‘ଆମକୁ ନିୟମିତ କର, ନଚେତ ୧୮ ହଜାର ଶିକ୍ଷକ ସମୂହ ଆତ୍ମାହୁତି ଦେବୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 15, 2022

‘ଆମକୁ ନିୟମିତ କର, ନଚେତ ୧୮ ହଜାର ଶିକ୍ଷକ ସମୂହ ଆତ୍ମାହୁତି ଦେବୁ’

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପରି କୁତ୍ସିତ ପ୍ରଥା ଉଠାଇବାକୁ ପ୍ରାୟ ମାସେ ତଳେ ମୁଖ୍ୟମନ୍ତ୍ରୀ ଦେଇଥିବା ଐତିହାସିକ ନିର୍ଦ୍ଦେଶନାମାକୁ ଗଣଶିକ୍ଷା ବିଭାଗରେ ଏଯାଏ କାର୍ଯ୍ୟକାରୀ କରାଯାଇନି। ତେଣୁ ଏହା ସରକାରଙ୍କ ଐତିହାସିକ ଅଭିଶାପ ବୋଲି କହି ରାସ୍ତାକୁ ଓହ୍ଲାଇଛି ଶିକ୍ଷକ ସଂଘ । ଏପରିକି ତୁରନ୍ତ ନିଯୁକ୍ତିକୁ ନିୟମିତ କରିବାକୁ ଦାବି ଜଣାଇ ଆଜି ବହୁ ସଂଖ୍ୟାରେ ଶିକ୍ଷକ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଗାମୀ ୭ ଦିନରେ ସମସ୍ୟାର ସମାଧାନ କରା ନ ଗଲେ ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ସମୂହ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଗତ ମାସ ୧୬ ତାରିଖରେ ଠିକା ନିଯୁକ୍ତିକୁ ଉଚ୍ଛେଦ କରିଥିବା ବେଳେ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଥିଲା। ଇତି ମଧ୍ୟରେ ବିଭିନ୍ନ ବିଭାଗ ଏହାକୁ ଲାଗୁ କରି ସାରିଥିବା ବେଳେ ଗଣ ଶିକ୍ଷା ବିଭାଗରେ କିନ୍ତୁ ଏହା କାର୍ଯ୍ୟକାରୀ ହୋଇନି। ଏହା ପ୍ରତିବାଦରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଓ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ଆଜି ବିଭାଗୀୟ ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ଘେରାଉ କରିଛନ୍ତି।

ଶିକ୍ଷକଙ୍କ ଦାବି ଅନୁଯାୟୀ, ୨୦୦୪ରୁ ୨୦୨୨ ମସିହା ଯାଏ ସରକାର ଚୁକ୍ତିଭିତ୍ତିକ ପୋଷ୍ଟିଂ କରିଛନ୍ତି। ଏବେ ସରକାର ଏହି କୁତ୍ସିତ ପ୍ରଥାକୁ ଉଠାଇ ଦେଇଥିବା ବେଳେ ଆମକୁ କିନ୍ତୁ ଭୁଲିଗଲେ। ୨୦୦୪ରୁ ୨୦୧୩ ଯାଏ ଯେଉଁମାନେ ନିଯୁକ୍ତି ପାଇଛୁ ସେମାନଙ୍କ କଥା ସରକାର ପାସୋରି ଦେଲେ। କେବଳ ୨୦୧୬ରୁ ୨୨ ମଧ୍ୟରେ ଯେଉଁମାନେ ନିଯୁକ୍ତି ପାଇଥିଲେ ସେମାନେ ଏହାଦ୍ୱାରା ଉପକୃତ ହେବେ।

ଏନେଇ ପ୍ରଦୀପ୍ତ ପ୍ରଧାନ ନାମକ ଶିକ୍ଷକ କହିଛନ୍ତି,  ସରକାରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରଥା କେବଳ ୨୦୧୬ରୁ ୨୨ ମଧ୍ୟରେ ଯେଉଁମାନେ ନିଯୁକ୍ତି ପାଇଥିଲେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ।  ହେଲେ ୨୦୦୪ରୁ ୨୦୧୩ ଯାଏ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ସରକାର ଭୁଲିଗଲେ।   ଆମେମାନେ ସରକାରଙ୍କ ଆର୍ଥିକ ଅନଟନ ସମୟରେ ସାହାଯ୍ୟ କରି ଏବେ ତାହାର ଫଳ ଭୋଗୁଛୁ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସମସ୍ତଙ୍କ ପାଇଁ ସମାନ । ହେଲେ ୨୦୦୪ରୁ ଯେଉଁମାନେ ଠିକା ନିଯୁକ୍ତି ଭାବେ କାମ କରି ଆସୁଛନ୍ତି, ସେମାନଙ୍କ ପାଇଁ ଗଣଶିକ୍ଷା ବିଭାଗ କାହିଁକି ଏହି ଉଚ୍ଛେଦ ପଲିସି ଲାଗୁ କରୁନାହିଁ ବୋଲି ସଂଘର କର୍ମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି । ୨୦୧୩ ପର୍ଯ୍ୟନ୍ତ କଣ୍ଟ୍ରାକଚୁଆଲ ନିୟମରେ ଆସୁଥିବା ଶିକ୍ଷକମାନଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବି କରିଛି ଶିକ୍ଷକ ସଂଘ।

ମୁଖ୍ୟମନ୍ତ୍ରୀ ଗତ ୧୬ରେ ସବୁ ଚୁକ୍ତିଭିତ୍ତିକ ପଦକୁ ଉଚ୍ଛେଦ କରିଥିବା ବେଳେ ସବୁ ବିଭାଗରେ ଏହାକୁ ଲାଗୁ କରାଗଲା। କିନ୍ତୁ ଆମ ବିଭାଗରେ ଏବେବି ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କେହି ମାନୁ ନାହାନ୍ତି ବୋଲି ପଞ୍ଚାନନ ଜେନା ନାମକ ଶିକ୍ଷକ ନେତା କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିର୍ଦ୍ଦେଶ ଦ୍ୱାରା କେବଳ ଖୁବ୍‌ କମ୍‌  ହାତଗଣତି ଲୋକ ଉପକୃତ ହେଉଛନ୍ତି। ବହୁ ଜଣ ଏଥିରୁ  ବାଦ ପଡ଼ୁଛନ୍ତି।  ଏପରିକି ୨୦୦୪ରୁ ୨୦୧୩ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ହଜାର ହଜାର ଶିକ୍ଷକ ଅବହେଳିତ ହୋଇ ପଡ଼ି ରହିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ପୁନଃବିଚାର କରାଯାଉ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ  ଗଣଶିକ୍ଷା ବିଭାଗ ଲାଗୁ କରୁ ନ ଥିବାରୁ ଏହାଦ୍ୱାରା ଆମେ ମାନସିକ ଭାବେ ନିର୍ଯାତିତ ହେଉଛୁ।  ୭ ଦିନ ଭିତରେ ନିୟମିତ ନ କଲେ ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ସମୂହ ଆତ୍ମାହୁତି ଦେବୁ ବୋଲି ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

The post ‘ଆମକୁ ନିୟମିତ କର, ନଚେତ ୧୮ ହଜାର ଶିକ୍ଷକ ସମୂହ ଆତ୍ମାହୁତି ଦେବୁ’ appeared first on Odisha Reporter.



from Odisha Reporter https://ift.tt/DVSMFLX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages