ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା। ପଣତ କାନିରେ ନିଜ ଲୁହ ପୋଛି ଦେଉଥିଲା। ସେହି ମା’କୁ ସାମାନ୍ୟ କିଛିଟା ଟଙ୍କା ପାଇଁ ହତ୍ୟା କଲା ନୃଶଂସ ପୁଅ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗାଁରେ। ମୃତ ମହିଳା ଜଣକ ହେଲେ ତ୍ରିବେଣୀ ନାୟକ। ତାଙ୍କୁ ୫୦ ବର୍ଷ ହୋଇଥିଲା।
ତ୍ରିବେଣୀ ନିଜ ପୁଅ ସନା ନାୟକ ସହିତ ଘରେ ରହୁଥିଲେ। ଗତକାଲି ରାତିରେ ପୁଅ ଘରକୁ ଫେରି ମା’କୁ ଟଙ୍କା ମାଗିଥିଲା। ମା’ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଜି ସକାଳେ ତ୍ରିବେଣୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରେ ପଡ଼ିଥିବା ପଡୋଶୀ ଦେଖିଥିଲେ। ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ତ୍ରିବେଣୀଙ୍କ ପୁଅ ସନା ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।
The post ଟଙ୍କା ନ ଦେବାରୁ ମା’କୁ ହତ୍ୟା କଲା ପୁଅ! appeared first on Odisha Reporter.
from Odisha Reporter https://ift.tt/Fo3l6qb
No comments:
Post a Comment