ବାପାକୁ ପିଟି ପିଟି ମାରିଦେଲେ ମା’ଓ ପୁଅଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 23, 2022

ବାପାକୁ ପିଟି ପିଟି ମାରିଦେଲେ ମା’ଓ ପୁଅଝିଅ

ଭଦ୍ରକ(ପାର୍ଥ ସାରଥୀ ନାୟକ): ବାପାକୁ ପିଟି ପିଟି ମାରିଦେଲେ ମା’ଓ ୪ପୁଅଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଦୌଲତପୁର ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାବୁଆ ଦାସ।

ପାରିବାରିକ କଥାକୁ ନେଇ ବାବୁଆଙ୍କ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା।  ଗତକାଲି ରାତିରେ ବାବୁଆ ନିଜ ଘରେ ଭୋଜି ଖାଇ ଶୋଇଥିଲା  ସମୟରେ ବାବୁଆଙ୍କ ସ୍ତ୍ରୀ,୩ ପୁଅ ଓ ଝିଅ ମିଶି ତାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବାବୁଆ ଗୁରୁତର ଆହତ ହୋଇଥିଲେ।

ତାଙ୍କର ଜଣେ ସମ୍ପର୍କୀୟ ମଣ୍ଟୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଗତକାଲି ରାତିରେ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାବୁଆଙ୍କର ମୃତ୍ୟୁ ଘଟିଥିଲା।

ବାବୁଆଙ୍କ ମା’ ଏନେଇ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ବାବୁଆଙ୍କ ଗୋଟିଏ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି।  ପରକୀୟା ପ୍ରୀତି ଯୋଗୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।  ପୁଲିସ ଘଟଣାର ତଦନ୍ତ କରୁଛି।

The post ବାପାକୁ ପିଟି ପିଟି ମାରିଦେଲେ ମା’ଓ ପୁଅଝିଅ appeared first on Odisha Reporter.



from Odisha Reporter https://ift.tt/fiJA5Bc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages