ରାଜଧାନୀରେ ବି ଛାତ୍ର ନିର୍ଯାତନା, ପ୍ରେମ ପାଇଁ ଆଣ୍ଠେଇ ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 23, 2022

ରାଜଧାନୀରେ ବି ଛାତ୍ର ନିର୍ଯାତନା, ପ୍ରେମ ପାଇଁ ଆଣ୍ଠେଇ ଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୈକ୍ଷିକ ବାତାବରଣରେ ଦେଖିବାକୁ ମିଳିଛି ଅସଭ୍ୟ ଆଚରଣ ।  ଜୁନିୟରଙ୍କୁ ସିନିୟର ଖୁଲମଖୁଲା ରାଗିଂ କରୁଥିବା ବେଳେ ନିଜ ରାଗ ଶୁଝାଇବାକୁ ବି ପଛାଉ ନାହାନ୍ତି। ଏପରିକି ବେଳେବେଳେ ଦୁଇଟି କଲେଜର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାର ନଜରୀ ରହିଛି । ବ୍ରହ୍ମପୁର, ଢେଙ୍କାନାଳ ପରେ ଏବେ ଖୋଦ ରାଜଧାନୀ ଛାତି ଉପରେ ଦେଖିବାକୁ ମିଳୁଛି ଏପରି ନିନ୍ଦନୀୟ ଘଟଣା। ପ୍ରେମଜନିତ ବ୍ୟାପାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ସ୍ତରରେ ସୂଚନା ମିଳିଛି ।

ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରେ ଜଣେ ଛାତ୍ର ଖୁଲମଖୁଲା ଆଉ ଜଣେ ଛାତ୍ରଙ୍କୁ ଆଣ୍ଠେଇ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଏହା କେବେକାର ଭିଡିଓ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ୍‌ ଏହାର ଖୋଳତାଡ଼ ଆରମ୍ଭ କରିଛି।

ଭୁବନେଶ୍ୱରର ଦୁଇଟି କଲେଜର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ବେଳର ଭିଡିଓ ଏବେ ସୋଶାଲ ମିଡିଆରା ଭାଇରାଲ ହେବାରେ ଲାଗିଛି । ଏହି  ଭିଡିଓରେ ଦେଖା ଯାଇଛି ଯେ, ଜଣେ ଛାତ୍ରଙ୍କୁ ଆଉ କିଛି ପିଲା ଘେରି ରହିଛନ୍ତି । ସେହି ପିଲାକୁ ଆଣ୍ଠେଇ କରି ତାକୁ ଧମକଚମକ ଦିଆଯାଉଛି । ତାକୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଯାଉଛି  । ଏପରିକି ପିଲାକୁ ମାଡ଼ ମରାଯାଇଥିବାର ମଧ୍ୟ ଅଭିଯୋଗ ହୋଇଛି ।

ଏହି ପିଲା ଜଣକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ର ବୋଲି ଜଣାପଡ଼ିଥିବା ବେଳେ ତାକୁ ଧମକ ଚମକ ଦେଉଥିବା ପିଲାଟି ଆଉ ଏକ କଲେଜର ବୋଲି ଜଣାପଡ଼ିଛି । ନିର୍ଯାତନାର ଶିକାର ହୋଇଥିବା ପିଲାଟି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି  ।ତାଙ୍କ ବୟାନ ରେକର୍ଡକରିଛି ପୁଲିସ।

The post ରାଜଧାନୀରେ ବି ଛାତ୍ର ନିର୍ଯାତନା, ପ୍ରେମ ପାଇଁ ଆଣ୍ଠେଇ ଦେଲେ appeared first on Odisha Reporter.



from Odisha Reporter https://ift.tt/yjxcKJ3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages