ଦ କଶ୍ମୀର ଫାଇଲ୍ସ ବିବାଦ: ନିର୍ମାତାଙ୍କ ବୟାନକୁ ନିନ୍ଦା କଲେ ଇସ୍ରାଏଲ ରାଷ୍ଟ୍ରଦୂତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 29, 2022

ଦ କଶ୍ମୀର ଫାଇଲ୍ସ ବିବାଦ: ନିର୍ମାତାଙ୍କ ବୟାନକୁ ନିନ୍ଦା କଲେ ଇସ୍ରାଏଲ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ପୁଣି ବିବାଦରେ ଫିଲ୍ମ ଦ କଶ୍ମୀର ଫାଇଲ୍ସ। ଇଣ୍ଟରନ୍ୟାସନା ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆର ଜୁରୀ ହେଡ୍ ତଥା ଇସ୍ରାଏଲ୍ ଫିଲ୍ମ ନିର୍ମାତା ନାଦବ ଲାପିଡ୍ ଏହି ଫିଲ୍ମକୁ ଅଶ୍ଳୀଳ ଓ ପ୍ରୋପାଗଣ୍ଡା ବୋଲି କହିଛନ୍ତି। ତାଙ୍କର ଏହି ବୟାନକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। ତାଙ୍କୁ ଚାରିଆଡୁ ନିନ୍ଦା କରାଯାଇଛି। ଏହାରି ଭିତରେ ଭାରତରେ ଥିବା ଇସ୍ରାଏଲ ରାଷ୍ଟ୍ରଦୂତ ନାଓର୍ ଗିଲନ୍ ମଧ୍ୟ ଫିଲ୍ମ ନିର୍ମାତାଙ୍କ ଏହି ବିବାଦୀୟ ବୟାନକୁ ନେଇ ନିନ୍ଦା କିରିଛନ୍ତି।

ସେ ଟ୍ୱିଟ୍ କରି ‘ଦ କଶ୍ମୀର ଫାଇଲକୁ ସମାଲୋଚନା କରିଥିବା ନାଦବ ଲାପିଡ୍‌ଙ୍କୁ ନିନ୍ଦା କରିଛନ୍ତି । ଫିଲ୍ମ ନିର୍ମାତାଙ୍କ ଏଭଳି ବୟାନକୁ ନେଇ ଆମେ ଲଜ୍ଜିତ ବୋଲି ସେ କହିଛନ୍ତି। ଭଲଭାବେ ଅଧ୍ୟୟନ ନରକି ଏଭଳି ମତାମତ ଦେବା ନିଶ୍ଚିତ ରୂପେ ସମ୍ବେଦନଶୀଳ ଓ ଅହଂକାର ଭାବ ବୋଲି ଗିଲନ୍ କହିଛନ୍ତି ।

କଶ୍ମୀର ଫାଇଲ୍ସ ଫିଲ୍ମରେ ଦୃଶ୍ୟମାନ ହୋଇଥିବା ଘଟଣାଗୁଡ଼ିକ ଭାରତ ପାଇଁ ଗୋଟାଏ ଗୋଟାଏ କ୍ଷତ। ଯାହାର ମୂଲ୍ୟ ଏବେ ବି କିଛି ଲୋକ ବୁଝିପାରୁ ନାହାନ୍ତି। ନାଦବ ଲାପିଡ୍‌ଙ୍କ ମନ୍ତବ୍ୟ ଅସମ୍ବେଦନଶୀଳ, ଯାହାର କୌଣସି ଯଥାର୍ଥତା ନାହିଁ ବୋଲି ନାଓର୍ ଗିଲନ୍ କହିଛନ୍ତି।

ଗତକାଲି ଗ‌ୋଆରେ ହେଉଥିବା ୫୩ତମ ଇଣ୍ଟର୍‌ନେସ୍‌ନାଲ୍ ଫିଲ୍ମ ଫେ‌ଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଏଫ୍‌ଏଫ୍‌ଆ)ରେ ଜୁରି ହେଡ୍ ନାଦବ ଲାପିଡ୍ ବିବେକ ଅଗ୍ନିହୋତ୍ରୀଙ୍କ ବ୍ଲକବଷ୍ଟର୍ ହିଟ୍ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ‘ପ୍ରେପାଗଣ୍ଡା’ ଏବଂ ‘ଅଶ୍ଳୀଳ’ ବୋଲି କହିଥିଲେ। ଏଥିସହ ମୁଁ ଆଶ୍ଚର୍ଯ୍ୟ ଯେ ଏହି ଫିଲ୍ମଟି ପ୍ରତିଯୋଗିତା ଦୌଡ଼ରେ କିପରି ସ୍ଥାନ ପାଇଲା ବୋଲି ସେ କହିଥିଲେ। ତାଙ୍କର ଏହି ମନ୍ତବ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଏବେ ତାଙ୍କୁ ଚାରିଆଡୁ ନିନ୍ଦା କରାଯାଉଛି।

The post ଦ କଶ୍ମୀର ଫାଇଲ୍ସ ବିବାଦ: ନିର୍ମାତାଙ୍କ ବୟାନକୁ ନିନ୍ଦା କଲେ ଇସ୍ରାଏଲ ରାଷ୍ଟ୍ରଦୂତ appeared first on Odisha Reporter.



from Odisha Reporter https://ift.tt/GPqC3Ef

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages