ଜେଲ୍‌ରେ ସଜା ନୁହେଁ VVIP ମଜା ନେଉଛନ୍ତି ଆପ୍ ମନ୍ତ୍ରୀ, ଖାଉଛନ୍ତି ବାହାର ଖାଦ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 22, 2022

ଜେଲ୍‌ରେ ସଜା ନୁହେଁ VVIP ମଜା ନେଉଛନ୍ତି ଆପ୍ ମନ୍ତ୍ରୀ, ଖାଉଛନ୍ତି ବାହାର ଖାଦ୍ୟ

ନୂଆଦିଲ୍ଲୀ: ଜେଲ୍‌ରେ ଆପ୍ ମନ୍ତ୍ରୀଙ୍କୁ ସଜା ନୁହେଁ ମିଳିଛୁ ଭିଭିଆଇପି ମଜା। ବଡି ମସାଜ ସହ ଖାଉଛନ୍ତି ରେଷ୍ଟୁରାଣ୍ଟର ଖାଦ୍ୟ। ଦିଲ୍ଲୀ ତିହାର ଜେଲ୍‌ରୁ ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଆପ୍ ସରକାରଙ୍କୁ ହରଡଘଣାରେ ପକାଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ସତ୍ୟେନ୍ଦ୍ର ଜୈନ୍ ବାହାରୁ ମଗା ଯାଇଥିବା ବିଭିନ୍ନ ସୁଆଦିଆ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ଜେଲ୍ ବାହାରୁ ଏକାଧିକ ପ୍ୟାକେଟ୍‌ରେ ବିଭିନ୍ନ ପ୍ରକାରର ଖାଦ୍ୟ ଅଣାଯାଇଛି। ଯାହାକୁ ଖାଉଛନ୍ତି ସତ୍ୟେନ୍ଦ୍ର। ତା’ସହ ବିଭିନ୍ନ ଫଳ ଓ ଡ୍ରାଏ ଫୁଟସ୍ ବି ତାଙ୍କ ପାଖରେ ପହଞ୍ଚା ଯାଇଛି। ଏସବୁକୁ ଜେଲ୍ ଭିତରେ ବେଶ୍ ଆରମରେ ତାଙ୍କ ପାଖରେ ପହଞ୍ଚା ଯାଉଛି।

ପୂର୍ବରୁ ମାଲିସ୍ ଭିଡିଓ ଭାଇରାଲ୍ ହେବା ପରେ ସତ୍ୟେନ୍ଦ୍ରଙ୍କ ଓକିଲ ଏନେଇ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଜେଲ୍‌ରେ ସତ୍ୟେନ୍ଦ୍ରଙ୍କ ଓଜନ ୨୮ କିଲୋ କମି ଯାଇଛି। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିବା ସହ ଓଜନ ୮ କିଲୋ ବଢ଼ିଥିବା ତିହାର ଜେଲ୍ କତ୍ତୃପକ୍ଷ କହିଛନ୍ତି।

ଏହି ଘଟଣାକୁ ନେଇ ବିଜେପି ଆପ୍‌କୁ ଘେରିଛି। ଜେଲ୍‌ରେ ସତ୍ୟେନ୍ଦ୍ରରେ ବେଶ୍ ଆରାମରେ ରହିଛନ୍ତି, କେଜରିୱାଲ ସବୁ ବ୍ୟବସ୍ଥା କରିଛନ୍ତି। ତେଣୁ ଆପ୍‌ର କଥା ଓ କାର୍ଯ୍ୟ ଦୁଇଟି ଭିନ୍ନ ବୋଲି ଅଭିଯୋଗ କରିଛି ବିଜେପି। ସେପଟେ ଏହି ଘଟଣାକୁ ନେଇ ଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

The post ଜେଲ୍‌ରେ ସଜା ନୁହେଁ VVIP ମଜା ନେଉଛନ୍ତି ଆପ୍ ମନ୍ତ୍ରୀ, ଖାଉଛନ୍ତି ବାହାର ଖାଦ୍ୟ appeared first on Odisha Reporter.



from Odisha Reporter https://ift.tt/RkOPrqi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages