ମୁଲାୟମ ସିଂହଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 9, 2022

ମୁଲାୟମ ସିଂହଙ୍କ ପରଲୋକ

ଲକ୍ଷ୍ନୌ: ଆଉନାହାନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ। ୮୨ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି।

କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଗତ ସପ୍ତାହ ହେଲା ତାଙ୍କର ଚିକିତ୍ସା ଚାଲିଥିଲା। ଏପରିକି ଗତକାଲି ସେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ପୁଅ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି।

ଅଖିଳେଶ ଯାଦବ ମୁଲାୟମଙ୍କ ଦେହାନ୍ତ ପରେ ଭାବୁକ ହୋଇ ପଡିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ‘ମୋ ବାପା ଓ ସମସ୍ତ ନେତାଜୀ ଆଉ ନାହାନ୍ତି ।’

ଅସୁସ୍ଥତା କାରଣରୁ ଅଗଷ୍ଟ ୨୨ରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତ ଅକ୍ଟୋବର ୧ରେ ତାଙ୍କୁ ସିସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୋଟିଏ ଦିନ ରହିବା ପରେ ଆଇସିୟୁରେ ଚିକିତ୍ସିତ ହେଉଥିଲେ।

ଗତ ବର୍ଷ ମଧ୍ୟ ପେଟ ଯନ୍ତ୍ରଣା ହେତୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପେଟରେ ଯନ୍ତ୍ରଣା ହେବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କ ଅନ୍ତନଳୀରେ ସମସ୍ୟା ଥିବା ପରୀକ୍ଷାରୁ ଜଣାପଡିଥିଲା। ଏହାପରେ ତାଙ୍କ ଅନ୍ତନଳୀକୁ ସଫା କରିବା ପାଇଁ କଲୋନୋସ୍କୋପି କରାଯାଇଥିଲା। କଲୋନୋସ୍କୋପି ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରୁ ଡାକ୍ତରମାନେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିଥିଲେ।

The post ମୁଲାୟମ ସିଂହଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/Ae6CmP2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages