ଗାଁ ବିକାଶ କାମ ବିଷୟରେ ପ୍ରଶ୍ନ କରିବାରୁ ଆରଟିଆଇ କର୍ମୀଙ୍କୁ ପିଟିପିଟି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 29, 2022

ଗାଁ ବିକାଶ କାମ ବିଷୟରେ ପ୍ରଶ୍ନ କରିବାରୁ ଆରଟିଆଇ କର୍ମୀଙ୍କୁ ପିଟିପିଟି ମାରିଦେଲେ

ଆଲିଗଡ଼: ଗାଁର ବିକାଶ କାମ ସମ୍ପର୍କରେ ସୂଚନାଧିକାର ଆଇନ ବଳରେ ପ୍ରଶ୍ନ କରିବା ଜଣେ ୩୨ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏହି ପ୍ରଶ୍ନ ଯୋଗୁ ତାଙ୍କୁ ଗାଁ ମୁଖିଆ ଓ ତାଙ୍କ ପୁଅଙ୍କ ସମେତ ୮ ଜଣ ଅତ୍ୟନ୍ତ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି। ଗାଁରେ ସରକାରୀ ଯୋଜନାରେ ଚାଲିଥିବା କାମଗୁଡ଼ିକର ଗୁଣବତ୍ତା ସମ୍ପର୍କରେ ସେ ଜାଣିବାକୁ ଚାହିଁଥିଲେ। ବାସ୍‌ ଏହି ସାମାନ୍ୟ କଥା ପାଇଁ ତାଙ୍କୁ ହତ୍ୟା କରାଯାଇଛି। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏପରି ଘଟଣା ଘଟିଛି।

ଏହି ଆକ୍ରମଣରେ ୩୨ ବର୍ଷୀୟ ଆରଟିଆଇ କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ଗୋରାଇ ଗାଁର ୩୨ ବର୍ଷୀୟ ସୂଚନାଧିକାର କର୍ମୀ ଦେବଜିତ ସିଂହ ଗାଁ ମୁଖିଆ ଦେବନ୍ଦ୍ର ସିଂହ ବିଭିନ୍ନ ପ୍ରକଳ୍ପ କାମରେ ଅନିୟମିତତା କରିଥିବା ଆରଟିଆଇ ଦ୍ୱାରା ଜାଣିବାକୁ ପାଇଥିଲେ। ଏହି ଅନିୟମିତତାର ପର୍ଦ୍ଦାଫାସ କରିବାକୁ ଦେବଜିତ ଓ ତାଙ୍କ ଭାଇ ସୁରେନ୍ଦ୍ର ଚେଷ୍ଟା କରୁଥିବା ବେଳେ ଉଭୟଙ୍କୁ ଆକ୍ରମଣ କରାଯାଇଥିଲା। ଏଥିରେ ଦେବଜିତ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଡିଏସପି ରାଘଭେନ୍ଦର ସିଂହ କହିଛନ୍ତି, “ଗ୍ରାମ ପ୍ରଧାନ, ତାଙ୍କ ପୁଅ କାର୍ତ୍ତିକ ଓ ଅନ୍ୟ ୬ ଜଣଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି। ଆଇପିସିର ଧାରା ୩୦୨, ୧୪୭, ୫୦୬ ଭଳି ଦଫାରେ ମାମଲା କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତମାନେ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ସବୁ ପ୍ରକାରର ଉଦ୍ୟମ କରାଯାଉଛି।”

ପୁଅକୁ ହରାଇ ଭାଙ୍ଗି ପଡ଼ିଥିବା ଦେବଜିତଙ୍କ ବାପା ମହେନ୍ଦ୍ର ସିଂହ କହିଛନ୍ତି, “ଗ୍ରାମ ପ୍ରଧାନ କରୁଥିବା ବିଭିନ୍ନ ପ୍ରକଳ୍ପ କାମର ଗୁଣବତ୍ତା ସମ୍ପର୍କରେ ଜାଣିବା ପାଇଁ ମୋ ପୁଅ ୨ ମାସ ତଳେ ଆରଟିଆଇ ଜରିଆରେ ପ୍ରଶ୍ନ କରିଥିଲା। ଏଥିସହ ପ୍ରକଳ୍ପ କାମରେ ଅତ୍ୟନ୍ତ ନିମ୍ନମାନର ଜିନିଷ ବ୍ୟବହାର ହେଉଥିବାରୁ ଏନେଇ ସେ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲା।

ଏଥିସହ ଗ୍ରାମ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ପାଇଁ ଦାବି କରିଥିଲା। ଏହି ଘଟଣା ପରଠାରୁ ଆମକୁ ନିୟମିତ ଭାବେ ହତ୍ୟା ଧମକ ମିଳି ଚାଲିଥିଲା। ଗତ ମାସରେ ଆମେ ପୁଲିସ୍‌ର ଦ୍ୱାରସ୍ଥ ହୋଇ ଦେବେନ୍ଦ୍ର ସିଂହଙ୍କ ବିରୋଧରେ ଅଭିଯୋଗ କରିଥିଲୁ। କିନ୍ତୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏବେ ପୁଲିସ୍‌ର ଅବହେଳା ପାଇଁ ମୁଁ ମୋ ପୁଅକୁ ହରାଇଛି।”

ଦେବଜିତ ଗାଁରେ ଗୋଟିଏ କମ୍ପ୍ୟୁଟର ଦୋକାନ କରିବା ସହ ବାପାଙ୍କୁ ଚାଷ କାମରେ ସହଯୋଗ କରନ୍ତି। ସେ ଗାଁ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାବା ଦିଗରେ ପରାମର୍ଶ ଦିଅନ୍ତି ଓ ଅଧିକାରୀଙ୍କ ନିକଟରେ ଲୋକଙ୍କ ଅଭିଯୋଗ ମଧ୍ୟ ପହଞ୍ଚାନ୍ତି। ତାଙ୍କ ପତ୍ନୀଙ୍କ ବୟସ ୨୮ ହୋଇଥିବା ତାଙ୍କର ଜଣେ ୩ ବର୍ଷର ପୁଅ ଓ ୨ ବର୍ଷର ଝିଅ ରହିଛନ୍ତି।

ସୋମବାର ଗାଁ ମୁଖିଆ ଓ ତାଙ୍କ ସମ୍ପର୍କୀୟମାନେ ଦେବଜିତ ଓ ତାଙ୍କ ଭାଇ ସୁରେନ୍ଦ୍ରଙ୍କୁ ଲାଠି ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣ ସମ୍ପର୍କରେ ଖବର ପାଇ ଦେବଜିତଙ୍କୁ ଭଲ ପାଉଥିବା ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା।

ଦେବଜିତ ଓ ତାଙ୍କ ଭାଇ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ତୁରନ୍ତ ଉଭୟଙ୍କୁ ଜବାହରଲାଲ ନେହରୁ ମେଡିକାଲ କଲେଜକୁ ନିଆଯାଇଥିଲା। ହେଲେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଦେବଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ତାଙ୍କ ସାନ ଭାଇ ସୁରେନ୍ଦ୍ର ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

The post ଗାଁ ବିକାଶ କାମ ବିଷୟରେ ପ୍ରଶ୍ନ କରିବାରୁ ଆରଟିଆଇ କର୍ମୀଙ୍କୁ ପିଟିପିଟି ମାରିଦେଲେ appeared first on Odisha Reporter.



from Odisha Reporter https://ift.tt/pLi7Dyo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages