ପୁଲିସ୍‌କୁ ନାକେଦମ କଲେ ମୂଷା, ଖାଇଗଲେ ୫୮୧ କେଜି ଗଞ୍ଜେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 23, 2022

ପୁଲିସ୍‌କୁ ନାକେଦମ କଲେ ମୂଷା, ଖାଇଗଲେ ୫୮୧ କେଜି ଗଞ୍ଜେଇ

ଲକ୍ଷ୍ନୌ: ଯେଉଁଠି ପୁଲିସ୍‌କୁ ଦେଖିଲେ ଭଲ ଭଲ ଲୋକଙ୍କର ଝାଳ ବୋହିଯାଏ, ସେଠି ସାମାନ୍ୟ ମୂଷା କିନ୍ତୁ ପୁଲିସ୍‌କୁ ନାକେଦମ କରିଦେଇଛି। ପୁଲିସ୍‌ ନାକ ତଳୁ ଗଞ୍ଜେଇ ଚୋରି କରି ଖାଇଗଲେ ମୂଷା, ହେଲେ କିଛି କରି ପାରିଲେନି ଖାକି ବର୍ଦ୍ଦିଧାରୀ ଅଫିସର ଓ କର୍ମଚାରୀ।  ପୁଲିସ୍‌ ହେପାଜତରେ ଥିବା ପ୍ରାୟ ୫୮୧ କେଜି ଗଞ୍ଜେଇକୁ ମୂଷା ଖାଇ ସାରିଥିବା ବେଳେ ପୁଲିସ୍‌ ହାତ ଏବେ ଖାଲି। କୋର୍ଟରେ ମୂଷା ନାଁ ନେଇ ପୁଲିସ୍‌ ନିଜ ଅସହାୟତା ପ୍ରକାଶ କରିଥିବା ବେଳେ ଏହାର ପ୍ରମାଣ ମାଗିଛନ୍ତି କୋର୍ଟ। ଏପରି ଅଜବ ଘଟଣା ଉତ୍ତରପ୍ରଦେଶର ମଥୁରାରେ ଘଟିଛି।

ସୂଚନା ଅନୁଯାୟୀ, ମଥୁରା ଅଞ୍ଚଳର ଶେରଗଡ ଏବଂ ହାଇୱେ   ପୁଲିସ୍‌ ଷ୍ଟେଶନ ଅଧୀନରୁ ୨ଟି ମାମଲାରେ ପ୍ରାୟ ୫୮୧କେଜି ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ହେବ ବୋଲି ଜଣାଯାଇଛି। ଉକ୍ତ ଗଞ୍ଜେଇକୁ ମଥୁରା ପୁଲିସ୍‌ ଷ୍ଟେଶନ ଗୋଦାମରେ ରଖାଯାଇଥିଲା। କୋର୍ଟରେ ଏନେଇ ଜବତ ଗଞ୍ଜେଇର ସାମ୍ପଲ ବି ପ୍ରଡ୍ୟୁସ କରାଯାଇଥିଲା।

ହେଲେ କିଛି ଦିନ ପୂର୍ବେ କୋର୍ଟରେ ଜବତ ସମସ୍ତ ଗଞ୍ଜେଇ ପ୍ରଡ୍ୟୁସ୍‌ କରିବାକୁ ଅର୍ଡର ଦିଆଗଲା। ଏହାଶୁଣି ପୁଲିସ୍‌ ହାଲତ ଖରାପ ହୋଇଗଲା। କାରଣ ପୁଲିସ୍‌ ଗୋଦାମ ଘରେ ଥିବା ଗଞ୍ଜେଇକୁ ମୂଷା ଖାଇ ସଫା କରି ସାରିଥିବା ବେଳେ ଏବେ ପ୍ରମାଣ ସ୍ୱରୂପ କେବଳ ବସ୍ତା ପଡ଼ି ରହିଛି।

ପୁଲିସ୍‌ ପକ୍ଷରୁ ଏନେଇ କୋର୍ଟଙ୍କୁ ଅବଗତ କରାଯାଇଥିବା ବେଳେ କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହା କିପରି ସମ୍ଭବ ହେଲା ବୋଲି ପଚାରିବା ସହ ପୁଲିସ୍‌ର ଦାୟିତ୍ୱହୀନତାକୁ ଦାୟୀ କରି ବର୍ଷିଥିଲେ। ଏଥିସହ ମୂଷା ସବୁ ଗଞ୍ଜେଇ ଖାଇଦେଇଥିବାର ପ୍ରମାଣ କୋର୍ଟରେ ପ୍ରଡ୍ୟୁସ୍‌ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଗାମୀ ୨୬ ତାରିଖରେ ଏହାର ଶୁଣାଣି ଅଛି। ଏଥିସହ ଆଗାମୀ ଦିନରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଓ ତୁରନ୍ତ ଥାନା ଓ ଗୋଦାମ ଘରୁ ମୂଷା ସଫା କରିବାକୁ କୋର୍ଟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

The post ପୁଲିସ୍‌କୁ ନାକେଦମ କଲେ ମୂଷା, ଖାଇଗଲେ ୫୮୧ କେଜି ଗଞ୍ଜେଇ appeared first on Odisha Reporter.



from Odisha Reporter https://ift.tt/YWyRibw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages