ କରିଥିଲେ। ତେଣୁ ଏହା ଆଇନ ଅନୁଯାୟୀ ମନ୍ତ୍ରୀ ପଦର ଅପ୍ୟବହାର।
ଏହି ଅଭିଯୋଗ ଆସିବା ପରେ ସୁଏଲା ନିଜ ତରଫରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପଠାଇଥିଲେ। ନିଜ ଇସ୍ତଫାପତ୍ରରେ ସେ କହିଥିଲେ ଯେ ସେ ଅତ୍ୟନ୍ତ ଦୁଃଖ ଓ ପରିତାପର ସହ ମୁଁ ନିଜ ପଦ ଛାଡ଼ୁଛି। ମୁଁ ମୋର ବ୍ୟକ୍ତିଗତ ଇମେଲରୁ ଏକ ସରକାରୀ ଡକ୍ୟୁମେଣ୍ଟ ଜଣେ ବିଶ୍ୱସ୍ତ ସାଂସଦଙ୍କୁ ପଠାଇଥିଲି। ପ୍ରବାସୀ ନୀତି ଉପରେ ସରକାରଙ୍କ ସମର୍ଥନ ହାସଲ ଯୋଗାଡ଼ କରିବା ନିମନ୍ତେ ମୁଁ ଏପରି କରିଥିଲି।
ତେବେ ଏହା ଟେକ୍ନିକାଲ ଦୃଷ୍ଟିକୋଣରୁ ନିୟମର ଉଲ୍ଲଙ୍ଘନ। ଏହା ସାର୍ବଜନୀନ ହେବା ପୂର୍ବରୁ ଲିକ୍ ହୋଇଛି। ଏହି ଦସ୍ତାବିଜରେ ଥିବା ବ୍ୟବସ୍ଥା ସମ୍ପର୍କରେ ଅଧିକାଂଶ ସାଂସଦ ମଧ୍ୟ ଜାଣିଥିଲେ। ତଥାପି ମୁଁ ଇସ୍ତଫା ଦେବା ହିଁ ବର୍ତ୍ତମାନ ସମୟରେ ଠିକ୍। ମୁଁ ମୋର ଭୁଲ ବୁଝିବା ମାତ୍ରେ ସରକାରୀ ଚ୍ୟାନେଲରେ ଦ୍ୱାରା କ୍ୟାବିନେଟ ସଚିବଙ୍କୁ ଅବଗତ କରାଇଛି ବୋଲି ସେ କହିଥିଲେ। ଏହାପରେ ସୁଏଲା ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଏବେ ପୁଣି ଥରେ ବ୍ରିଟେନ ସରକାରରେ ତାଙ୍କ ଏଣ୍ଟ୍ରି ହୋଇଛି।
The post ସୁନକ ସରକାରରେ ଏଣ୍ଟ୍ରି କଲେ ସୁଏଲା, ୬ ଦିନ ତଳେ ଦେଇଥିଲେ ଇସ୍ତଫା appeared first on Odisha Reporter.
from Odisha Reporter https://ift.tt/0RPbutA
No comments:
Post a Comment